ETV Bharat / state

ଆନ୍ଧ୍ରରେ ଘର ହୃଦୟରେ ଓଡିଶା: ମନରେ କ୍ଷୋଭ ତଥାପି କମିନି ରାଜ୍ୟ ପାଇଁ ପ୍ରେମ

ସ୍ବତନ୍ତ୍ର ଓଡିଶା ଗଠନ ସମୟରେ ସୀମା ବାହାରେ ଅନେକ ଓଡିଆ ଅଞ୍ଚଳରେ ରହିଗଲା । ଯାହା ବର୍ତ୍ତମାନ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ । 87ବର୍ଷ ପରେ ବି ସେହି ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡିଆମାନେ ନିଜ ଭାଷା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

andhra residents love odisha
andhra residents love odisha
author img

By

Published : Apr 2, 2023, 1:09 PM IST

andhra residents love odisha

ଗଜପତି: 1936 ମସିହାରେ ପ୍ରଥମ ଭାଷା ଭିର୍ତ୍ତିରେ ଗଠନ ହେଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ । ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନିଜର ସର୍ବସ୍ବ ତ୍ୟାଗ କରି ସ୍ବତନ୍ତ୍ର ଓଡିଶା ଗଠନ କରିଥିଲେ । ଏପରିକି ନିଜ ରାଜ୍ୟର ଅଧିକାଂଶ ଅଞ୍ଚଳ ତାଙ୍କୁ ଛାଡିବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ଏସବୁ ଅଞ୍ଚଳ ପଡୋଶୀ ରାଜ୍ୟରେ ରହିଥିଲା । ସେମିତି କିଛି ଅଞ୍ଚଳ ରହିଛି ଗଜପତି ଜିଲ୍ଲା ସୀମାକୁ ଲାଗି ରହିଥିବା ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ପୁରୁଣାପାଟଣା,ମେଳିଆପୁଟି,କୋତ୍ତୁରୁ, ଆଦି ମଣ୍ଡଳ ଅଧିନରେ । ଏହି ସବୁ ଗାଁର ଲୋକସଂଖ୍ୟାର ସିଂହଭାଗ ଓଡିଆ ଭାଷାଭାଷୀ । ସେମାନେ ନିଜର ଭାଷା,ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସାମାନ୍ୟତମ ହେଳା କରନ୍ତି ନାହିଁ । ଆଜିବି ସେମାନେ ଓଡିଆ ପାଠ ପଢିବା ସହ ରଜ,ଦୋଳ ପୂର୍ଣ୍ଣିମା ଏବଂ କୁମାର ଉତ୍ସବ ଆଦି ଓଡିଆ ଉତ୍ସବକୁ ପାଳନ କରନ୍ତି ।

ସେହିପରି ନିଜ ପରମ୍ପରା ଅନୁସାରେ ମାର୍ଗଶୀର ମାସରେ ମାଣବସା ଗୁରୁବାର ମଧ୍ୟ କରନ୍ତି । ଉତ୍କଳ ସମ୍ମିଳନୀ ମାଧ୍ୟମରେ ଓଡିଶା ସରକାର ସେମାନଙ୍କୁ ପାଠ୍ୟପୁସ୍ତକ ଏବଂ ଶିକ୍ଷକ ଆଦି ଯୋଗାଇ ଦେଇଛନ୍ତି । ହେଲେ ଏହି ପାଠ୍ୟପୁସ୍ତକ ସଠିକ ସମୟରେ ପହଞ୍ଚୁ ନାହିଁ କି ନିୟୋଜିତ ଶିକ୍ଷକମାନଙ୍କୁ ଠିକ ସମୟରେ ଦରମା ମଧ୍ୟ ମିଳୁନାହିଁ । ତେଣୁ ସେମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଚ୍ଛିନ୍ନାଞ୍ଚଳରେ ରହିଥିବାରୁ ଓଡିଶା ସରକାର ଆମ ପ୍ରତି ଧ୍ୟାନ ଦେଉ ନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି ।

ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ଏବଂ ମେଳିଆପୁଟି ମଣ୍ଡଳରେ ରହିଥିବା କିଛି ଓଡିଆ ଗାଁକୁ ଯାଇ ଗଣମାଧ୍ୟମ ପ୍ରତିନିଧି ସେଠାକାର ସ୍ଥିତି ସଂପର୍କରେ ଜାଣିବାକୁ ଚାହିଁଥିଲେ । ସେହି ଗାଁ ଲୋକେ କ୍ୟାମେରା ସମ୍ମୁଖରେ ସେମାନଙ୍କ ଦୁଃଖ ବଖାଣିଥିଲେ । ସେମାନଙ୍କ କହିବା ହେଲା ଓଡିଶା ଗଠନ ବେଳେ ମହେନ୍ଦ୍ରତନୟା ନଦୀର ଆରପଟରେ ଆମେ ରହିଥିବାରୁ ଆମେ ଓଡିଶାରେ ମିଶିପାରିଲୁ ନାହିଁ । ଦୀର୍ଘ 88ବର୍ଷ ହେଲା ଆମେ ସେହି ଦୁଃଖରେ ଆଜି ବି ମ୍ରିୟମାଣ । ଏହି ଅଞ୍ଚଳରେ ରହିଥିବା ଓଡିଆ ଗାଁ ଶହ ଶହ ବର୍ଷ ପୁରୁଣା । ହେଲେ ସେଗୁଡିକର ଉନ୍ନତି ଆଖି ଦୃଶିଆ ହୋଇପାରନ୍ତି ନାହିଁ । ଆମେ ଆନ୍ଧ୍ରରେ ରହୁଛୁ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଯାହା ମିଳୁଛି ତାହା ଗ୍ରହଣ କରିବାକୁ ପଡୁଛି । ଦୀର୍ଘ 87ବର୍ଷ ମଧ୍ୟରେ ଏହି ଗାଁ ମାନଙ୍କର ଯେଭଳି ଉନ୍ନତି ହେବା କଥା ତାହା ହୋଇନାହିଁ । ଓଡିଶାରେ ରହିଥିଲେ ହୁଏତ ତାଙ୍କର ସ୍ଥିତିରେ ଉନ୍ନତି ହୋଇଥାନ୍ତା । କିନ୍ତୁ ତାହା କେବଳ ସ୍ବପ୍ନରେ ହିଁ ରହିଗଲା ବୋଲି ବିଛିନ୍ନାଞ୍ଚଳ କହିଛନ୍ତି ।

ଏହାକୁ ନେଇ ଉତ୍କଳ ସମ୍ମିଳନୀର ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା ହେଲା ଓଡିଶା ମଧ୍ୟରେ ନିଜ ଭାଷା ଓ ସଂସ୍କୃତିର ବିକାଶ ପାଇଁ ଓଡିଶା ସରକାରଙ୍କ ଆନ୍ତରିକତା ନାହିଁ । ଆଉ ବିଛିନ୍ନାଞ୍ଚଳ ପାଇଁ ସରକାର ବିଚାର କରିବେ ବୋଲି ଭୁଲ । ତେଣୁ ସରକାର ସମୟ ଥାଉ ଥାଉ ଏଥିପ୍ରତି ସଜାଗ ନହେଲେ ଆଗାମି ଦିନରେ ଓଡିଆଙ୍କ ସ୍ଥତି ଆହୁରି ଦୟନୀୟ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରତିବର୍ଷ ଏପ୍ରିଲ 1ରେ ଓଡିଶା ଦିବସ ପାଳନ କରି ଓଡିଆ ନିଜର ଦାୟତ୍ବ ସାରି ଦେଉଛି । କିନ୍ତୁ ଭାଷା,ସଂସ୍କୃତି ଏବଂ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କୌଣସି ଆଗ୍ରହ ଦେଖାଯାଉନାହିଁ । ଯାହା ଏକ ଜାତି ପାଇଁ ସତର୍କ ଘଣ୍ଟି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.