ETV Bharat / state

ମାଛଚାଷ ଦେଇଛି ପଦ୍ମଶ୍ରୀ ସମ୍ମାନ, ବର୍ଷକୁ ଆୟ ୨୦ ଲକ୍ଷ - Success story of PadmaShri Batakrushna Sahoo

ମାଛଚାଷ ଦେଇଛି ସମ୍ମାନ । ୩୪ ବର୍ଷ ଧରି କରୁଥିଲେ ମାଛ ଚାଷ ସହ ଯାଆଁଳ ଉତ୍ପାଦନ । ସଫଳ ମାଛ ଚାଷୀ ଭାବେ ବଟକୃଷ୍ଣ ସାହୁ ପାଇଛନ୍ତି ପଦ୍ମଶ୍ରୀ ପୁରସ୍କାର । ଗ୍ରାଉଣ୍ଡରୁ ଦେଖନ୍ତୁ ତାଙ୍କର ଏହି ଯାତ୍ରା

ମାଛଚାଷ ଦେଇଛି ପଦ୍ମଶ୍ରୀ ସମ୍ମାନ : ବର୍ଷକୁ ଆୟ କରୁଛନ୍ତି ୨୦ ଲକ୍ଷ ଟଙ୍କା

author img

By

Published : Dec 1, 2021, 8:51 PM IST

Updated : Dec 1, 2021, 9:11 PM IST

କଟକ: ପଙ୍କ ପୋଖରୀରୁ ପଦ୍ମଶ୍ରୀ । ମାଛଚାଷ ଦେଇଛି ଏ ସମ୍ମାନ । କର୍ତ୍ତବ୍ଯପରାୟଣ, ନିରବଚ୍ଛିନ୍ନ ସାଧନା ଆଜି ତାଙ୍କୁ ଯେଉଁ ସ୍ଥାନରେ ପହଞ୍ଚାଇଛି, ତାହା ସମାଜ ପାଇଁ ଉଦାହରଣ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୩୪ ବର୍ଷ ଧରି ମାଛ ଚାଷ କରି ଆସୁଛନ୍ତି ୭୦ ବର୍ଷିୟ ବଟକୃଷ୍ଣ । ଖୋର୍ଦ୍ଧା ଜିଲ୍ଲା ସରକଣା ଗାଁର ୭୦ ବର୍ଷିୟ ପଦ୍ମଶ୍ରୀ ବଟକୃଷ୍ଣ ସାହୁ । ନିଜ ଗାଁରେ ୧୯୮୬ ମସିହାରେ ଚାରି ଏକର ଜମିରେ ମାଛ ଚାଷ ପ୍ରଥମେ ଆରମ୍ଭ କରିଥିଲେ । ସେତେବେଳେ ମାଛ କିଲୋ ୨୦ ଟଙ୍କା ଥିଲା ।

ମାଛଚାଷ ଦେଇଛି ପଦ୍ମଶ୍ରୀ ସମ୍ମାନ : ବର୍ଷକୁ ଆୟ କରୁଛନ୍ତି ୨୦ ଲକ୍ଷ ଟଙ୍କା

ବଟକୃଷ୍ଣ ଲାଭ ଜନକ ସ୍ଥିତିରେ ପହଞ୍ଚିଲା ପରେ ୧୯୮୮ରେ ଆରମ୍ଭ କଲେ ମାଛ ଯାଆଁଳ ଚାଷ । ବର୍ଷକୁ ଚାରି ଲକ୍ଷ ମାଛ ଯାଆଁଳ ସୃଷ୍ଟି କଲେ । ଏବେ କିନ୍ତୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଛନ୍ତି ପଦ୍ମଶ୍ରୀ ବଟକୃଷ୍ଣ। ବର୍ତ୍ତମାନ ୨୦ କୋଟି ମାଛ ଯାଆଁଳ ସୃଷ୍ଟି କରି ସମଗ୍ର ଓଡ଼ିଶାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ୧୦ ଏକର ଜମିରେ ୧୫ଟି ପୋଖରୀ ନିର୍ମାଣ କରିଛନ୍ତି ।

ହାଜେରୀ ମାଧ୍ୟମରେ ପ୍ରଥମେ ମାଛ ଯାଆଁଳ ସୃଷ୍ଟି ପରେ ସେ ସବୁକୁ ପୋଖରୀ ଛଡା ଯାଏ। ଟିକିଏ ବଡ ହୋଇଗଲେ ଯାଆଁଳ ଆକାରରେ ବିକ୍ରି କରିଥାନ୍ତି ବଟକୃଷ୍ଣ। ବଟକୃଷ୍ଣ ୨୦ ହଜାରରୁ ଆରମ୍ଭ କରିଥିବା ମାଛ ଚାଷ ଏବେ ୨୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଯାହା ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ବାଟ ଫିଟାଇଲା ।

ପାଠପଢି ଶିକ୍ଷତ ହେବାପରେ ସମସ୍ତେ ଚାକିରି ପଛରେ ଗୋଡାଇଥାନ୍ତି। କିନ୍ତୁ ପଦ୍ମଶ୍ରୀ ବଟକୃଷ୍ଣ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ନିଜେ ମାଛ ଚାଷ ଓ ଯାଆଁଳ ଉତ୍ପାଦନ କରିବା ସହ ତିନି ପୁଅ ବ୍ରଜକିଶୋର,ବିପିନ ବିହାରୀ ଓ ବିମଳଙ୍କୁ ଏଥିରେ ନିୟୋଜିତ କରିଛନ୍ତି। ଏମାନଙ୍କ ବ୍ୟତିତ ଅନ୍ୟ ୧୦ ଜଣ ଯୁବକଙ୍କୁ ମଧ୍ଯ ଏ କାର୍ଯ୍ୟରେ ଲଗାଇଛନ୍ତି । ରୋହି, ଭାକୁର, ମିରିକାଳି, ଗ୍ରାସକ୍ରାପ, କମନକ୍ରାପ, ସିଲିଭରକ୍ରାପ, କଳାବଇଁଶି ଓ ଭଳିକି ଭଳି ରଙ୍ଗିନ ପ୍ରଜାତିର ମାଛ ଯାଆଁଳ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼,କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର ଓ ନୟାଗଡ଼ ଜିଲ୍ଲାରେ ବିକ୍ରି ପାଇଁ ପଠାଇଥାନ୍ତି ବଟକୃଷ୍ଣ ।

ବଟକୃଷ୍ଣ ସଚିବାଳୟରେ ତୃତୀୟ ଶ୍ରେଣୀ କର୍ମଚାରୀ ଥାଇ ମଧ୍ୟ ମାଛ ଯାଆଁଳ ଆରମ୍ଭ କରିଥିଲେ। ୨୦୧୦ ମସିହାରେ ଅବସର ପରେ ମାଛ ଯାଆଁଳ ସୃଷ୍ଟି ପାଇଁ ଅଧିକ ସମୟ ମଧ୍ଯ ଦେଇଥିଲେ ।ବଟକୃଷ୍ଣ ବିନା ପାରିଶ୍ରମିକରେ ଅନ୍ଯଚାଷୀ ମାନଙ୍କୁ ଜ୍ଞାନକୌଶଳରେ ମାଛ ଚାଷ ଓ ଯାଆଁଳ ସୃଷ୍ଟି କିପରି ହୁଏ ସେ ସମ୍ପର୍କରେ ତାଲିମ ମଧ୍ୟ ଦେଇଥାନ୍ତି ।

ନିଜର ନିଷ୍ଠା, ଏକାଗ୍ରତା ଓ ଆଗ୍ରହ ରହିଲେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି ଦୃଢତାର ସହ କୁହନ୍ତି ବଟକୃଷ୍ଣ। ଅବଶ୍ୟ ଏହି ସଫଳତା ପଛରେ ସିଫାର ସାହାର୍ଯ୍ୟ ଓ ସହଯୋଗ ପାଇଥିବା ନେଇ ପଦ୍ମଶ୍ରୀ ବଟକୃଷ୍ଣ ସାହୁ କହିଛନ୍ତି। ତେବେ ଚଳିତବର୍ଷ ପଦ୍ମ ପୁରସ୍କାର ପାଇଛନ୍ତି ବାଲିଅନ୍ତା ସରକଣା ଗ୍ରାମର ସଫଳ ମାଛ ଚାଷୀ ବଟକୃଷ୍ଣ ସାହୁ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Dec 1, 2021, 9:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.