ETV Bharat / state

କପିଳାଶ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ, ପ୍ରଭୁ ଚନ୍ଦ୍ରଶେଖରଙ୍କୁ ଦର୍ଶନ କରି ବିଭୋର ଭକ୍ତ

ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଦ୍ବିତୀୟ କୈଳାଶ କୁହାଯାଉଥିବା ଢେଙ୍କାନାଳର କପିଳାଶ ପୀଠ । ଭକ୍ତଙ୍କର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋର ୩ଟା ୫୫ ମିନିଟରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ । ଅଧିକ ପଢ଼ନ୍ତୁ

author img

By

Published : Feb 18, 2023, 9:01 PM IST

କପିଳାଶ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଢେଙ୍କାନାଳ: ପବିତ୍ର ମହାଶିବରାତ୍ରି ଅବସରରେ ଦ୍ବିତୀୟ କୈଳାଶ କୁହାଯାଉଥିବା ଢେଙ୍କାନାଳର କପିଳାଶ ପୀଠ ଚଳଚଞ୍ଚଳ । ହର ହର ମହାଦେବ ଶବ୍ଦରେ ପ୍ରକମ୍ପିତ ହେଉଛି କପିଳାଶ ପୀଠ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ । ଭୋର ୩ଟା ୫୫ ମିନିଟରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ । ଢେଙ୍କାନାଳର କପିଳାଶ ପୀଠକୁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ମାନସିକଧାରୀ ବ୍ୟାକୁଳ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଶୈବପୀଠ ଗୁଡ଼ିକରେ ଦେବ ଦେବ ମହାଦେବଙ୍କର ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ବିଶେଷ କରି ପ୍ରାକୃତିକ ନୈଶର୍ଗିକ ଭରା ଏହି କପିଳାଶ ପୀଠର ସୌନ୍ଦର୍ଯ୍ୟ ଓ ପୀଠର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ରଶେଖରଙ୍କ ମହିମା ବେଶ ଅଲୌକିକ ଥିବାବେଳେ ପ୍ରଭୁଙ୍କ ପ୍ରତ୍ୟକ୍ଷତା ସାରା ରାଜ୍ୟରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହି ପୀଠକୁ ଟାଣି ଆଣିଥାଏ । ଏହି ଅବସରରେ ରାଜ୍ୟର ପ୍ରମୁଖ ଶୈବପୀଠ ଢେଙ୍କାନାଳର କପିଳାଶକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସୁଅ ଛୁଟିଛି । ପୀଠର ଅଧୀଶ୍ଵର ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ କରିବା ସାଙ୍ଗକୁ ଦୀପଟିଏ ଜାଳି ନିଜର ମାନସିକ ପୂରଣ ପାଇଁ ବ୍ୟାକୁଳ ହୋଇଉଠିଛନ୍ତି ଶ୍ରଦ୍ଧାଳୁ । ଫଳରେ ସକାଳୁ ସକାଳୁ ଉଭୟ ବାରବାଙ୍କ ଓ ପାହାଚ ରାସ୍ତାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି ।

କପିଳାଶ ପାଦଦେଶ ଦେଓଗାଁ ଠାରୁ ମୁଖ୍ୟ ମନ୍ଦିର ଯାଏଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଲୋକରଣ୍ୟ ହୋଇ ଉଠିଛି କପିଳାଶ । ହର ହର ମହାଦେବ ଓ ଜୟ ଶିବ ଶମ୍ଭୁ ଧ୍ୱନୀରେ କମ୍ପି ଉଠୁଛି ପୀଠ । ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏପରିକି ଶାନ୍ତି ଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ଅଧିକାରୀମାନେ ନିଜେ ଭିଡ଼ ପରିଚାଳନା କରୁଥିବା ପରିଲକ୍ଷିତ ହୋଇଛି । କହିବାକୁ ଗଲେ ବିଗତ ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଚଳିତ ବର୍ଷ ଯଥେଷ୍ଟ ଅଧିକ ଭିଡ଼ ହୋଇଛି । ସେପଟେ ଜାଗର ଯାତ୍ରା ଉପଲକ୍ଷେ ଏହି ପୀଠର ପରମ୍ପରା ମୁତାବକ ଆଜି ପ୍ରାତଃ ସମୟରୁ ସ୍ୱତନ୍ତ୍ର ରୀତିନୀତିରେ ଚିତାପତ୍ରି ସେବାୟତମାନେ ପ୍ରଭୁ ଚନ୍ଦ୍ରଶେଖରଙ୍କ ନୀତିକାନ୍ତି ଆରମ୍ଭ କରିଛନ୍ତି । ସ୍ବତନ୍ତ୍ର ସେବାୟତ ଓ ରାଜପରିବାର ପକ୍ଷରୁ ଚାରି ପ୍ରହର ଚାରି ପୂଜା ଲେଖାଏଁ ଷୋଳ ପୂଜାସାଙ୍ଗକୁ ଷୋଡ଼ଶ ଉପଚାରରେ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଉଛି ।

ଏହି ଅବସରରେ ସନ୍ଧ୍ୟା ପରେ ପୀଠରେ ମାତା ପର୍ବତୀଙ୍କର ରାଜରାଜେଶ୍ୱରୀ ବେଶ, ପ୍ରଭୁଙ୍କର ନାଗାଭରଣ ବେଶ, ଯୋଗୀରାଜ ବେଶ ଓ ହରିହର ଭେଟ ଆଦି କରାଯିବ । ତେବେ ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବ । ଅପରପକ୍ଷରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମୁଖ୍ୟ ଆକର୍ଷଣ ମହାଦୀପ ଭୋର ୩ଟା ୫୫ମିନିଟରେ ପାଳିଆ ସେବକଙ୍କ ଦ୍ୱାରା ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ଚୁଡାକୁ ଉଠାଯିବ ବୋଲି ସୂଚନା ଦେଇଛନ୍ତି ପୀଠର ସେବାୟତ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ପୀଠରେ ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟ ଜଳ ଓ ଅଗ୍ନିଶମ ବାହିନୀ ଆଦି ଉପରେ ବ୍ୟବସ୍ଥା କରାଯାଇଛି । ବାରବାଙ୍କରେ ଗାଡି ଚଳାଚଳ ଉପରେ କଟକଣା ରହିଥିବା ବେଳେ ଦେଓଗାଁ ଠାରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.