କଟକ:ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ । ହାଇକୋର୍ଟ ଆଜି(ଗୁରୁବାର) ଗିରଫ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ତରୀଣ ସୁଵିଧା ପ୍ରଦାନ କରିଛନ୍ତି। ଏବେ ଜେଲରେ ଓକିଲଙ୍କ ସହ ଏକାନ୍ତରେ ଆଲୋଚନା କରିବାକୁ ପ୍ରଦୀପଙ୍କୁ ମିଳିବ ସୁଯୋଗ ।
କୋଭିଡ୍ କଟକଣା ଯୋଗୁଁ ଜେଲରେ ଥିବା ଵନ୍ଦୀମାନେ ସାକ୍ଷାତରେ ପରିଵାର ସଦସ୍ୟ ଓ ଓକିଲଙ୍କ ସହ ଆଲୋଚନା ଉପରେ କଟକଣା ଜାରି କରାଯାଇଥିଲା। ତେଣୁ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଓକିଲଙ୍କ ସହ ଵ୍ୟକ୍ତିଗତ ଭାଵେ ଆଲୋଚନା ପାଇଁ ଅନୁମତି ଦିଆଯାଇ ନଥିଲା।
ତେଵେ ସରକାରଙ୍କ ସଵୁ କଟକଣାକୁ ମାନି ଓକିଲଙ୍କୁ ଭେଟିଵାକୁ ତାଙ୍କୁ ଅନୁମତି ଦେଵା ପାଇଁ ପ୍ରଦୀପ ହାଇକୋର୍ଟରେ ଆଵେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରଦୀପଙ୍କୁ ତାଙ୍କ ଓକିଲଙ୍କ ସହ ଵ୍ୟକ୍ତିଗତ ପରାମର୍ଶ କରିଵାକୁ ଅନୁମତି ଦେଇଛନ୍ତି।
ତେଵେ ଏହା ଏକ ଅନ୍ତରୀଣ ନିର୍ଦ୍ଦେଶ ଓ ଏହା କେଵଳ ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ ଲାଗୁ ହେଵ ଵୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହାସହ ସମ୍ପୂର୍ଣ୍ଣ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପ୍ରଦୀପ ଜେଲରେ ଓକିଲଙ୍କୁ ଭେଟିଵାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ