ETV Bharat / state

ଲକଡାଉନ ବେଲେ ଜିଲ୍ଲା ପର୍ଯ୍ୟବେକ୍ଷଣକୁ ନେଇ ବିଜେପି-ବିଜେଡି ଟଣାଓଟରା

ଲକଡାଉନ ସମୟରେ ସୋରଡା ବିଧାୟକଙ୍କୁ ଅନ୍ୟ ଜିଲ୍ଲାକୁ ପ୍ରବେଶର ଅନୁମତି ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Apr 17, 2020, 1:04 PM IST

bjp-bjd-tug-of-war-over-district-surveillance-during-lockdown
ଲକଡାଉନ ଅବଧୀରେ ଜିଲ୍ଲା ପର୍ଯ୍ୟବେକ୍ଷଣକୁ ନେଇ ବିଜେପି-ବିଜେଡି ଟଣାଓଟରା

ଗଜପତି: ସୋରଡା ବିଧାୟକ ତଥା ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଦିନିକିଆ ଗଜପତି ଗସ୍ତକୁ ନେଇ ବିଜେପିର ଟାର୍ଗେଟ । ଲକଡାଉନ ସମୟରେ ଅନ୍ୟ ଜିଲ୍ଲାକୁ ପ୍ରବେଶର ଅନୁମତି ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ।

ରାଓ କହିଛନ୍ତି ଯେ, ଲକଡାଉନ ଚାଲିଥିବା ସମୟରେ ଅନ୍ୟ ଜିଲ୍ଲାର ଜଣେ ବିଧାୟକ କିଭଳି ସୀମା ପାର କରି ଗଜପତି ଜିଲ୍ଲାକୁ ଆସିଲେ । ଏଥିପାଇଁ ତାଙ୍କୁ କିଏ ଅନୁମତି ଦେଇଥିଲା । ସେହିପରି କୋଭିଡ-19 ମେଡିକାଲ ଏବଂ ସୀମା ସିଲ ଆଦି ପରଖିବା ପାଇଁ ତାଙ୍କୁ କିଏ ଦାୟତ୍ବ ଦେଇଥିଲା ବୋଲି ମଧ୍ୟ ରାଓ ସିଧା ପ୍ରଶ୍ନ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଉଥିବା ବେଳେ ଶାସକ ଦଳର ଜଣେ ବିଧାୟକ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଭଙ୍ଗ କରି ବୁଲିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଗଜପତି ଜିଲ୍ଲାପାଳ ଏବଂ ଏସପିଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ସୋରଡା ବିଧାୟକ କହିଛନ୍ତି ଯେ, ସନ୍ଧ୍ୟା 5ଟାରୁ 7ଟା କୋହଳ ସମୟ ହୋଇଥିବାରୁ ସେ ରାସ୍ତାରେ ଯିବା ବେଳେ ଦେଖିଥିଲେ ଯେ, କିଛି ଲୋକ ମାସ୍କ ପିନ୍ଦି ନଥିଲେ । ତେଣୁ ସେ ମାସ୍କ ବଣ୍ଟନ କରିଥିଲେ । ଏହାକୁ ନେଇ ରାଜନୀତି ନକରାଯାଉ ।

ତେବେ ସୂଚନାଥାଉ କି, ଗୁରୁବାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଦିନିକିଆ ଗଜପତି ଗସ୍ତରେ ଆସିଥିଲେ । ସେ ଏହି ସମୟରେ ଜିଲ୍ଲାରେ ନିର୍ମାଣ ହୋଇଥିବା କୋଭିଡ 19 ମେଡିକାଲ ଏବଂ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାରେ ହୋଇଥିବା ସୀମା ସିଲ ଆଦି ବୁଲି ଦେଖିବା ସହ ଲୋକଙ୍କୁ ମାସ୍କ ଓ ସେନିଟାଇଜର ବଣ୍ଟନ କରିଥିଲେ । ତାଙ୍କ ସହ ଜିଲ୍ଲାପାଳ ଏବଂ ଏସପିଙ୍କ ସମେତ ଜିଲ୍ଲା ବିଜେଡିର ବହୁ ନେତା ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.