ETV Bharat / state

ଫେଲ ମାରିଛି ବସୁଧା ଯୋଜନା, ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ - deogarh Basudha yajona failed

କାମରେ ଆସୁନି ପାନୀୟ ଜଳ ପ୍ରକଳ୍ପ । ସରକାର ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ କରୁଛନ୍ତି କିନ୍ତୁ ଲୋକଙ୍କୁ ଜଳ ମୁନ୍ଦାଏ ପାଇଁ ହନ୍ତସନ୍ତ ହେବାକୁ ପଡିଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ତିଳେଇବଣି ବ୍ଲକର କଣ୍ଟେଇକୁଳି ଗାଁରେ । ଅଧିକ ପଢନ୍ତୁ...

Basudha yajona failed in kanteikoli village of deogarh
ଫେଲ ମାରିଛି ବସୁଧା ଯୋଜନା, ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ
author img

By

Published : Aug 17, 2021, 7:47 PM IST

ଦେବଗଡ: ଫେଲ ମାରିଛି ବସୁଧା ଯୋଜନା । କାମରେ ଆସୁନି ପାନୀୟ ଜଳ ପ୍ରକଳ୍ପ । ଜଳ ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ତିଳେଇବଣି ବ୍ଲକର କଣ୍ଟେଇକୁଳି ଗାଁରେ ।

ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକର କଣ୍ଟେଇକୁଳି ଗାଁରେ ବସବାସ କରନ୍ତି 100ରୁ ଊର୍ଦ୍ଧ୍ବ ପରିବାର । ଏହି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷରେ ଗତ 2016 ମସିହାରେ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଗାଁରେ ନିର୍ମାଣ କରାଯାଇଥିଲା ଏକ ପାନୀୟ ଜଳ ପ୍ରକଳ୍ପ । ଗାଁର ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ଯୋଗାଇ ଦିଆଗଲା ବିଶୁଦ୍ଧ ପାନୀୟ ଜଳ । ମାତ୍ର ପରିତାପର ବିଷୟ ଯେ, ଏହି ପ୍ରକଳ୍ପଟି କିଛିବର୍ଷ ସୁଚାରୁରୂପେ ଚାଲିବା ପରେ ଆଜକୁ ଦୀର୍ଘ ଚାରିବର୍ଷ ହେଲା ଅଚଳ ହୋଇପଡିଛି । ଏହି ପ୍ରକଳ୍ପରେ ବାରମ୍ବାର ଦେଖାଦେଇଥିବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗ୍ରାମବାସୀ ପାନୀୟ ଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ।

ଫେଲ ମାରିଛି ବସୁଧା ଯୋଜନା, ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

ଅନ୍ୟ ପକ୍ଷରେ ଗାଁରେ ଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ଅବସ୍ଥାରେ ଥିବାରୁ କେବଳ ଗୋଟିଏ ମାତ୍ର ନଳକୂପ ଉପରେ ଗାଁର 100ଟି ପରିବାର ନିର୍ଭର କରୁଛନ୍ତି । ଫଳରେ ପାନୀୟ ଜଳ ମୁନ୍ଦାଏ ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏହି ପ୍ରକଳ୍ପଟିକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ କତ୍ତୃପକ୍ଷଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ।

ଗୋଟିଏ ପକ୍ଷରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷରେ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ବିଭାଗୀୟ କତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏସମସ୍ତ ଯୋଜନା ବାଟବଣା ହେଉଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.