ETV Bharat / state

ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହେଲା ଗଞ୍ଜେଇ କଟା ଅଭିଯାନ

author img

By

Published : Nov 11, 2022, 9:08 AM IST

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ଗଞ୍ଜେଇ କଟା ଅଭିଯାନ । ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ ପାଇଁ ଆଜି ଠାରୁ ଜିଲ୍ଲା ପୋଲିସ ଗ୍ରୀନ କ୍ଲନ ଅଭିଯାନ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହେଲା ଗଞ୍ଜେଇ କଟା ଅଭିଯାନ
ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହେଲା ଗଞ୍ଜେଇ କଟା ଅଭିଯାନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ଗଞ୍ଜେଇ କଟା ଅଭିଯାନ । ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ ପାଇଁ ଆଜି ଠାରୁ ଜିଲ୍ଲା ପୋଲିସ ଗ୍ରୀନ କ୍ଲନ ଅଭିଯାନ ଆରମ୍ଭ କରିଛି । ଏହି କ୍ରମରେ ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡିର ସମାପାଜୁ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ପୋଲିସ, ଜଙ୍ଗଲ ଓ ରାଜସ୍ୱ ବିଭାଗ ମିଳିତ ଭାବରେ ପ୍ରାୟ 40 ଏକର ଜମିରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି ।

ଜିଲ୍ଲାର ବିଭିନ୍ନ ଉପାନ୍ତ ଜଙ୍ଗଲରେ ହଜାର ହଜାର ଏକର ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ ହେଉଛି । ଏନେଇ ଜିଲ୍ଲା ପୋଲିସ ପକ୍ଷରୁ ଚଳିତ ବର୍ଷର ଗଞ୍ଜେଇ କଟା ଅଭିଯାନ ଆରମ୍ଭ ହୋଇଛି । ପୂର୍ବରୁ ବନଖଣ୍ଡ ବିଭାଗ ପକ୍ଷରୁ ମଧ୍ୟ ଗଞ୍ଜେଇ କଟା ଅଭିଯାନ ଆରମ୍ଭ ହୋଇ ସାରିଥିବା ବେଳେ ଧୀରେ ଧୀରେ ଜଙ୍ଗଲ ସମ୍ପଦ ନଷ୍ଟ ଯୋଗୁଁ ଏହାର ଗଭୀର ପ୍ରଭାବ ବନ୍ୟଜନ୍ତୁ ଓ ହାତୀ ଭଳି ପ୍ରାଣୀ ଉପରେ ପଡୁଛି । ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବେଧଡକ ଚାଲିଛି ସବୁଜ ଜହରର ଚାଷ ।

ଏହା ପୂର୍ବରୁ ମଧ୍ୟ ବୌଦ୍ଧ ବନଖଣ୍ଡ ପକ୍ଷରୁ କଣ୍ଟାମାଳ ଓ ମନମୁଣ୍ଡା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଏହି ସବୁଜ ଜହରର ଚାଷକୁ ନଷ୍ଟ କରାଯାଇଛି । ଗତ ତିନି ଦିନ ହେଲା ୧୩ ଟିକିଆ ହାତୀପଲ କଣ୍ଟାମାଳ ବନାଞ୍ଚଳର ତେଲନଦୀ କୂଳରେ ଥିବା ମଲିକୁଦ ଓ ଘଣ୍ଟାପଡା ଅଞ୍ଚଳରେ ବାଟବଣା ହୋଇ ଘୁରି ବୁଲୁଛନ୍ତି । ଏଥିପାଇଁ ଅଞ୍ଚଳର ଅଧିବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ସମ୍ପୂର୍ଣ୍ଣ ହାତୀପଲ ଉପରେ ନଜର ରଖିଥିବା ସୂଚନା ମିଳିଛି ।

ତେବେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାବେଳେ, ଜିଲ୍ଲା ପୋଲିସ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରେ ଏହି ଗଞ୍ଜେଇ କଟା ଅଭିଯାନ ଜାରି ରହିଛି ବୋଲି ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧ ଜିଲ୍ଲାର ମାଫିଆମାନେ ଗଞ୍ଜେଇ ଗଛ କାଟି ଉନ୍ନତ ପ୍ରଣାଳୀରେ ବେଆଇନ ଗଞ୍ଜେଇ ଚାଷ କରିଚାଲିଛନ୍ତି । ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମାପାଜୁ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ତେବେ ଏହା ପର୍ଯ୍ୟାକ୍ରମେ ଆଗକୁ ଆହୁରି ଚାଲିବ। ତେବେ ବୌଦ୍ଧ ଜିଲ୍ଲାରେ ଯେମିତି ଏହି ଗଛ ନରହିବ ସେଥିପାଇଁ ଜୋରଦାର ପ୍ରୟାସ ଚାଲିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.