ETV Bharat / state

ଭଦ୍ରକ ବନ୍ଦ ପାଳନବେଳେ ବିଶୃଙ୍ଖଳା: କଂଗ୍ରେସ କର୍ମୀଙ୍କ ବିରୋଧରେ ଥାନାରେ ଏତଲା - bhadrak band

କଂଗ୍ରେସର ଭଦ୍ରକ ବନ୍ଦ ଡାକରା ପାଳନବେଳେ ଦଳୀୟ କର୍ମୀଙ୍କ ବିଶୃଙ୍ଖଳା କାର୍ଯ୍ୟକୁ ବିରୋଧ କରି ଟାଉନ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ...

ଭଦ୍ରକ ବନ୍ଦ ପାଳନ ବିଶୃଙ୍ଖଳା: କଂଗ୍ରେସ କର୍ମୀଙ୍କ ବିରୋଧରେ ଥାନାରେ ଏତଲା

author img

By

Published : Dec 12, 2020, 6:43 PM IST

ଭଦ୍ରକ: ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ସହର ବନ୍ଦ ପାଳନବେଳେ ଦଳୀୟ କର୍ମୀଙ୍କ ବିଶୃଙ୍ଖଳ କାର୍ଯ୍ୟକୁ ବିରୋଧ କରି ଟାଉନ ଥାନାରେ ଅଭିଯୋଗ । ନାରୀ ସୁରକ୍ଷା ପ୍ରଗତି ମଞ୍ଚ ଓ ଜିଲ୍ଲା ମହିଳା ଶକ୍ତି ତରଫରୁ ଏହି ଘଟଣାରେ ଟାଉନ ଥାନାରେ 2ଟି ପୃଥକ ଲିଖିତ ଅଭିଯୋଗ ହୋଇଛି ।

ଭଦ୍ରକ ବନ୍ଦ ପାଳନ ବିଶୃଙ୍ଖଳା: କଂଗ୍ରେସ କର୍ମୀଙ୍କ ବିରୋଧରେ ଥାନାରେ ଏତଲା

ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସବୁ ସ୍ତରରେ ସମର୍ଥନ କରାଯାଉଥିବାବେଳେ ଗଣତାନ୍ତ୍ରିକ ପଦ୍ଧତିରେ ଜିଲ୍ଲାରୁ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ କଂଗ୍ରେସ ଦଳୀୟ କର୍ମୀଙ୍କ ଦ୍ବାରା ଅପମାନିତ କରାଯିବା ନିନ୍ଦନୀୟ ଏବଂ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ନାରୀ ସୁରକ୍ଷା ମଞ୍ଚ ଓ ମହିଳା ଶକ୍ତି ।

ସୂଚନା ମୁତାବକ, କଂଗ୍ରେସ ଡାକରାରେ ଭଦ୍ରକ ସହର ବନ୍ଦବେଳେ କଂଗ୍ରେସ କର୍ମୀଙ୍କ ଦ୍ବାରା ବିଧାୟକ ଓ ସାଂସଦଙ୍କ ଫଟୋଚିତ୍ରକୁ ଗୋଇଠା ମାରିବା, ଜୋତାରେ ମାରିବା ସହ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏପରିକି ସେହି ସମୟର ଏକ ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ ହୋଇଥିଲା । ଯାହା ନିର୍ବାଚିତ ଜନ ପ୍ରତିନିଧିଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିବା ସହ ସେମାନଙ୍କୁ ଅପମାନିତ କରିଛି ବୋଲି ଅଭିଯୋଗ ହୋଇଛି । ଏହାକୁ ନାରୀ ପ୍ରଗତି ମଞ୍ଚ ଓ ମହିଳା ଶକ୍ତି ତୀବ୍ର ବିରୋଧ କରିବା ସହ କଂଗ୍ରେସ କର୍ମୀଙ୍କ ଏତାଦୃଶ କାର୍ଯ୍ୟ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.