ETV Bharat / state

ପାନୀୟ ଜଳ ସମସ୍ୟାର ହେବ ସମାଧାନ; ଗଜପତିରେ 379.18 କୋଟିର ପ୍ରକଳ୍ପ ମଞ୍ଜୁର - ଗଜପତି ଜିଲ୍ଲାରେ ୩୭୯ କୋଟିର ପାନୀୟ ଜଳ ପ୍ରକଳ୍ପ

ଗଜପତି ଜିଲ୍ଲାରେ 379.18 କୋଟିର ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ । ଗ୍ରାମାଞ୍ଚଳରେ ଦୂର ହେବ ବିଶୁଦ୍ଧ ଜଳ ସମସ୍ୟା । ଅଧିକ ପଢନ୍ତୁ

ଗଜପତି ଜିଲ୍ଲା ବିଜେଡି ପ୍ରେସମିଟ୍
ଗଜପତି ଜିଲ୍ଲା ବିଜେଡି ପ୍ରେସମିଟ୍
author img

By

Published : May 30, 2023, 9:51 AM IST

ଗଜପତିରେ 379.18 କୋଟିର ପ୍ରକଳ୍ପ ମଞ୍ଜୁର

ଗଜପତି: ଆଦିବାସୀ ଆଧ୍ୟୁଷିତ ଗଜପତି ଜିଲ୍ଲାରେ ପାନୀୟ ଜଳ ସମସ୍ୟାର ହେବ ସମାଧାନ । ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ଜନସାଧାରଣ । ଏନେଇ ଗଜପତିରେ 379 କୋଟିରୁ ଅଧିକ ଟଙ୍କାର ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ହୋଇଛି । ଗୁମ୍ମା ବ୍ଲକର 16ଟି ଏବଂ ରାୟଗଡ ବ୍ଲକର 21ଟି ପଞ୍ଚାୟତର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ମୋଟ 379.18କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହି ଟଙ୍କାରେ ଦୁଇଟି ପ୍ରକଳ୍ପ ନିର୍ମାଣ ହେବ, ଯାହା ଆସନ୍ତା 24 ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ରାୟଗଡା ଓ ଗୁମ୍ମା ବ୍ଲକର ୩୭ଟି ପଞ୍ଚାୟତର ଲୋକେ ଉପକୃତ ହେବେ । ଏନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଜିଲ୍ଲା ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଯାଇଛି । ଆଦିବାସୀ ଅଧ୍ୟୁସିତ ଗୁମ୍ମା ବ୍ଲକର 16ଟି ପଞ୍ଚାୟତ ଲୋକ ଆଜି ଯାଏଁ ବିଶୁଦ୍ଧ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । କେବଳ ଗୁମ୍ମା ନୁହେଁ, ରାୟଗଡ ବ୍ଲକର ସମସ୍ତ 21ଟି ଯାକ ପଞ୍ଚାୟତରେ ମଧ୍ୟ ଅବସ୍ଥା ସମାନ । ଲୋକେ ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରି କରିଆସୁଥିଲେ । ଶେଷରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ 379.18 କୋଟି ଟଙ୍କା ମଞ୍ଜୁର କରିବା ସହ ୨୪ ମାସ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: VSSUT Transformation: ବିଶ୍ବବିଦ୍ୟାଳୟର ହେବ ନବକଳେବର, ୩ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୨୦୦୦ କୋଟି

ଏହି ଖବର ପ୍ରଚାରିତ ହେବା ପରେ ଉଭୟ ଗୁମ୍ମା ଏବଂ ରାୟଗଡ ବ୍ଲକର ଅଧିବାସୀମାନେ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାକୁ ନେଇ ସ୍ଥାନୀୟ ବିଜେଡି ନେତାମାନେ ମଧ୍ୟ ଉତ୍ସାହିତ ହୋଇପଡିଛନ୍ତି । ଜିଲ୍ଲା ବିଜେଡିର ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଏସ.ଲିଙ୍ଗରାଜ, ବିଜୁ ଛାତ୍ର ଜନତା ଦଳ ସଭାପତି ବିଶ୍ବଜିତ ତ୍ରିପାଠୀ, ବିଜେଡି ରାଜ୍ୟ ସଂପାଦକ ବସନ୍ତ ଦାଶ ଏବଂ ପ୍ରଦୀପ ନାୟକଙ୍କ ସମେତ ରାୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଏବଂ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଏବଂ ଏନ୍ୟ ବିଜେଡି ନେତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.