ETV Bharat / state

ବୌଦ୍ଧର ରାଜସ୍ବ କାର୍ଯ୍ୟାଳୟରେ ଅବ୍ୟବସ୍ଥା, ଦହ୍ୟା ଓ ମନମୁଣ୍ଡା RI ଅଫିସକୁ ନେଇ ଚିନ୍ତାରେ ଲୋକେ - କଣ୍ଟାମାଳ ତହସିଲ ଅନ୍ତର୍ଗତ ମନମୁଣ୍ଡା ଆର୍‌ଆଇ ଅଫିସ

ବିପଦଶଙ୍କୁଳ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ଦୁଇ ପୁରୁଣା ରାଜସ୍ବ କାର୍ଯ୍ୟାଳୟ । ଦହ୍ୟା ଓ ମନମୁଣ୍ଡା RI ଅଫିସର ଅବ୍ୟବସ୍ଥାକୁ ନେଇ ଚିନ୍ତାରେ ଲୋକେ । ଅଧିକ ପଢ଼ନ୍ତୁ

ଅବ୍ୟବସ୍ଥା ଘେରରେ ଜିଲ୍ଲାର ଦୁଇ ପୁରୁଣା ରାଜସ୍ବ କାର୍ଯ୍ୟାଳୟ

author img

By

Published : Jul 9, 2023, 4:20 PM IST

ବୌଦ୍ଧ: ଅବ୍ୟବସ୍ଥା ଘେରରେ ରହିଛି ଜିଲ୍ଲାର ଦୁଇ ପୁରୁଣା ରାଜସ୍ବ କାର୍ଯ୍ୟାଳୟ । ଲୋକଙ୍କୁ ବର୍ଷ ତମାମ ସେବା ଯୋଗାଉଥିବା ଆର୍‌ଆଇ କାର୍ଯ୍ୟାଳୟର ଏଭଳି ଅବ୍ୟବସ୍ଥା ବର୍ତ୍ତମାନ ସମସ୍ତଙ୍କୁ ଦୁଃଖିତ କରିଛି । ଜିଲ୍ଲାର ଦୁଇ ପୁରୁଣା ରାଜସ୍ବ କାର୍ଯ୍ୟାଳୟ ବ୍ୟାପକ ସମସ୍ୟା ଘେରରେ ଛନ୍ଦି ହୋଇରହିଛି । ଦୁଇ ରାଜସ୍ବ କାର୍ଯ୍ୟାଳୟ ଉକ୍ତ ବିଭାଗର ପୁରୁଣା ବଙ୍ଗଳା ମଧ୍ୟରେ ଚାଲିଥିବା ବେଳେ ଉକ୍ତ ଘର ମଧ୍ୟ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ସମସ୍ୟା ଘେରରେ ମନମୁଣ୍ଡା, ସମାଧାନ ପାଇଁ ସରପଞ୍ଚଙ୍କ ଦାବି

ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ଥିବା ରାଜସ୍ବ କାର୍ଯ୍ୟାଳୟ ମଧ୍ୟରୁ ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ଆର୍‌ଆଇ ଅଫିସ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ମନମୁଣ୍ଡା ଆର୍‌ଆଇ ଅଫିସ ଅତ୍ୟନ୍ତ ଦୁର୍ବଳ ଗୃହରେ ଚାଲିଥିବା ସୂଚନା ମିଳିଛି । ମନମୁଣ୍ଡା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ପ୍ରତ୍ୟେକ ଦିନ ରାଜସ୍ବ କାର୍ଯ୍ୟାଳୟକୁ ଶତାଧିକ ହିତାଧିକାରୀ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି । କିନ୍ତୁ ରାଜସ୍ବ କାର୍ଯ୍ୟାଳୟର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିରହିଛି । ଆର୍‌ଆଇ ଅଫିସଟି ବିଭାଗର ପୁରୁଣା ବଙ୍ଗଳାରେ ହିଁ ଦୀର୍ଘ ବର୍ଷ ହେବ ଚାଲି ଆସୁଛି । ଫଳରେ ସାଧାରଣ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସରକାରୀ କାର୍ଯ୍ୟାଳୟ ଖାଁ ଖାଁ, ଅଫିସ ଜଗି ରହିଛନ୍ତି ପିଅନ

ସେହିପରି ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ରାଜସ୍ବ କାର୍ଯ୍ୟାଳୟର ଅବସ୍ଥା ନକହିବା ଭଲ । ଆର୍‌ଆଇ ଅଫିସଟି ଏକ ଭଙ୍ଗା ଟିଣ ଛପର ତଥା ବିଭାଗୀୟ ପୁରୁଣା ବଙ୍ଗଳାରେ ଚାଲିଛି । ଅଫିସରେ ନା ଅଛି ବିଦ୍ୟୁତ, ନା ପାନୀୟଜଳ ନା କୌଣସି ଆନୁସଙ୍ଗିକ ବ୍ୟବସ୍ଥା । ଫଳରେ ଦିନ ଦିନ ଧରି ରାଜସ୍ବ ଅଫିସ୍‌ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଗତ କିଛି ବର୍ଷ ପୂର୍ବେ ଉକ୍ତ କାର୍ଯ୍ୟାଳୟର ଟିଣ ଛପର ସମ୍ପୂର୍ଣ୍ଣ ଉଡ଼ି ଯାଇଥିଲା । ପରେ ଏହାକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ ମରାମତି କରାଯାଇଥିଲେ ମଧ୍ୟ ତାହା ବର୍ତ୍ତମାନ ପୁଣିଥରେ ନଷ୍ଟ ହେବାକୁ ବସିଲାଣି । ବିଦ୍ୟୁତ ସଂଯୋଗ ନଥିବାରୁ ଅନେକ ସମୟରେ ଅନଲାଇନ କାର୍ଯ୍ୟ ହୋଇପାରୁନାହିଁ । ଲୋକଙ୍କୁ ସହାୟତା ଯୋଗାଉଥିବା ଆର୍‌ଆଇ ବିଭାଗର ଏଭଳି ଅବ୍ୟବସ୍ଥା ବର୍ତ୍ତମାନ ସମସ୍ତଙ୍କୁ ଦୁଃଖିତ କରିଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.