ETV Bharat / state

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ - NSDର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଚିତ୍ତରଞ୍ଜନ

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ପ୍ରଥମ ଓଡ଼ିଆ ଭାବେ ଚିତ୍ତରଞ୍ଜନ ତ୍ରିପାଠୀ ନିର୍ଦ୍ଦେଶକ ନିଯୁକ୍ତ । ଓଡିଶା ପାଇଁ ଆଣିଲେ ଗର୍ବ । ଅଧିକ ପଢନ୍ତୁ

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ

author img

By ETV Bharat Odisha Team

Published : Oct 6, 2023, 9:37 PM IST

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ

ଭଦ୍ରକ: ଚାନ୍ଦବାଲି ଅଞ୍ଚଳର ପୁଅ ଚିତ୍ତରଞ୍ଜନ ତ୍ରିପାଠୀ ହେଲେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ । ଏକା ଧାରାରେ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ତଥା ନାଟ୍ୟ କର୍ମୀ ଭାବେ ବେଶ ସୁପରିଚିତ ଚିତ୍ତରଞ୍ଜନ ତ୍ରିପାଠୀ ଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ସୂଚନା ମିଳିଛି । ଏଥିପାଇଁ ଚନ୍ଦବାଲି ଅଞ୍ଚଳ ତଥା ତାଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତେବେ ପରିଣତ ବୟସରେ ଚିତ୍ତରଞ୍ଜନଙ୍କ ବୃଦ୍ଧ ବାପା ତାଙ୍କ ପୁଅର ସଫଳତାର ଶୀର୍ଷରେ ପହଞ୍ଚି ପାରି ଥିବାରୁ ବେଶ ଖୁସି ଅନୁଭବ କରୁଛନ୍ତି । ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବରେହିଁପୁର ଠାରେ ଜନ୍ମିତ ଏହି ଚିତ୍ତରଞ୍ଜନ ତ୍ରିପାଠୀଙ୍କ ପାଇଁ ସାରା ଅଞ୍ଚଳ ବେଶ ଗର୍ବ ଅନୁଭବ କରୁଛି । ଦେଶ ତଥା ବିଦେଶରେ ପ୍ରତିଷ୍ଠାଲାଭ କରିଥିବା ପ୍ରଖ୍ୟାତ ଅନୁଷ୍ଠାନ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ପୁଅ ।

ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ଏକା ଧାରରେ ଜଣେ ଅଭିନେତା, ନାଟ୍ୟ କର୍ମୀ ତଥା କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ । ସେ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ’ ଏବଂ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିଲେ। ସେ ଉଭୟ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ । ‘ଧଉଳି ଏକ୍ସପ୍ରେସ’ ଲାଗି ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ଛଡ଼ା ସେ କେତେକ ହିନ୍ଦୀ ଚଳଚ୍ଚିତ୍ର, ବିଭିନ୍ନ ପ୍ରକାରର ଧାରାବାହିକ ସହ ୱେବସିରିଜରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଛନ୍ତି । ନେଟଫ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍ସ’ ରେ ତ୍ରିଦେବୀ ଚରିତ୍ର ପାଇଁ ଚିତ୍ତରଞ୍ଜନ ବେଶ ଜଣାଶୁଣା । ଏହାସହ ସେ ବିଭିନ୍ନ ରାଜ୍ୟରେ ନିଜର ନାଟ୍ୟ ପ୍ରଶିଷଣ ଏବଂ ନାଟ୍ୟ କର୍ମଶାଳା ପାଇଁ ଲୋକପ୍ରିୟତା ଅର୍ଜନ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ...'ମୁଁ ତୁମକୁ ହୃଦୟରୁ ଭଲ ପାଉଥିଲି, ଆମେ ବନ୍ଧୁ ହୋଇ ରହି ପାରିବାନି ?'

ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ବିଶ୍ବର ଏକ ପ୍ରମୁଖ ଥିଏଟର ତାଲିମ ପ୍ରତିଷ୍ଠାନ ଭାବେ ଜଣାଶୁଣା । ସଂଗୀତ ନାଟକ ଏକାଡେମୀ ଦ୍ବାରା ଏହି ପ୍ରତିଷ୍ଠାନ 1959 ମସିହାରେ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ 1860ର ସୋସାଇଟିସ ରେଜିଷ୍ଟ୍ରେସନ ଆକ୍ଟ 21 ଧାରା ଅନୁଯାୟୀ ଏହା ଏକ ସ୍ୱୟଂଶାସିତ ସଂଗଠନ ଭାବରେ ପଞ୍ଜୀକୃତ ହୋଇଥିଲା । ଯାହାକି 1975 ମସିହାରେ ଏହା ଏକ ସ୍ବୟଂ ଶାସିତ ସଂସ୍ଥା ଭାବରେ ପରିଣତ ହୋଇଥିଲା । ଏହି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଦେଶ ତଥା ବିଦେଶର ଅନେକ ପ୍ରତିଷ୍ଠିତ ପ୍ରତିଭାମାନଙ୍କୁ ତାଲିମ ପ୍ରଦାନ କରିଥିବାର ବହୁ ନଜିର ରହିଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.