କଟକ: କଟକରେ ଦୋକାନ ବଜାର ଖୋଲିବା ସମୟ ସୀମାକୁ ବୃଦ୍ଧି କରାଯାଇଛି । ଫଳରେ ଭିଡର ସମ୍ଭାବନା ଥିବାରୁ, ପୋଲିସ ପକ୍ଷରୁ କଟକଣା କଡ଼ାକଡି ପାଳନ ହେବ କହିଛନ୍ତି କଟକ ଡିସିପି ।
ପୋଲିସର ଚେକିଂ ସମୟ ଅଧିକ ରହିବ । ଯଦି କିଏ ବି କୋଭିଡ଼ ନିୟମ ଉଲଙ୍ଘନ କରନ୍ତି, ତେବେ ଜୋରିମାନା ଦେବାକୁ ହେବ । କୌଣସି ଦୋକାନ ବ୍ୟବସାୟୀ ପ୍ରତିଷ୍ଠାନରେ କୋଭିଡ୍ ଗାଇଡଲାଇନ ଭଙ୍ଗ ହେଲେ ଦୋକାନ ସିଲ ହେବ । ଏନେଇ ବ୍ୟବସାୟୀ ସଂଘ ସହ ଆଲୋଚନା ହୋଇଥିବା କହିଥିବା କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
ଏଥିସହିତ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ କଡ଼କଡି ରହିଛି । ଇଦ୍ ପର୍ବ ପାଇଁ ସାମାନ୍ୟ କୋହଳ ହୋଇଥିଲା ମାତ୍ର ପୂର୍ବ ପରି ଚେକିଂ ଓ ବ୍ଳକି୍ଂ ଜାରି ରହିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ