ETV Bharat / state

ଆଉ ଜଣେ ଶିଶୁ ନିଖୋଜ: ବିତିଲା 24 ଘଣ୍ଟା, ମିଳୁନି ହାର୍ଦ୍ଦିକଙ୍କ ପତ୍ତା - ମଣ୍ଡିଙ୍ଗିର ହାର୍ଦ୍ଦିକ ନିଖୋଜ

ନୟାଗଡ଼ ଯାଜପୁର ପରେ ଗଜପତି ଜିଲ୍ଲାରେ ଜଣେ ନାବାଳକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। କାଶୀନଗର ଥାନା ଅଞ୍ଚଳ ମଣ୍ଡିଙ୍ଗି ସାହିର ଜାମି ଗୋପୀଙ୍କ 7ବର୍ଷର ପୁଅ ଜାମି ହାର୍ଦ୍ଦିକ ନିଖୋଜ ରହିଛି। ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ବାପା ମାଆ। ଅଧିକ ପଢ଼ନ୍ତୁ...

a 7 year old child jami hardik was missing from yesterday in kashinagar of gajapati district
ଆଉ ଜଣେ ଶିଶୁ ନିଖୋଜ: ବିତିଲା 24 ଘଣ୍ଟା, ମିଳୁନି ହାର୍ଦ୍ଦିକଙ୍କ ପତ୍ତା
author img

By

Published : Dec 17, 2020, 8:39 PM IST

ଗଜପତି: ରାଜ୍ୟରେ ଶିଶୁ ନିଖୋଜ ହେବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୟାଗଡ଼ ଯାଜପୁର ପରେ ଗଜପତି ଜିଲ୍ଲାରେ ଜଣେ ନାବାଳକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। କାଶୀନଗର ଥାନା ଅଞ୍ଚଳ ମଣ୍ଡିଙ୍ଗି ସାହିର ଜାମି ଗୋପୀଙ୍କ 7ବର୍ଷର ପୁଅ ଜାମି ହାର୍ଦ୍ଦିକକୁ କେହି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି ହାର୍ଦ୍ଦିକର ବାପା ମାଆ।

ଆଉ ଜଣେ ଶିଶୁ ନିଖୋଜ: ବିତିଲା 24 ଘଣ୍ଟା, ମିଳୁନି ହାର୍ଦ୍ଦିକଙ୍କ ପତ୍ତା

ହାର୍ଦ୍ଦିକଙ୍କ ବାପା ଜଣେ କାଜୁ ବ୍ୟବସାୟୀ। ବୁଧବାର ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ଖେଳୁଥିଲା ହାର୍ଦ୍ଦିକ। କେହି ଦୁର୍ବୃତ୍ତ ବାପାଙ୍କ କାଜୁ ଗୋଦାମ ଦେଖାଇବା କଥା କହି ତାକୁ ନିଜ ସାଙ୍ଗରେ ନେଇଯାଇଥିଲା। ଏନେଇ ହାର୍ଦ୍ଦିକଙ୍କ ସାଙ୍ଗମାନଙ୍କୁ ପଚାରିବାରୁ ସେମାନେ ସୂଚନା ଦେଇଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲା। ଅଧିକ ରାତି ଯାଏଁ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ। ଶେଷରେ ପୁଅ ନିଖୋଜ ହେବା ସନ୍ଦେହ କରି କାଶୀନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜାମି ଗୋପୀ।

ଇତି ମଧ୍ୟରେ 24ଘଣ୍ଟାରୁ ଅଧିକ ସମୟ ବିତି ସାରିଛି। ତଥାପି ଶିଶୁର କୌଣସି ସନ୍ଧାନ ମିଳିନି। ଏଭଳି ସ୍ଥିତିରେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି ବାପା ମାଆ। ପୁଅର ନିଖୋଜ ଘଟଣା ପରେ ମାର ଆଖି ଶୁଖୁନି। ଗୋପୀଙ୍କ ଦୁଇ ପୁଅ ମଧ୍ୟରୁ ହାର୍ଦ୍ଦିକ ବଡ଼। ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ନିଖୋଜ ଶିଶୁକୁ ଉଦ୍ଧାର କରିବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍‌ କରିଛି ପୋଲିସ। ପଡୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଥାନାକୁ ମଧ୍ୟ ଖବର ଦିଆଯାଇଛି ।

ଶିଶୁକୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। ବ୍ୟବସାୟିକ ଶତ୍ରୁତା କିମ୍ବା ଅର୍ଥ ଲୋଭରେ ହାର୍ଦ୍ଦିକକୁ କେହି ଅପହରଣ କରିନେଇଥିବା ପୋଲିସ ସନ୍ଦେହ କରୁଛି। ଶିଶୁକୁ ଉଦ୍ଧାର କରିବା ପାଇଁ ଯାଞ୍ଚ କଡ଼ାକଡ଼ି ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ।

ରାଜ୍ୟରେ ଶିଶୁ ଅପହରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। କାଶୀନଗରର ହାର୍ଦ୍ଦିକ ନିଖୋଜ ହେବା ଘଟଣା ପରେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଇ ଯାଇଛି। ଅପହୃତ ଶିଶୁକୁ ଉଦ୍ଧାର କରିବା ବର୍ତ୍ତମାନ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। କେବେ ହାର୍ଦ୍ଦିକ ଫେରିବା ତାହାରି ଉପରେ ରହିଛି ନଜର।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.