ETV Bharat / state

ଧାମରାଠୁ 40 କିମି ଦୂରରେ ବାତ୍ୟା ‘ୟସ’

ଅତି ଭୟଙ୍କର ଗତିରେ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ ୟସ । ଭଦ୍ରକର ଧାମରାଠୁ 40 କିମି ଦୂରରେ ବାତ୍ୟା । ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି ୟସ । ଅଧିକ ପଢନ୍ତୁ...

author img

By

Published : May 26, 2021, 7:40 AM IST

ଭଦ୍ରକର ଧାମରାଠୁ 40 କିମି ଦୂରରେ ବାତ୍ୟା ୟସ
ଭଦ୍ରକର ଧାମରାଠୁ 40 କିମି ଦୂରରେ ବାତ୍ୟା ୟସ

ଭଦ୍ରକ:ଅତି ଭୟଙ୍କର ଗତିରେ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ ୟସ । ଭଦ୍ରକର ଧାମରାଠୁ 40 କିମି ଦୂରରେ ବାତ୍ୟା । ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି ୟସ । ବର୍ଷା ଓ ପବନ ଧୀରେ ଧୀରେ ବୃଦ୍ଧି ପାଇଛି । 7 ଟି ବ୍ଲକ ଅନ୍ତର୍ଗତ 17ଟି ପଞ୍ଚାୟତରୁ ଅଦ୍ୟାବଧି 94,086ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇ 700 ଟି ସ୍କୁଲ ଓ 106 ଟି ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି।

ଭଦ୍ରକର ଧାମରାଠୁ 40 କିମି ଦୂରରେ ବାତ୍ୟା ୟସ

ଜିଲ୍ଲାର ଚାନ୍ଦବାଲି ଓ ଧାମରାକୁ ହାଇଆଲର୍ଟରେ ରଖାଯାଇଛି । ଭଦ୍ରକ ଜିଲ୍ଲାରେ 10ଟି ଏନଡିଆରଏଫ ଟିମ, 4ଟି ଓଡ୍ରାଫ ଟିମ, 15 ପ୍ଲାଟୁନ ପୋଲିସ ଫୋର୍ସ ଓ 21ଟି ଅଗ୍ନିଶମ ବାହିନୀ ଟିମ ମୁତୟନ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ଯାଇଥିବା ସୂଚନା ମିଳିଛି।

ବିଶେଷ କରି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 60 ପ୍ରତିଶତ ଲୋକ ସମୁଦ୍ରର ତଟବର୍ତ୍ତୀ ଓ ନଦୀକୂଳରେ ବସବାସ କରୁଥିବାରୁ, ସେମାନେ ଏହି ବାତ୍ୟାରେ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.