ETV Bharat / state

ପୁଣି ଅଜଣା ଜନ୍ତୁ ଆତଙ୍କ, ୬ ମେଣ୍ଢା ମୃତ - ଅଜଣା ଜନ୍ତୁଙ୍କ ଆକ୍ରମଣରେ ୬ ମେଣ୍ଢାଙ୍କ ମୃତ୍ୟୁ

କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୂର୍ବଖଣ୍ତ ଗାଁରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ୬ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

mysterious animal
mysterious animal
author img

By

Published : Aug 6, 2023, 9:41 AM IST

Updated : Aug 6, 2023, 12:45 PM IST

mysterious animal

ନିଆଳି: ପୁଣି ଅଜଣା ଜନ୍ତୁ ଆତଙ୍କ । କିଛି ଦିନର ନିରବତା ପରେ ଗୁହାଳରେ ପଶି ୬ ମେଣ୍ଢାଙ୍କ ଜୀବନ ନେଲା ଅଜଣା ଜନ୍ତୁ । କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୂର୍ବଖଣ୍ତ ଗାଁର ଚର୍ତୁଭୂଜ ସେଠୀଙ୍କ ଗୁହାଳରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ୬ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ସ୍ଥାନୀୟ ଲୋକ ଅଜଣା ଜନ୍ତୁଙ୍କୁ ଦେଖିଥିବା ନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ନିଆଳି ଅଞ୍ଚଳରେ ଅଜଣା ଜନ୍ତୁଙ୍କ ଆକ୍ରମଣର କମିବାର ନାଁ ଥମୁନି । ଗତକାଲି ପୁଣି ଅଜଣା ଜନ୍ତୁ ଆକ୍ରମଣରେ ନିଆଳି ପୂର୍ବଖଣ୍ତ ଗାଁର ଚର୍ତୁଭୂଜ ସେଠୀଙ୍କ ମେଣ୍ଢା ଗୁହାଳରେ ସାତ ଜଙ୍ଗଲି ଜନ୍ତୁ ପଶି ୬ ମେଣ୍ଢାଙ୍କୁ ମାରିବା ସହିତ ଦୁଇଟି ମେଣ୍ଢା ଛୁଆଙ୍କୁ ନେଇ ପଳାଇଛନ୍ତି । ଗତକାଲି ବିଳମ୍ବିତ ରାତି ୧ଟା ପରେ ସାତଟି ଅଜଣା ଜନ୍ତୁ ଗୁହାଳ କାନ୍ଥ ଡେଇଁ ମେଣ୍ଢା ମାନଙ୍କୁ ଶିକାର କରିଥିବା ନେଇ ମେଷପାଳକ କହିଛନ୍ତି । ତେବେ ମେଣ୍ଢାଙ୍କ ପ୍ରଥମେ ବେକ ଓ ପେଟକୁ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଗୁହାଳ ନିକଟରେ ଅଜଣା ଜନ୍ତୁଙ୍କ ପାଦ ଚିହ୍ନ ରହିଛି ।

ଅନ୍ୟପଟେ ପୂର୍ବରୁ ବହୁବାର ସ୍ଥାନୀୟ ଲୋକମାନେ ରାତିରେ ଉଠିଥିବା ସମୟରେ ଅଜଣା ଜନ୍ତୁଙ୍କୁ ଦେଖିଥିବା ନେଇ ଦାବି କରିଛନ୍ତି । ଅଜଣା ଜନ୍ତୁ ଗୁଡିକ ଦେଖିବା ପାଇଁ ମୋଟା,କାନ ଲମ୍ବା ଏବଂ ଦେଖିବା ପାଇଁ କୁକୁର ଓ ଗଧିଆ ଭଳି ଦେଖାଯାଉଥିବା ନେଇ ଦେଖାଣାହାରି ମାନେ କହିଛନ୍ତି । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ନିଆଳି ବନପାଳକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।‌

ପ୍ରକାଶ ଥାଉକି, ସେହିପରି ଗତମାସରେ ନିଆଳି ବ୍ଳକର ଓଳାଷଂ ଗାଁର ନିକୁଞ୍ଜ ବିହାରୀ ସାହୁ ରାତିରେ ଗାଈ ଓ ବାଛୁରୀଙ୍କ ଗୁହାଳ କାମ ସାରି ରାତି ୨ଟାରେ ଗୁହାଳକୁ ଆସି ଗାଈ ଓ ବାଛୁରୀ ଦେଖି ଫେରି ଥିଲେ ଶୋଇବା ପାଇଁ । କିନ୍ତୁ ପରଦିନ ସକାଳୁ ସକାଳୁ ଅଢେଇ ମାସର ବାଛୁରୀର କେହି ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେବା ସହ ବାଛୁରୀର ପଛ ପଟରୁ କ୍ଷତ ଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ- ରାତି ଅଧିଆ ଆସୁଛି ଅଜଣା ଜନ୍ତୁ: ବାଘ ସନ୍ଦେହରେ ଆତଙ୍କିତ ଗ୍ରାମବାସୀ

ସେହିପରି ନିଆଳି ତହସିଲ ପଛପଟ ପୂର୍ବଖଣ୍ଡ ଗାଁର ଖିରୋଦ ଚନ୍ଦ୍ରସେଠୀ ଓ ନିରଞ୍ଜନ ସେଠୀଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୪ ମେଣ୍ଢା ମୃତ୍ୟୁବରଣ କରିଥିଲା । ଘଟଣାସ୍ଥଳରେ ବନ ବିଭାଗ ଓ ନିଆଳି ପଶୁ ସମ୍ପଦ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗତ ୨୦୧୮ ମସିହାରେ ମଧ୍ୟ ଓଳାଷଂ ଗାଁରେ ଅଜଣା ଜନ୍ତୁ ଆତଙ୍କରେ ବହୁ ମେଣ୍ଢାଙ୍କ ଜୀବନ ଯାଇଥିଲା । ଏବେ ପୁଣି ଅଜଣା ଜନ୍ତୁ ଆକ୍ରମଣ କରିବା ଘଟଣା ନିଆଳି ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଇଟିଭି ଭାରତ, ନିଆଳି

Last Updated : Aug 6, 2023, 12:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.