ETV Bharat / state

ଜମୁଛି କାଳୀ ପୂଜା, ଚଳଚଞ୍ଚଳ ବୌଦ୍ଧ ଜିଲ୍ଲା - ବୌଦ୍ଧ ନ୍ୟୁଜ

କୋରୋନା କଟକଣା ଯୋଗୁଁ ଦୁଇ ବର୍ଷ ବନ୍ଦ ପରେ ଚଳିତ ବର୍ଷ ବିଭିନ୍ନ ପୂଜା ମଣ୍ଡପରେ ମାଆ ଶ୍ୟାମାକାଳୀଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ

ଆନନ୍ଦ ଉଲ୍ଲାସର ସହିତ ପାଳିତ ମାଆ ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ

author img

By

Published : Oct 27, 2022, 2:13 PM IST

ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ମା' ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ । ଏନେଇ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲା । ମହାମାରୀ କୋରୋନା କଟକଣା ଯୋଗୁଁ ଗତ ୨ବର୍ଷ ଧରି ପରଦା ଆଢୁଆଳରେ ପୂଜାର୍ଚ୍ଚନା କେବଳ ବିଧି ମୁତାବକ ଅନୁଷ୍ଠିତ ହେଉଥିଲା । ହେଲେ ଚଳିତବର୍ଷ କଟକଣା ପ୍ରତ୍ୟାହାର ପରେ ଧୁମଧାମରେ ପୂଜାତ୍ସବ ପାଳନ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି ।

ଆନନ୍ଦ ଉଲ୍ଲାସର ସହିତ ପାଳିତ ମାଆ ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ କାର୍ତ୍ତିକ ଅମାବାସ୍ୟା ଠାରୁ ଆରମ୍ଭ ହୋଇଥିବା ମା' କାଳୀଙ୍କ ପୂଜା ସୂର୍ଯ୍ୟ ପରାଗ ଯୋଗୁଁ ମଙ୍ଗଳବାର ସାଧାରଣ ଦର୍ଶନ ବନ୍ଦ ଥିଲା । ବୁଧବାର ମାଆ କାଳୀଙ୍କ ରୀତିନୀତିରେ ପୂଜାର୍ଚ୍ଚନା ସହିତ ଭକ୍ତ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିଥିଲେ । ବୌଦ୍ଧ ଜିଲ୍ଲା ସଦର ମହକୁମାର ଶିବାନୀ ମାର୍କେଟ ଓ ଭୈରବୀ ମାର୍କେଟ ସହିତ ବାଉଁଶୁଣୀ, ପୁରୁଣାକଟକ, ମନମୁଣ୍ଡା, କଣ୍ଟାମାଳର ବିଭିନ୍ନ ପୂଜା ମଣ୍ଡପରେ ଆନନ୍ଦ ଉଲ୍ଲାସର ସହିତ କାଳୀପୂଜା ଓ ଦୀପାବଳି ଉତ୍ସବ ପାଳନ କରାଯାଇଛି । ସେପଟେ ବୁଧବାର ଜିଲ୍ଲାର ଗୋପାଳ ସଂପ୍ରଦାୟ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜନ ଉତ୍ସବ ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳନ କରାଯାଇଛି ।

ପୂଜକ ପଣ୍ଡିତ ସଞ୍ଜୀବ କୁମାର ପଣ୍ଡା କହିଛନ୍ତି,"କୋରୋନା ଯୋଗୁଁ ଦୁଇବର୍ଷ ପୂଜା ବନ୍ଦ ଥିବା ବେଳେ ଚଳିତ ବର୍ଷ ବିଧିବିଧାନ ସହିତ ପୂଜା ପାଳନ କରାଯାଉଥିଲା । କିନ୍ତୁ ପରାଗ ଯୋଗୁଁ ପରାଗ ପୂର୍ବଦିନ ମାଆଙ୍କୁ ଆବାହନ କରିଥିଲୁ । ପରାଗ ଦିନ ପୂଜା ବନ୍ଦ ଥିବା ବେଳେ ପରାଗ ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଭକ୍ତ ମାନେ ମଧ୍ୟ ଆସି ମାଆଙ୍କ ଦର୍ଶନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.