ETV Bharat / state

ନିରୀହ ପଶୁଙ୍କୁ ଖାଇବାକୁ ଦେଇ ପ୍ରଶଂସିତ ହେଲେ ପାରଳାଖେମୁଣ୍ଡି ବିଧାୟକ - କୋରୋନା ଲଢେଇ

ବୁଲା ଗାଈଗୋରୁ, କୁକୁରଙ୍କୁ ଖାଇବାକୁ ଦେଲେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ଏଥିସହ ସେ କହିଛନ୍ତି କେବଳ ମୁଁ ନୁହେଁ, ସମସ୍ତେ ଏଭଳି କରିବା ଆବଶ୍ୟକ ।

Feeding to animal
ନିରୀହ ପଶୁଙ୍କୁ ଖାଇବାକୁ ଦେଇ ପ୍ରଶଂସିତ ହେଲେ ପାରଳାଖେମୁଣ୍ଡି ବିଧାୟକ
author img

By

Published : Mar 29, 2020, 1:51 PM IST

ଗଜପତି: କୋରୋନା ପାଇଁ ଲୋକେ ଘରୁ ବାହାରକୁ ଆସୁନାହାନ୍ତି । ତେଣୁ ବୁଲା ଗାଈଗୋରୁଙ୍କୁ ପେଜ ପାଣି ଟିକିଏ ବି ମିଳିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ତେବେ ସେମାନଙ୍କ ପାଇଁ ଆଗକୁ ଆସିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ।

ନିରୀହ ପଶୁଙ୍କୁ ଖାଇବାକୁ ଦେଇ ପ୍ରଶଂସିତ ହେଲେ ପାରଳାଖେମୁଣ୍ଡି ବିଧାୟକ

ସେ ବୁଲା ଗାଈଗୋରୁଙ୍କୁ ଘାସ, ଫଳ ପରିବା କିଣି ଖାଇବାକୁ ଦେଉଥିବାବେଳେ ଭୋକିଲା ଗାଈଗୋରୁ ବି ଏହାକୁ ଖାଇ ନିଜ ଭୋକ ମେଣ୍ଟାଇ ପାରୁଛନ୍ତି । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ପାରଳାଖେମୁଣ୍ଡି ବିଧାୟକ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲକ୍‌ ଡାଉନ୍‌ ସମୟରେ ସମସ୍ତେ ନିଜ ପାଇଁ କିଭଳି ଗଣ୍ଡେ ଦାନା ଯୋଗାଡ କରିବେ ତାହାକୁ ନେଇ ବ୍ୟସ୍ତ । ଏଭଳି ସ୍ଥିତିରେ ଲୋକେ ବୁଲା ଗାଈଗୋରୁଙ୍କ କଥା ଭାବିବା ବି କଷ୍ଟ । ସେମାନେ କହି ପାରୁନଥିବାରୁ ତାଙ୍କ କଥା କେହି ବୁଝିବାକୁ ବି ପ୍ରୟାସ କରୁନାହାନ୍ତି । କେବଳ ମୁଁ ନୁହେଁ, ସମସ୍ତେ ଏଭଳି କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.