ବୌଦ୍ଧ: ଜିଲ୍ଲାରେ ମାଛ ଯାଆଁଳ ଅଭାବ ଦେଖିବାକୁ ମିଳିଛି । ଲଗାଣ ବର୍ଷା କାରଣରୁ ଯାଆଁଳ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି । ବିଭିନ୍ନ କିସମର ମାଛ ଯାଆଁଳ ଉତ୍ପାଦନ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ସରକାରୀ ମାଛ ଫାର୍ମର ବେଶ ସୁନାମ ରହିଛି । ଜିଲ୍ଲା ସମେତ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାର ମାଛ ଚାଷୀଙ୍କ ଆବଶ୍ୟକତା ମଧ୍ୟ ଜିଲ୍ଲାର ସରକାରୀ ମାଛ ଫାର୍ମର ପୂରଣ କରିଥାଏ । ହେଲେ ଚଳିତ ବର୍ଷ ନିଜ ଜିଲ୍ଲାର ଚାଷୀଙ୍କ ଚାହିଦା ପୂରଣ କରିବା ପାଇଁ ଜିଲ୍ଲା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ପଡୋଶୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି ।
ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ କହିଛନ୍ତି, ‘‘ଚଳିତ ବର୍ଷ ଲଗାଣ ବର୍ଷା କାରଣରୁ ଫାର୍ମରେ ଚାଷ କରାଯାଇଥିବା ଯାଆଁଳ ଧୋଇହୋଇ ଯାଇଛି । ଫଳରେ ଜିଲ୍ଲାରେ ଯାଆଁଳ ଅଭାବ ପରିଲକ୍ଷିତ ହୋଇଛି । ଜିଲ୍ଲାରେ ଯାଆଁଳ ଅଭାବ ପୂରଣ କିରବା ପାଇଁ ପଡୋଶୀ ଜିଲ୍ଲା ସୁବର୍ଣ୍ଣପୁରରୁ 80 ଲକ୍ଷ ଯାଆଁଳ ଅଣାଯାଇଛି । ଜିଲ୍ଲାରେ ପ୍ରତ୍ୟେକ ବର୍ଷ 72 ଲକ୍ଷରୁ ଅଧିକ ଯାଆଁଳ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ କେବଳ 30 ଲକ୍ଷ ଅର୍ଥାତ ତାର ଅଧାରୁବି କମ୍ ଯାଆଁଳ ବଣ୍ଟନ କରାଯିବ । ଜିଲ୍ଲାବାସୀ କୌଣସି ବେସରକାରୀ କି ବାହାର ଜିଲ୍ଲରୁ ମାଛ ଯାଅଁଳ କିଣିବେ । ତେବେ ପୁଣି ଯାଅଁଳ ଚାଷ ପାଇଁ ପୋଖରୀ ପ୍ରସ୍ତୁତ କରିବାକୁ ପଡିବ । ଲଗାଣ ବର୍ଷା କାରଣରୁ ପୋଖରୀ ପୂର୍ଣ୍ଣଥିବାରୁ ପ୍ରଥମେ ପୋଖରୀ ଶୁଖାଯାଇ ଯାଆଁଳ ଚାଷ ଓ ମାଛ ବିହନ ବୁଣାଯିବ ।’’
ଏହା ମଧ୍ୟ ପଢନ୍ତୁ.. ଚାଷୀଙ୍କୁ ମାଛ ଯାଆଁଳ ଓ ଖାଦ୍ୟ ବଣ୍ଟନ କଲେ ବାଲେଶ୍ବର ସାଂସଦ
ସୂଚନା ଅନୁଯାୟୀ, ଓଡ଼ିଶାରେ ଅନ୍ୟତମ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ଭାବରେ ବୌଦ୍ଧ ଜିଲ୍ଲାର ସରକାରୀ ଫାର୍ମ ବେଶ ସୁନାମ ରହିଛି । ପ୍ରତ୍ୟେକ ବର୍ଷ ବୌଦ୍ଧ ଜିଲ୍ଲା ସମେତ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାର ମାଛ ଚାଷୀ ସୁଲଭ ମୂଲ୍ୟରେ ଯାଆଁଳ ସଂଗ୍ରହ କରିଥାନ୍ତି । ଏପରିକି ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଏହି ଫାର୍ମରୁ ଯାଆଁଳ ନେଇ ଗାଁ ପୋଖରୀ ଓ ବାୟୋଫ୍ଲେକ୍ସ ମାଧ୍ୟମରେ ମାଛ ଚାଷ କରି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଛନ୍ତି । କିନ୍ତୁ ଚଳିତ ବର୍ଷ ଏହି ସରକାରୀ ମାଛ ଯାଆଁଳ କେନ୍ଦ୍ର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଯାଆଁଳ ଯୋଗାଇ ପାରିବ ନାହଁ । ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ସରକାରୀ ଫାର୍ମ ମଧ୍ୟରେ ବନ୍ୟାଜଳ ପ୍ରବେଶ କରି ସେଠାରେ ଘାଇ ସୃଷ୍ଟି ହୋଇଥିଲା । ଫଳରେ ସରକାରୀ ଫାର୍ମର ପ୍ରାୟ 20 କ୍ଵିଣ୍ଟାଲ ବିହନ ମାଛ ଭାସି ଯାଇଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ