ETV Bharat / state

ଜୁଆ ଆଡ୍ଡା ଉପରେ ପୋଲିସର ରେଡ: ୮ ଲକ୍ଷରୁ ଅଧିକ ଟଙ୍କା ଜବତ, ୩୦ ଗିରଫ

author img

By

Published : Nov 21, 2022, 5:11 PM IST

Updated : Nov 21, 2022, 5:38 PM IST

ଜୁଆ ଆଡ୍ଡା ଉପରେ ପୋଲିସର ରେଡ । କଟକ ଜଗତପୁର ନିକଟ ଆଇବି ରୋଡର ଗୋଟିଏ ଘରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ କମିଶନରେଟ ପୋଲିସ ଚଢ଼ଉ କରିଛି । ପୋଲିସ ୩୦ଜଣ ଜୁଆଡ଼ି ଗିରଫ କରି କୋର୍ଟଚାଲାଣ କରିଛି । ଅଧିକ ପଢ଼ନ୍ତୁ

ଜୁଆ ଆଡ୍ଡା ଉପରେ ପୋଲିସର ରେଡ: ୮ ଲକ୍ଷରୁ ଅଧିକ ଟଙ୍କା ଜବତ, ୩୦ ଗିରଫ
ଜୁଆ ଆଡ୍ଡା ଉପରେ ପୋଲିସର ରେଡ: ୮ ଲକ୍ଷରୁ ଅଧିକ ଟଙ୍କା ଜବତ, ୩୦ ଗିରଫ

କଟକ : କଟକ ଜଗତପୁର ନିକଟ ଆଇ.ବି ରୋଡସ୍ଥିତ ଗୋଟିଏ ଘରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ କମିଶନରେଟ ପୋଲିସ ଚଢ଼ଉ କରିଛି । ଏହି ଘଟଣାରେ ପୋଲିସ ୩୦ଜଣ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହାସହିତ ଅଭିଯୁକ୍ତଙ୍କ ଠାରୁ 8 ଲକ୍ଷ 4 ହଜାର ଟଙ୍କାର ନଗଦ ଅର୍ଥ ମଧ୍ୟ ଜବତ କରିଛି । ସେହିପରି ୪ଟି ବାଇକ୍, ୩୧ଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି । ଏହାସହ ଜୁଆ ଖେଳରେ ବ୍ୟବହାର କରାଯାଉଥିବା ୧୬ ପ୍ୟାକେଟ୍ ତାସ ଓ ଟୋକନ ଆଦି ଜବତ କରିଛି ଜଗତପୁର ପୋଲିସ ।

ଜୁଆ ଆଡ୍ଡା ଉପରେ ପୋଲିସର ରେଡ: ୮ ଲକ୍ଷରୁ ଅଧିକ ଟଙ୍କା ଜବତ

ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଟକ ଜୋନ-1, ଏସିପି ଅରୁଣ କୁମାର ସ୍ବାଇଁ । କୌଣସି ଜୁଆ ଆଡ୍ଡାରୁ ଏକକାଳିନ ଏତେ ସଂଖ୍ୟକ ଅଭିଯୁକ୍ତ ଓ ଟଙ୍କା ଜବତ ହେବା କଟକ କମିଶନରେଟ ପୋଲିସରେ ପ୍ରଥମ ଘଟଣା । ଗିରଫ ହୋଇଥିବା 30 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 17 ଜଣ ପୁରୀ ଜିଲ୍ଲା ବାସିନ୍ଦା । କ୍ରିଷ୍ଣା ରାଓ ନାମକ ଜଣେ ପେସାଦାର ଜୁଆଡ଼ି ନିଜ ଘରେ ଏହି ଜୁଆ ଆଡ୍ଡା ଚଳାଇଥିଲା । ପୂର୍ବରୁ କ୍ରିଷ୍ଣା ନାଁରେ ଏକାଧିକ ମାମଲା ରହିଛି ।

ଏହାମଧ୍ୟ ପଢ଼ନ୍ତୁ. ଜୁଆ ଆଡ୍ଡା ଉପରେ ଚଢ଼ଉ, 19 ଗିରଫ

ଏପରିକି ଜୁଆ କାରବାର ଅଭିଯୋଗରେ ସେ ପୂର୍ବରୁ ମଧ୍ୟ ଜେଲ ଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏକ ଭିନ୍ନଶୈଳୀରେ ଏହି ଜୁଆ ଖେଳା ଯାଉଥିଲା । ଏହା ଏକ ବହୁତ ବଡ଼ ରାକେଟର ଅଶଂ ବିଶେଷ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି । ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ଜଗତପୁର ଥାନା ପୋଲିସ ।

ଇଟିଭି ଭାରତ, କଟକ

Last Updated : Nov 21, 2022, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.