ETV Bharat / state

ମାଟ୍ରିକ ସାର୍ଟିଫିକଟରେ ବିଳମ୍ବ, ବୋର୍ଡ ଅଫିସ୍ ଘେରିଲା AISDO

ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ପ୍ରକାଶ ପାଇଲାଣି ମାଟ୍ରିକ ରେଜଲ୍ଟ । କିନ୍ତୁ ଏଯାଏଁ ମିଳିପାରିନାହିଁ ସାର୍ଟିଫିକେଟ । ଉଚ୍ଚ ଶିକ୍ଷା ପାଇଁ ଆଶଙ୍କାରେ ଛାତ୍ରଛାତ୍ରୀ । ବୋର୍ଡର ବିଳମ୍ବକୁ ବିରୋଧ କରି ଅଫିସ୍ ଘେରିଛି ଅଲ୍ ଇଣ୍ଡିଆ ଛାତ୍ର ସଂଗଠନ।

author img

By

Published : Jun 29, 2019, 5:11 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ

କଟକ: ମେ 21ରୁ ପ୍ରକାଶ ପାଇଲାଣି ମାଟ୍ରିକ ପରୀକ୍ଷା ଫଳ। ରେଜଲ୍ଟ ପ୍ରକାଶ ପାଇବାକୁ ମାସେରୁ ଅଧିକ ଦିନ ବିତିଲାଣି । କିନ୍ତୁ ଛାତ୍ର ଛାତ୍ରୀଙ୍କୁ ଏଯାବତ ମିଳିନାହିଁ ସାର୍ଟିଫିକଟ । ଯାହାକୁ ନେଇ ବୋର୍ଡ ଅଫିସ ଘେରିଛି ଅଲ୍ ଇଣ୍ଡିଆ ଛାତ୍ର ସଂଗଠନ (AIDSO)।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କଟକ

ମାଟ୍ରିକ ପାସ୍ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ମାର୍କସିଟ ଓ ସାର୍ଟିଫିକଟ ଦେବାକୁ ଦାବି କରିଛି ଏହି ଛାତ୍ର ସଂଗଠନ । ରାଜ୍ୟ ସରକାର ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଉଚ୍ଚ ଶିକ୍ଷା ପାଇଁ ଚାହିଁ ବସିଥିବା ରାଜ୍ୟର ପ୍ରାୟ 4 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏକ ମାସ ଧରି ପ୍ରତିଦିନ ସ୍କୁଲ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି । ବୋର୍ଡ କର୍ତ୍ତୃପକ୍ଷ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ନ ଦେଇ ବୋର୍ଡର ବିଭିନ୍ନ କାର୍ଯ୍ୟକୁ ଆଉଟ ସୋର୍ସ କରିବା ତଥା ବିଭିନ୍ନ ଘରୋଇ ସଂସ୍ଥାକୁ ଦେବା ଫଳରେ ଏପରି ଅସୁବିଧା ହେଉଥିବା ଏହି ଛାତ୍ର ସଂଗଠନ ଅଭିଯୋଗ କରିଛି ।

ଅନ୍ୟପଟେ ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ବୋର୍ଡ ସମ୍ପାଦକ। ତେବେ ଚଳିତ ବର୍ଷ ସାର୍ଟିଫିକଟ ଯୋଗାଇଦେବାରେ ବିଳମ୍ବ ହୋଇଥିବା କଥାକୁ ବୋର୍ଡ ସ୍ୱୀକାର କରିଛି । ଆସନ୍ତାକାଲି ଅର୍ଥାତ 30 ଓ 1 ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ସାର୍ଟିଫିକଟ ପଠାଯିବ । ଶିକ୍ଷାନୁଷ୍ଠାନର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ବୋର୍ଡ ପକ୍ଷରୁ ସ୍ଥିରୀକୃତ କାର୍ଯ୍ୟାଳୟରୁ ନିଜ ନିଜ ପରୀକ୍ଷାର୍ଥୀଙ୍କ ସାର୍ଟିଫିକଟ ଓ ମାର୍କସିଟ ଗ୍ରହଣ କରିପାରିବେ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଙ୍କର -ମେ 21 ରୁ ପ୍ରକାଶ ପାଇଲାଣି ମାଟ୍ରିକ ପରୀକ୍ଷା ଫଳ।ତେବେ ଫଳ ପ୍ରକାଶ ପାଇବାର ମାସେରୁ ଅଧିକ ଦିନ ବିତିଲାଣି, କିନ୍ତୁ ଛାତ୍ର ଛାତ୍ରୀଙ୍କୁ ଏଯାବତ ମିଳିନାହିଁ ମାଟ୍ରିକ ସାର୍ଟିଫିକଟ।ଜାହାକୁ ନେଇ ବୋର୍ଡ କୁ ଘେରିଛି ଅଲଇଣ୍ଡିଆ ଛାତ୍ର ସଂଗଠନ।ମାଟ୍ରିକ ପାସ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ମାର୍କସିଟ ଓ ସାର୍ଟିଫିକଟ ଦେବାକୁ ଦାବି କରିଛି ଏହି ଛାତ୍ର ସଂଗଠନ।ରାଜ୍ୟସରକାର ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ନୀତିଯୋଗୁଁ ଉଚ୍ଚ ଶିକ୍ଷା ପାଇଁ ଚାହିଁ ବସିଥିବା ରାଜ୍ୟର ପ୍ରାୟ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏକ ମାସ ଧରି ପ୍ରତିଦିନ ସ୍କୁଲ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି।ବୋର୍ଡ କର୍ତ୍ତୃପକ୍ଷ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ନ ଦେଇ ବୋର୍ଡର ବିଭିନ୍ନ କାର୍ଯ୍ୟକୁ ଆଉଟ ସୋର୍ସି କରିବା ତଥା ବିଭିନ୍ନ ଘରୋଇ ସଂସ୍ଥାକୁ ଦେବା ଫଳରେ ଏପରି ଅସୁବିଧା ହେଉଥିବା ଏହି ଛାତ୍ର ସଂଗଠନ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।ତେବେ ଚଳିତ ବର୍ଷ ସାର୍ଟିଫିକଟ ଯୋଗାଇଦେବାରେ ବିଳମ୍ବ ହୋଇଥିବା କଥାକୁ ବୋର୍ଡ ସ୍ୱୀକାର କରିଛି।ଆସନ୍ତା କାଲି ଅର୍ଥାତ 30 ଓ 1 ତାରିଖ ସୁଧା ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୁ ସାର୍ଟିଫିକଟ ପଠାଯିବ।ଶିକ୍ଷାନୁଷ୍ଠାନ ର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ବୋର୍ଡ ପକ୍ଷରୁ ସ୍ଥିରୀକୃତ କାର୍ଯ୍ୟାଳୟ ରୁ ନିଜ ନିଜ ପରୀକ୍ଷାର୍ଥୀଙ୍କ ସାର୍ଟିଫିକଟ ,ମାର୍କସିଟ ଗ୍ରହଣ କରିପାରିବେ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି।

ବାଇଟ - ଭାଗ୍ୟରବି ଦାସ,ଅଲଇଣ୍ଡିଆ ଡିଏସ ଛାତ୍ରସଙ୍ଗଠନ।

ବାଇଟ - ରାମାସିସ ହାଜେରା, ବୋର୍ଡ ସମ୍ପାଦକ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.