ETV Bharat / state

ପ୍ରଥମାଷ୍ଟମୀରେ କୀଟନାଶକ ଔଷଧ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

ସାମାନ୍ୟ ବଚସାକୁ ନେଇ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସ୍ବାମୀ ସ୍ତ୍ରୀ । ହସ୍ପିଟାଲରେ ଭର୍ତ୍ତି ହେଲେ ଉଭୟ । ଅଧିକ ପଢନ୍ତୁ

ପ୍ରଥମାଷ୍ଟମୀରେ କୀଟନାଶକ ଔଷଧ ପିଇ ଦେଲେ ସ୍ବାମୀ ସ୍ତ୍ରୀ

author img

By

Published : Nov 17, 2022, 9:46 AM IST

ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି । ପ୍ରଥମାଷ୍ଟମୀରେ ଆତ୍ମହତ୍ୟା ଉଦ୍ୟମ କଲେ ସ୍ବାମୀ ସ୍ତ୍ରୀ । ସାମାନ୍ୟ ବଚସାକୁ ନେଇ ପିଇ ଦେଲେ କୀଟନାଶକ ଔଷଧ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଉଭୟ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ମୁରୁଗା ଗ୍ରାମରେ । ଦୁଇ ସ୍ବାମୀ ସ୍ତ୍ରୀ ହେଉଛନ୍ତି ସୁଜନ ନାଏକ ଓ ମାନସୀ ନାଏକ ।

ପ୍ରଥମାଷ୍ଟମୀରେ କୀଟନାଶକ ଔଷଧ ପିଇ ଦେଲେ ସ୍ବାମୀ ସ୍ତ୍ରୀ

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଜନ ନାଏକ ଓ ମାନସୀ ନାଏକ ଝିଅର ଶାଶୁଘର କାମାକ୍ଷାନଗର ବାଇଶିଙ୍ଗା ଯାଇ ଘରକୁ ଫେରିଥିଲେ । ସେଠାରୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା, ଏହାପରେ ସୁଜନ ଏକ ବାଇକ ଯୋଗେ ଗ୍ରାମ ପାଖ ପଳାଶପିଠିଆ ଗୋଡାକୁ ଯାଇ କୀଟନାଶକ ଔଷଧ ପିଇ ଘରକୁ ଫେରୁଥିଲେ । ତେବେ ଏହି ସମୟରେ ଗ୍ରାମର ଜଣେ ଯୁବକଙ୍କ ସହାୟତାରେ ସ୍ତ୍ରୀ ମାନସୀ ସ୍ବାମୀଙ୍କୁ ଖୋଜାଖୋଜି କରିବା ସମୟରେ ବାଟରେ ପାଇଥିଲେ । ତେବେ ମାନସୀ ଗ୍ରାମର ଯୁବକଙ୍କୁ ଚାଲିଯିବାକୁ କହି ସ୍ବାମୀଙ୍କ ବାଇକ ଯୋଗେ ଘରକୁ ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଶିଳ୍ପମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ୟୁଥ ଫର ଆକ୍ସନ, ପୋଲିସ ସହ ଧସ୍ତାଧସ୍ତି

ଆସିବା ବାଟରେ ଗ୍ରାମ ପାଖ ରେଳ ଲାଇନ ନିକଟରେ ସୁଜନଙ୍କର ମୁଣ୍ଡ ବୁଲାଇଥିଲା । ସ୍ତ୍ରୀ ପଚାରିବାରୁ କୀଟନାଶକ ଔଷଧ ପିଇ ଦେଇଥିବା କହିଥିଲେ ସୁଜନ । ତେବେ ଗାଡି ଡିକିରେ ଆଉ ଅଧା କୀଟନାଶକ ଔଷଧ ଅଛି ଶୁଣିବା ପରେ ସ୍ତ୍ରୀ ମାନସୀ ଏହାକୁ ପିଇ ଦେଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ବାନ୍ତି ହେଉଥିବା ଦେଖି ଗ୍ରାମବାସୀ ସଙ୍ଗେ ସଙ୍ଗେ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ସ୍ତ୍ରୀ ମାନସୀଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ଥିବାବେଳେ ସ୍ବାମୀ ସୁଜନଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଏନେଇ ଉଭୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.