ETV Bharat / state

କାଳ ସାଜିଛି ନାଳ: ଉଜାଡୁଛି ଏକର ଏକର ଚାଷଜମି, ଚାଷୀ ମୁଣ୍ଡରେ ଚଡକ - ପ୍ରଭାବିତ ହେଉଛି ଚାଷକାର୍ଯ୍ୟ

ଚାଷକାର୍ଯ୍ୟକୁ ମୁଖ୍ୟ ଜୀବିକା ଭାବେ ଆଦରି ନେଇଥିବା ଚାଷୀକୂଳ ଏବେ ଚିନ୍ତାରେ। ଦେବଗଡ ତିଳେଇବଣି ବ୍ଲକର କଲଣ୍ଡା ଗାଁରେ ଦେଖିବାକୁ ମିଳିଛି ଚାଷୀଙ୍କ ସମସ୍ୟା ।

କାଳ ସାଜିଛି ନାଳ: ଉଜାଡୁଛି ଏକର ଏକର ଚାଷଜମି, ଚାଷୀ ମୁ୍ଡରେ ଚଡକ

author img

By

Published : Feb 29, 2020, 10:04 AM IST

ଦେବଗଡ: ନାଳ ଖାଉଛି କୂଳ। ଉଜୁଡି ଯାଉଛି ଏକର ଏକର ଚାଷଜମି । ପ୍ରଭାବିତ ହେଉଛି ଚାଷକାର୍ଯ୍ୟ । ଚାଷକାର୍ଯ୍ୟକୁ ମୁଖ୍ୟ ଜୀବିକା ଭାବେ ଆଦରି ନେଇଥିବା ଚାଷୀକୂଳ ଏବେ ଚିନ୍ତାରେ । ଦେବଗଡ ତିଳେଇବଣି ବ୍ଲକର କଲଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା ।

କାଳ ସାଜିଛି ନାଳ: ଉଜାଡୁଛି ଏକର ଏକର ଚାଷଜମି, ଚାଷୀ ମୁ୍ଡରେ ଚଡକ

ତିଳେଇବଣି ବ୍ଲକର କଲଣ୍ଡା ଗାଁରେ ବସବାସ କରନ୍ତି ପ୍ରାୟ ଦୁଇଶହ ଚାଷୀ ପରିବାର । ଚାଷକାର୍ଯ୍ୟକୁ ମୁଖ୍ୟ ଜୀବିକା ଭାବେ ଆଦରି ନେଇଛନ୍ତି ସମସ୍ତେ । କଲଣ୍ଡା ଗାଁ ନିକଟରେ ପ୍ରଭାବିତ ହେଉଥିବା ବାଳିଆପିଟା ନାଳ ଉଭୟ ପାର୍ଶ୍ବରେ ଥିବା ପ୍ରାୟ ଦୁଇଶହ ଏକର ଉର୍ବର ଚାଷ ଜମିରେ ବର୍ଷ ତମାମ ଚାଷକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି ଗ୍ରାମବାସୀ ।

ଧାନଚାଷ ଠାରୁ ଆରମ୍ଭ କରି ପନିପରିବା ଓ ସୋରିଷ, ରାଶି, ସୂର୍ଯ୍ୟମୁଖୀ ଆଦି ତୈଳବିଜ ଫସଲ ଚାଷ କରି ଦେବଗଡ଼ ବଜାରକୁ ଯୋଗାଇଥାନ୍ତି ଗାଁ ଚାଷୀ। ଏଥିରେ ବେଶ ଭଲ ଦୁଇପଇସା ବି ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି ଗାଁର ଚାଷୀ ପରିବାର । ମାତ୍ର ବିଗତ କିଛିବର୍ଷ ହେଲା ଦାଉ ସାଜିଛି ଗାଁ ନିକଟରେ ପ୍ରବାହିତ ହେଉଥିବା ବାଳିଆପିଟା ନାଳ। ପ୍ରତିବର୍ଷ ବନ୍ୟାରେ କୂଳ ଖାଇ ଗତିପଥ ବଦଳାଇବାରେ ଲାଗିଛି ଏହି ବାଳିଆପିଟା ନାଳ।

ଯାହାଫଳରେ ନାଳ ଗର୍ଭରେ ଲୀନ ହୋଇଯାଉଛି କଲଣ୍ଡା ଗାଁ’ର ଏକର ଏକର ଚାଷପଯୋଗୀ ଜମି । ବିଗତ ଆଠବର୍ଷ ମଧ୍ୟରେ ଗାଁର ପ୍ରାୟ 50 ଏକରରୁ ଊର୍ଦ୍ଧ୍ବ ଚାଷଜମି ବାଳିଆପିଟା ନାଳରେ ଲୀନ ହୋଇ ସାରିଥିବା କହନ୍ତି ଗାଁର ଚାଷୀ। ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି ବାଳିଆପିଟା ନାଳ। ଏ ସମସ୍ୟାର ନିରାକରଣ କରାନଗଲେ ଆଉ କିଛିବର୍ଷ ମଧ୍ୟରେ ଏ ଅଞ୍ଚଳରେ ଥିବା ସମସ୍ତ ଚାଷପଯୋଗୀ ଜମିକୁ ବାଳିଆପିଟା ନାଳ ଗ୍ରାସ କରିଯିବା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ ।

ନାଳ ଦାଉରୁ ଚାଷଜମିକୁ ରକ୍ଷା କରିବା ପାଇଁ ଗ୍ରାମବାସୀଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି । ନାଳର ଉଭୟ ପାର୍ଶ୍ବରେ ଏକ ସଶକ୍ତ ପ୍ରୋଟେକ୍ସନ ୱାଲ ଦେବାକୁ କଲଣ୍ଡା ଗ୍ରାମବାସୀ ଆଜକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି । ହେଲେ ସବୁଠୁ ଗଦା ଗଦା ପ୍ରତିଶୃତି ମିଳୁଛି ସିନା କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

କୃଷି ଓ କୃଷକର ଉନ୍ନତି ପାଇଁ ସରକାର କେତେ କଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାରୀ ବାବୁମାନେ ସଭା ସମିତିରେ ନାନା ବାହାସ୍ପୋଟ ମାରୁଛନ୍ତି । ତେବେ ଦେବଗଡ କଲଣ୍ଡା ଗାଁରେ ଥିବା ଚାଷୀଙ୍କ ସମସ୍ୟା ଦେଖିଲେ ସରକାରଙ୍କ ଏସବୁ ଯୋଜନା ଯେ କେବଳ କୁମ୍ଭୀର କାନ୍ଦଣା ବ୍ୟତୀତ ଆଉ କିଛିନୁହଁ ତାହା ସ୍ପଷ୍ଟ ବାରି ହୋଇ ପଡୁଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.