ETV Bharat / state

ସଡକ ଦୁର୍ଘଟଣା: 57ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

author img

By

Published : Feb 14, 2021, 1:26 PM IST

ବୌଦ୍ଧ ଜିଲ୍ଲାରେ ସଡକ ଦୁର୍ଘଟଣା ପାଇଁ ଉତ୍ତ୍ୟକ୍ତ ଲୋକେ 57ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

Road accident in Boudh: Local people blocked 57th National Highway
ସଡକ ଦୁର୍ଘଟଣା: 57ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ବୌଦ୍ଧ: ଗତ ସପ୍ତାହରେ ଜିଲ୍ଲାର ମୁର୍ଷୃଣ୍ଢି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନି ଜଣ ଅଳ୍ପ ବୟସର ଯୁବକ ଆହତ ହୋଇଥିଲେ । ତନ୍ମଧ୍ୟରୁ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧରୁ ବୁର୍ଲା ଡାକ୍ତରଖାନା ଓ ପରେ କଟକକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ତେବେ ରବିବାର ଉକ୍ତ ଯୁବକର ମୃତ୍ୟୁ ଖବର ମିଳିବା ପରେ ଉତ୍ୟକ୍ତ ଲୋକେ 57ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଗୋଟିଏ ପଟରେ ଚାଲିଛି ସଡକ ସୁରକ୍ଷା ମାସ । ଆଉ ଅନ୍ୟ ପଟରେ ପ୍ରତ୍ୟେକ ଦିନ ଜିଲ୍ଲାରେ ଘଟି ଚାଲିଛି ସଡକ ଦୁର୍ଘଟଣା । ଗତ ସପ୍ତାହରେ ଘଟିଥିବା ସଡକ ଦୁର୍ଘଟଣାରେ 2 ଜଣ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣଙ୍କର ରବିବାର ମୃତ୍ୟୁ ଘଟିଛି । ଉକ୍ତ ଯୁବକଙ୍କର ମୃତ୍ୟୁ ଖବର ପାଇବା ପରେ ଉତ୍ତ୍ୟକ୍ତ ଲୋକେ ମୁର୍ଷୃଣ୍ଢି ଛକ ନିକଟରେ ପାଞ୍ଚ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ରାସ୍ତା ଅବରୋଧ ଜାରି ରଖିଛନ୍ତି ।

ମୃତକଙ୍କ ପରିବାରକୁ 20 ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ମୁର୍ଷୃଣ୍ଢିଠାରେ ରୋଡ ବ୍ରେକର ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରି 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି । ଘଟଣା ସ୍ଥଳରେ ବୌଦ୍ଧ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ତେବେ ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଯୋଗୁଁ ଧନଜୀବନ କ୍ଷୟକ୍ଷତି ହେଉଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.