ETV Bharat / state

ସଂରକ୍ଷଣ ଗୃହରେ ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ବିଡ଼ାନାସୀ ପୋଲିସ - କଟକ ବିଡାନାସୀ ଯୁବତୀ ମୃତ୍ୟୁ ଘଟଣା

କଟକ ବିଡାନାସୀ ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ଦୁଇଦିନ ହେଲା ବ୍ୟବଚ୍ଛେଦ ସରିଯାଇଥିଲେ ସୁଦ୍ଧା ପରିଚୟ ନମିଳିବାରୁ ସଂରକ୍ଷଣ ଗୃହରେ ମୃତଦେହକୁ ରଖାଯାଇଛି । ତେବେ ପରିଚୟ ନମିଳିଲେ କଣ ରହିବ ପରବର୍ତ୍ତି ପର୍ଯ୍ୟାୟ ସେ ନେଇ କଣ କହୁଛନ୍ତି ଆଇନଜୀବୀ ଜାଣନ୍ତୁ

କୃଷକ ବଜାରରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା: ଦୁଇଦିନ ପରେ ମଧ୍ୟ ମିଳୁନି ପତ୍ତା

author img

By

Published : May 20, 2022, 3:07 PM IST

କଟକ: କଟକ ବିଡାନାସୀ ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଦୁଇଦିନ ହେଲା ବ୍ୟବଚ୍ଛେଦ ସରିଯାଇଥିଲେ ସୁଦ୍ଧା ପରିଚୟ ନମିଳିବାରୁ ସଂରକ୍ଷଣ ଗୃହରେ ମୃତଦେହକୁ ରଖାଯାଇଛି । ତେବେ ଅଧିକ ତଥ୍ୟ ପାଇଁ ବିଡ଼ାନାସୀ ପୋଲିସ ନିଜ ଅଞ୍ଚଳରେ ତଥା ସହରର ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ଲଗାଇବା କାର୍ଯ୍ୟ ଆରମ୍ଭ କରିଛି ।

କୃଷକ ବଜାରରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା: ଦୁଇଦିନ ପରେ ମଧ୍ୟ ମିଳୁନି ପତ୍ତା

ଏଠି ପ୍ରଶ୍ନ ଉଠୁଛି କଟକ କୃଷକ ବଜାର ନିକଟରେ ମିଳିଥିବା ମୃତଦେହଟି କାହାର ? କିଏ ସେହି ଅପରିଚିତ ମହିଳା ? କିପରି ହୋଇଛି ତାଙ୍କର ମୃତ୍ୟୁ ? ମୃତଦେହ ମିଳିବାର ଗୋଟିଏ ଦିନ ବିତିବାକୁ ବସିଥିଲେ ମଧ୍ୟ ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ବିଶେଷ କରି ମୃତ ମହିଳାଙ୍କ ପରିଚୟ ନେଇ ମଧ୍ୟ ସଠିକ ସୂଚନା ନ ମିଳିବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ତେବେ ସବୁଠାରୁ ବଡ କଥା ହେଉଛି ଦୁଇଦିନ ହେଲା ବ୍ୟବଚ୍ଛେଦ ସରିଯାଇଥିଲେ ସୁଦ୍ଧା ପରିଚୟ ନମିଳିବାରୁ ସଂରକ୍ଷଣ ଗୃହରେ ମୃତଦେହକୁ ରଖାଯାଇଛି । ତେବେ କେତେ ଦିନ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷଣ ଗୃହରେ ରହିପାରିବ ? ଯଦି ପରିଚୟ ନମିଲେ ମୃତଦେହ ବ୍ୟବଚ୍ଛେଦ କରିହେବ କି ? ଯଦି ହେବ କିପରି ହେବ ସେ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ଆଇନଜୀବୀ । ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀଙ୍କ କହିବା ଅନୁଯାୟୀ, "୩ ଦିନରୁ ସାତ ଦିନ ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷଣ କରି ରଖିହେବ, ଯଦି ତାପରେ ମଧ୍ୟ ପରିଚୟ ନମିଳେ ତେବେ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇପାରିବ।"

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.