ETV Bharat / state

ବୌଦ୍ଧ ବାଉଁଶୁଣୀ ପଞ୍ଚାୟତରେ ସରକାରୀ ଜମି ଜବରଦଖଲ ଅଭିଯୋଗ

author img

By

Published : Sep 28, 2020, 6:47 AM IST

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତର ଡିମିରିପାଲି ଗ୍ରାମରେ ବ୍ୟାପକ ଗୋଚର ଓ ସରକାରୀ ଜମି ହଡପ ହୋଇଥିବା ଅଭିଯୋଗ ହୋଇଛି । ଜବରଦଖଲ ପୁଣି କେବଳ ଗୋଚର କିମ୍ବା ସରକାରୀ ଜମି ନୁହେଁ, ରାସ୍ତା ଏପରିକି ରାଜସ୍ବ ଅଫିସ ମଧ୍ୟ ବାଦ ପଡୁନାହିଁ । ଅଧିକ ପଢନ୍ତୁ...

ବୌଦ୍ଧ ବାଉଁଶୁଣୀ ପଞ୍ଚାୟତରେ ସରକାରୀ ଜମି ଜବରଦଖଲ ଅଭିଯୋଗ
ବୌଦ୍ଧ ବାଉଁଶୁଣୀ ପଞ୍ଚାୟତରେ ସରକାରୀ ଜମି ଜବରଦଖଲ ଅଭିଯୋଗ

ବୌଦ୍ଧ: ଗୋଟିଏ ପଟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ । ଜବରଦଖଲ ପୁଣି କେବଳ ଗୋଚର କିମ୍ବା ସରକାରୀ ଜମି ନୁହେଁ, ରାସ୍ତା ଏପରିକି ରାଜସ୍ବ ଅଫିସ ମଧ୍ୟ ବାଦ ପଡୁନାହିଁ । ଆଉ କେଉଁଠି ଜମି ଡିହ ଥାଇ ମଧ୍ୟ ମୋଟରୁ ପ୍ରକୃତ ହିତାଧିକାରୀଙ୍କୁ ବାଦ ଦିଆଯାଉଛି ।

କେଉଁଠି ସମ୍ପୂର୍ଣ୍ଣ ହଡପ ଅଭିଯୋଗ ତ ଆଉ କେଉଁଠି ପ୍ରକୃତ ହିତାଧିକାରୀ ବାଦ ପଡୁଛନ୍ତି । ଏଭଳି ଦୁଇଟି ପଞ୍ଚାୟତର ଦୁଇଟି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତର ଡିମିରିପାଲି ଗ୍ରାମରେ ବ୍ୟାପକ ଗୋଚର ଓ ସରକାରୀ ଜମି ହଡପ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ସର୍ବସାଧାରଣ ରାସ୍ତା ଜବରଦଖଲ ହୋଇ ତା ଉପରେ ପକ୍କାଘର ନିର୍ମାଣ ହେଉଥିବା ଘଟଣା ଯାଇ ଥାନାରେ ପହଞ୍ଚିଛି । ଏପରିକି ରାଜସ୍ୱ କାର୍ଯ୍ୟାଳୟ ମଧ୍ୟ ଧିରେ ଧିରେ ଜବରଦଖଲ ହେଉଥିବା ଚର୍ଚ୍ଚା ହେଉଛି ।

ସେପଟେ କିନ୍ତୁ ପ୍ରକୃତ ହିତାଧିକାରୀଙ୍କୁ ଯୋଗ୍ୟ ତାଲିକାରୁ ବାଦ ଦିଆଯାଉଛି । ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ଜଗତୀ ଗ୍ରାମର ଦଶରୁ ଉର୍ଦ୍ଧ୍ବ ଗରିବ ବୁଣାକାରଙ୍କୁ ଆଜି ପର୍ଯ୍ୟନ୍ତ ପକ୍କାଘର ଛାଡନ୍ତୁ ଈସିସି ତାଲିକା ବା ଯୋଗ୍ୟ ହିତାଧିକାରୀ ତାଲିକାରେ ନା ନାହିଁ । ଫଳରେ ଏହି ପାରମ୍ପରିକ ବୃତ୍ତି ସହ ଜଡିତ ପରିବାର ଗୁଡିକ ଭଙ୍ଗା ଦଦରା ଚାଳଘରେ କାଳ କାଟୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଉଭୟ ଗ୍ରାମର ଲୋକେ ବୌଦ୍ଧ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.