ETV Bharat / state

ଅସମ୍ପୂର୍ଣ୍ଣ ପଥପ୍ରାନ୍ତ ବନୀକରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଇ ବ୍ୟାପକ ଅର୍ଥ ହରିଲୁଟ ଅଭିଯୋଗ

ପଥପ୍ରାନ୍ତ ବନୀକରଣ ପାଇଁ ଆସିଥିବା ଅର୍ଥକୁ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : Jan 19, 2022, 12:52 PM IST

ଅସମ୍ପୂର୍ଣ୍ଣ ପଥପ୍ରାନ୍ତବନୀକରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଇ ବ୍ୟାପକ ଅର୍ଥ ହରିଲୁଟ ଅଭିଯୋଗ

ବୌଦ୍ଧ: ପଥପ୍ରାନ୍ତ ବନୀକରଣରେ ମହାଦୁର୍ନୀତି ଅଭିଯୋଗ । ଅସମ୍ପୂର୍ଣ୍ଣ ପଥପ୍ରାନ୍ତ ବନୀକରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଇ ବ୍ୟାପକ ଅର୍ଥ ହରିଲୁଟ କରିଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳର ତଳଗାଁ ସେକ୍ସନରେ ପଥପ୍ରାନ୍ତ ବନୀକରଣ ପାଇଁ ମିଳୁଥିବା ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଜିଲ୍ଲାର ମାଧପୁର ଓ ପୁରୁଣାକଟକ ବନାଞ୍ଚଳର ତଳଗାଁ ସେକ୍ସନ, କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପଥପ୍ରାନ୍ତ ବନୀକରଣ ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଉକ୍ତ ସ୍ଥାନ ଗୁଡିକରେ ଅନେକ ସ୍ଥାନରେ ରାସ୍ତାକଡ ଗଛ ସବୁ ଉପୁଡି ପଡିଥିବାବେଳେ ଅସମ୍ପୂର୍ଣ୍ଣ ପଥପ୍ରାନ୍ତ ବନୀକରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ଅଭିଯୋଗ ହୋଇଛି ।

ଏଠାକାର ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଛକଟା ହେଉଥିଲେ ମଧ୍ୟ ବନ କର୍ମଚାରୀ ଚୁପ ବସିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସେହି ତଳଗାଁ ସେକ୍ସନରେ ଦିନେ ଦାନ୍ତ ପାଇଁ ଦନ୍ତାହାତୀର ଶିକାର ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବର୍ତ୍ତମାନ ତଳଗାଁ ସମେତ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ନୂଆବର୍ଷ ପାଇଁ ବନ୍ୟଜନ୍ତୁଙ୍କ ଶିକାର ହେଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ର୍ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳର ତଳଗାଁ ସେକ୍ସନରେ ଏଭଳି ଦୁର୍ନୀତି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୂର୍ଣ୍ଣ ପଥପ୍ରାନ୍ତ ବନୀକରଣ ନହୋଇ କିଭଳି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି ସେନେଇ ବନଖଣ୍ଡ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.