ETV Bharat / state

ଶଗଡ଼ିଆ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଦେବଗଡ଼ ଜିଲ୍ଲା ଶଗଡ଼ିଆ ନାଳରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 27, 2021, 1:39 PM IST

ସଗଡ଼ିଆ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଦେବଗଡ଼: ଜିଲ୍ଲାର ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା ଗ୍ରାମ ନିକଟ ଶଗଡ଼ିଆ ନାଳରୁ ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି ।

ଶନିବାର ସକାଳେ ସୁଗୁଡା ଗ୍ରାମ ନିକଟ ଶଗଡ଼ିଆ ନାଳରେ କୌଣସି ଏକ ଅଜଣା ଯୁବକର ମୃତଦେହ ଭାସୁଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ଦେବଗଡ଼ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନାଳରେ ଭାସୁଥିବା ଯୁବକର ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ହେଲେ ସିପୁନ ବେହେରା । ତାଙ୍କଘର ଅନୁଗୁଳ ଜିଲ୍ଲା କିଶନ ନଗର ଥାନା ଅନ୍ତର୍ଗତ ଅଙ୍ଗପଡା ଗ୍ରାମର ବୋଲି ଜଣାପଡିଛି । ସେ ଗତ କିଛିଦିନ ପୂର୍ବରୁ ଦେବଗଡ଼ ଥାନା ଅଧିନ କଦମଦର ଗ୍ରାମରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ମାତ୍ର ଗତ ତିନିଦିନ ପୂର୍ବରୁ ସେ ହଠାତ୍‌ ନିଖୋଜ ଥିବା ବେଳେ ଶନିବାର ସକାଳୁ ତାଙ୍କର ମୃତଦେହକୁ ନାଳରୁ ଉଦ୍ଧାର କରାଯାଇଛି ।

ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଏହା ବାସ୍ତବରେ ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଏ ଦିଗରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.