ETV Bharat / state

ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ, ହରଭଙ୍ଗା ବ୍ଲକ ଘେରାଉ

author img

By ETV Bharat Odisha Team

Published : Nov 15, 2023, 8:39 PM IST

ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ବିଜେପିର ପ୍ରତିବାଦ । ଏନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଘେରାଉ କରିଛି ବିଜେପି । ଆସନ୍ତାକାଲି ବୌଦ୍ଧ ବ୍ଲକ ଓ ପର ଦିନ କଣ୍ଟାମାଳ ବ୍ଲକ ଠାରେ ଜନ ଆକ୍ରୋଶ ସମାବେଶର ଆୟୋଜନ ହେବ । ଅଧିକ ପଢ଼ନ୍ତୁ

ଜନ ଆକ୍ରୋଶ ଆନ୍ଦୋଳନ
ଜନ ଆକ୍ରୋଶ ଆନ୍ଦୋଳନ
ଜନ ଆକ୍ରୋଶ ଆନ୍ଦୋଳନ

ବୌଦ୍ଧ: ଆଗକୁ ଆସୁଛି ସାଧାରଣ ନିର୍ବାଚନ 2024 । ରାଜନୀତି ରଣକ୍ଷେତ୍ରକୁ ଓହ୍ଲାଇବାରୁ ପ୍ରସ୍ତୁତ ହେଲେଣି ରାଜ୍ୟର 3 ପ୍ରମୁଖ ଦଳ । ଲୋକମାନଙ୍କୁ ନିଜ ଦଳ ଆଡ଼କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହେଲାଣି ରଣନୀତି । ତେବେ ଦଳକୁ ତୃଣମୁଳ ସ୍ତରରୁ ଦୃଢ଼ କରିବା ପାଇଁ ବିଜେପି ଆପଣାଇଛି ରଣ କୌଶଳ । ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକମାନଙ୍କର ନିକଟତର ହେବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଲାଇଛି । ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଦୁର୍ନୀତି ତଥା ଅନିୟମିତତା ଅଭିଯୋଗ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜନ ଆକ୍ରୋଶ ଆନ୍ଦୋଳନ ଆରମ୍ଭ ହୋଇଛି ବିଜେପି । ଏନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି ବିଜେପି ।

ବୌଦ୍ଧ ଜିଲ୍ଲାର ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗତ କିଛି ଦିନ ମଧ୍ୟରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଠାରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରି ଜିଲ୍ଲା ବିଜେପି ପକ୍ଷରୁ ଜନ ଆକ୍ରୋଶ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଏହି ଧାରାରେ ଆସନ୍ତାକାଲି ବୌଦ୍ଧ ବ୍ଲକ ଓ ପର ଦିନ କଣ୍ଟାମାଳ ବ୍ଲକ ଠାରେ ଏହି ଜନ ଆକ୍ରୋଶ ସମାବେଶର ଆୟୋଜନ ହେବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.........ଦୁର୍ନୀତି ବିରୋଧରେ ପ୍ରତିବାଦ, କାଲି ସୁନ୍ଦରଗଡ଼ର ସମସ୍ତ ବ୍ଲକ ଘେରାଉ କରିବ ବିଜେପି

ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ବ୍ୟାପକ ଦୁର୍ନୀତି ସହିତ ବିଭିନ୍ନ ଯୋଜନା ଦଳୀୟ ଭିତ୍ତିରେ ପ୍ରଦାନ କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହ ବିଜୁ ପକ୍କା ଘର ଯୋଜନା, ସହ ସ୍ୱାସ୍ଥ୍ୟ, ଶିକ୍ଷା, ଉନ୍ନତି ପାଇଁ ହେଉଥିବା ଯୋଜନାରେ ରାଜ୍ୟରେ ବିଜେଡି ସରକାର ବ୍ୟାପକ ଦୁର୍ନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଆଜି ପ୍ରଥମ ଦିନ ଆନ୍ଦୋଳନରେ ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ, ମାଗୁଣି ଗାଇଗୈରିଆ ଭଳି ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ସମାବେଶରେ ବିଜେପି ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ବିଭିନ୍ନ ଯୋଜନାରେ ହେଉଥିବା ଅନିୟମିତତା ପଛରେ ଶାସକଦଳର ହାତ ଥିବା ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.