ETV Bharat / state

ବିପର୍ଯ୍ୟସ୍ଥ ଅବସ୍ଥାରେ ବୌଦ୍ଧର ବନ୍ୟା ଆଶ୍ରୟସ୍ଥଳୀ

ଉଦେଶ୍ୟ ଥିଲା ଅସହାୟଙ୍କୁ ସହାୟ ହେବ କିନ୍ତୁ ସମୟ ଚକ୍ରରେ ଏବେ ନିଜେ ଖୋଜୁଛି ସହାୟତା । ଏଭଳି ଦୟନୀୟ ପରିସ୍ଥିତିରେ ଛିଡା ହୋଇଛି ବାତ୍ୟା ଆଶ୍ରୟସ୍ଥଳ ।

author img

By

Published : Aug 6, 2019, 3:55 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବନ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଛି ବିଭିନ୍ନ ସୁବିଧା । ବୌଦ୍ଧ ଜିଲ୍ଲାରେ ନିର୍ମାଣ ହୋଇଛି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ । କିନ୍ତୁ କିଭଳି ଚାଲିଛି ଏହି ଜନ କଲ୍ୟାଣକାରୀ ସ୍ଥାନ, ତାକୁ ପରଖିବାକୁ ଆମ ଇଟିଭି ଭାରତ ଟିମ ପହଞ୍ଚିଥିଲା ଏକ ବାତ୍ୟା ଆଶ୍ରୟସ୍ଥଳୀରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ଚାରି ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ବୌଦ୍ଧ ପୌର ପରିଷଦ ଅଧିନରେ ରହିଛି ଆଉ ଏକ ଆଶ୍ରୟସ୍ଥଳୀ । ତେବେ ବୌଦ୍ଧ ବ୍ଲକର ବହିରାଠାରେ ସରକାରୀ ଖର୍ଚ୍ଚରେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳୀ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ । ଏଠାରେ ଆଶ୍ରୟ କୋଠା ନିର୍ମାଣ ହୋଇଛି ସତ, କିନ୍ତୁ ଏଠାରେ ନା ଅଛି ପାଣି, ନା ଅଛି ବିଦ୍ୟୁତ ।

ଏପଟେ ଯେଉଁମାନେ ଏହାର ଫାଇଦା ପାଇବା କଥା ସେମାନେ ଖୁବ ଦୂରରେ । ଫଳରେ ଆଶ୍ରୟସ୍ଥଳୀ ନିର୍ମାଣ ହୋଇ ମଧ୍ୟ ନିରାଶ୍ରୟ ହୋଇ ପଡିରହିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏସବୁ ସ୍ଥାନୀୟ କମିଟି ଗଠନ ପରେ ସବୁ ସମାଧାନ ହେବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଛି। କିନ୍ତୁ କିଭଳି ଚାଲିଛି ଏହି ଜନ କଲ୍ୟାଣକାରୀ ସ୍ଥାନ, ତାକୁ ପରଖିବାକୁ ଆମ ଈଟିଭି ଭାରତ ଟିମ ପହଞ୍ଚି ଥିଲା ଏକ ବାତ୍ୟା ଆଶ୍ରୟ ସ୍ଥଳୀରେ ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ଚାରି ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ ବୌଦ୍ଧ ପୌର ପରିଷଦ ଅଧିନରେ ରହିଛି ଆଉ ଏକ ଆଶ୍ରୟ ସ୍ଥାନ ।ଆମେ ପହଞ୍ଚି ଥିଲୁ ବୌଦ୍ଧ ବ୍ଲକର ବହିରା ଠାରେ ଥିବା ଆଶ୍ରୟ ସ୍ଥାନ ରେ ।ଆଉ ଦେଖନ୍ତୁ ଏଇ ସରକାରୀ ଖର୍ଚ୍ଚରେ ନିର୍ମାଣ ହୋଇଥିବା ସ୍ଥାନ କୁ ।ଏଠାରେ ଆଶ୍ରୟ କୋଠା ନିର୍ମାଣ ହୋଇଛି ସତ, କିନ୍ତୁ ଏଠାରେ ନା ଅଛି ପାଣି, ନା ଅଛି ବିଦ୍ୟୁତ ।ଏପଟେ ଯେଉଁମାନେ ଏହାର ଫାଇଦା ପାଇବା କଥା ସେମାନେ ଖୁବ ଦୂରରେ ।ଫଳରେ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇ ମଧ୍ୟ ନିରାଶ୍ରୟ ହୋଇ ପଡି ରହିଛି ।ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏସବୁ ସ୍ଥାନୀୟ କମିଟି ଗଠନ ପରେ ସବୁ ସମାଧାନ ହେବ । କିନ୍ତୁ କାହିଁ ସଜ କମିଟି, କାହିଁ ସେ ବ୍ୟବସ୍ଥା। ସବୁ କିଛି ଖାଲି କାଗଜ କଲମରେ ଚାଲିଥିବା ଭଳି ମନେ ହେଉଛି ।

Body:ନିରାଶ୍ରୟ ହୋଇ ପଡିଛି ବାତ୍ୟା ଆଶ୍ରୟ ସ୍ଥଳୀ ।

Conclusion:ବାଇଟ-୧-ଡିଙ୍ଗର ନାଏକ,ବହିରାବାସୀ
ବାଇଟ-୨-ଧନଞ୍ଜୟ ନାଏକ, ରାତ୍ରିଜଗୁଆଳୀ
ବାଇଟ-୩-ରମାକାନ୍ତ ସେଠୀ,ଅତିରିକ୍ତ ଜିଲ୍ଲାପାଳ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.