ETV Bharat / state

ନିଜେ ନିଜର ବିବାହ ରୋକିପାରିଥିବା ନାବାଳିକାଙ୍କୁ ସମ୍ବର୍ଦ୍ଧନା

author img

By

Published : Apr 28, 2022, 9:26 PM IST

Updated : Apr 29, 2022, 11:53 AM IST

ବୌଦ୍ଧର ଯେଉଁ ନାବାଳିକାମାନେ ସଚେତନ ହୋଇ ନିଜ ବିବାହ ନିଜେ ରୋକିପାରିଛନ୍ତି, ସେମାନଙ୍କୁ ପ୍ରଶଂସିତ କଲା ବାଲ୍ୟବିବାହ ପ୍ରତିରୋଧ ମଞ୍ଚ । ଅଧିକ ପଢନ୍ତୁ

ନିଜେ ନିଜର ବିବାହ ରୋକିପାରିଥିବା ନାବାଳିକାଙ୍କୁ ସମ୍ବର୍ଦ୍ଧନା
ନିଜେ ନିଜର ବିବାହ ରୋକିପାରିଥିବା ନାବାଳିକାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ: ଜିଲ୍ଲାରେ ଉଦବେଗଜନକ ସ୍ଥିତିରେ ବାଲ୍ୟବିବାହ ପ୍ରଥା । 394ଟି ଗ୍ରାମକୁ ପ୍ରଶାସନ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରି ଥିବାବେଳେ ନିଜ ବାହାଘର ରୋକି ଚର୍ଚ୍ଚାରେ ଅଛନ୍ତି ବୌଦ୍ଧର କେତେକ ନାବାଳିକା । ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ପକ୍ଷରୁ ଏହି ନାବାଳିକାମାନଙ୍କୁ ପ୍ରଶଂସିତ କରାଯିବା ସହ ପ୍ରଶଂସିତ କରାଯାଇଛି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର 69 ପଞ୍ଚାୟତର ଅନେକ ସ୍ଥାନରେ ବର୍ତ୍ତମାନ ମଧ୍ୟ ବାଲ୍ୟବିବାହ ବା ନାବାଳିକାଙ୍କୁ ବିବାହ କରିଦିଆଯାଉଛି । ଜନସଚେତନତାର ଅଭାବ ସାଙ୍ଗକୁ ଆର୍ଥିକ ଓ ସାମାଜିକ କୁସଂସ୍କାର ଏଥିପାଇଁ ମୁଖ୍ୟ ଭାବରେ ଦାୟୀ । ପ୍ରତ୍ୟେକ ଦିନ ଏହିପରି ଘଟଣା ଘଟୁଥିଲେ ମଧ୍ୟ ଅଳ୍ପ କିଛି ବିବାହକୁ ରୋକିପାରୁଛି ମହିଳା ଓ ଶିଶୁ ବିଭାଗ । ସେପଟେ ଜିଲ୍ଲା ପ୍ରଶାସନ ସମୁଦାୟ 394ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଛି । କିନ୍ତୁ ତଥାପି ମଧ୍ୟ ଅନେକ ସ୍ଥାନରେ ବର୍ତ୍ତମାନ ମଧ୍ୟ ନାବାଳିକାଙ୍କୁ ବିବାହ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଗୁରୁବାର ଏନେଇ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ପକ୍ଷରୁ ଯେଉଁ ନାବାଳିକାମାନେ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ବିବାହ ରୋକି ପାରୁଛନ୍ତି ସେମାନଙ୍କୁ ପ୍ରଶଂସିତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 29, 2022, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.