ETV Bharat / state

ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ: ହେଲମେଟ ବାଣ୍ଟି ସଚେତନ କଲା ପୋଲିସ

author img

By ETV Bharat Odisha Team

Published : Dec 8, 2023, 7:16 AM IST

Updated : Dec 10, 2023, 3:48 PM IST

ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଶେଷ ଦିନରେ ବରଗଡ ପୋଲିସ ପକ୍ଷରୁ ମାଗଣା ହେଲମେଟ ବଣ୍ଟନ । ଅଧିକ ପଢନ୍ତୁ

Etv Bharat
Etv Bharat
ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ

ବରଗଡ଼: ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଶେଷ ହୋଇଛି । ଗୁରୁବାର ଶେଷ ଦିନରେ ବରଗଡ଼ ସହରର ହଳଦିପାଲୀ ଛକ ଠାରେ ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝୀ ଏବଂ ବରଗଡ଼ ଟାଉନ ପୋଲିସ, ସଦର ପୋଲିସ IIC ମାନସ ଭୋଇ ଓ କର୍ମଚାରୀଙ୍କ ସହାୟତାରେ ମାଗଣା ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଯେଉଁ ଗାଡ଼ି ଚାଳକମାନେ ଟ୍ରାଫିକ ନିୟମ ମାନି ଗାଡି ଚଲାଉଥିଲେ ବା କାରରେ ସିଟ ବେଲ୍ଟ ପିନ୍ଧି ଗାଡି ଚଲାଉଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ମାନିତ କରିବା ସହିତ ଯେଉଁମାନଙ୍କ ଗାଡିର କାଗଜପତ୍ର ବୈଧ ନଥିଲା ସେମାନଙ୍କୁ ତାଗିଦ କରଯାଇଥିଲା | ଲାଇସେନ୍ସ ଥାଇ ବିନା ହେଲମେଟରେ ବାଇକ ଚଲାଉଥିବା ଚାଳକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ହେଲମେଟ ପ୍ରଦାନ କରାଯାଇ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଉପଦେଶ ଦିଆଯାଇଥିଲା ।

ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଏବଂ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା | ଏହି ରକ୍ତଦାନ ଶିବିରକୁ ବରଗଡ ଏସପି ପ୍ରହଲ୍ଲାଦ ସାହାୟି ମୀନା ଉଦଘାଟନ କରିଥିବା ବେଳେ ଏଠାରେ ବରଗଡ ରକ୍ତଭଣ୍ଡାରର କର୍ମଚାରୀଙ୍କ ଦ୍ଵାରା ସମୁଦାୟ 51 ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ତେବେ ବରଗଡ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏପରି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଏଠାରେ 3 ଜଣ ମହିଳା ଓ 48 ଜଣ ପୁରୁଷ ଏପରି ସମୁଦାୟ 51 ଜଣ ରକ୍ତଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶୂନ୍ୟ ମୃତ୍ୟୁ ସପ୍ତାହ: କେନ୍ଦ୍ରାପଡାରେ ବର୍ଷାନୁବର୍ଷ ବଢୁଛି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା

ସୂଚନା ଅନୁଯାୟୀ, ଡିସେମ୍ବର 1 ତାରିଖରୁ ଡିସେମ୍ବର 7 ତାରିଖ ପର୍ଯ୍ୟନ୍ତ ବରଗଡ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଥିଲା । ପ୍ରତିଦିନ ଲୋକଙ୍କୁ ସୁରକ୍ଷିତ ଯାନବାହାନ ଚଳାଚଳ ପାଇଁ ସଚେତନ କରାଯାଉଥିଲା । ଗୁରୁବାର ଏହି କାର୍ଯ୍ୟକ୍ରମର ଶେଷ ଦିନରେ ସଂସ୍କାର ଇଣ୍ଟରନାସନାଲ ସ୍କୁଲ, ରୋଟାରୀ ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ +2 ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ମାଧ୍ୟମରେ ସଡକ ସୁରକ୍ଷା ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.ଏସ ମୀନା ଏବଂ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା ପତାକା ଦେଖାଇ ଉଦଘାଟନ କରିଥିଲେ l ଏହି ରାଲି ଜନସାଧାରଣଙ୍କ ପାଇଁ ସଡକ ସୁରକ୍ଷା ବାର୍ତ୍ତା ନେଇ ବରଗଡ ସହର ପରିକ୍ରମା କରିଥିଲା । ଅତିରିକ୍ତ ଜିଲ୍ଲାପାଳ ରାଲିରେ ଯୋଗଦେଇଥିବା ପ୍ରତିଯୋଗୀଙ୍କୁ ସଡକ ସୁରକ୍ଷା ଉପରେ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝୀ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଶୋକ ପାଣିଗ୍ରାହୀ, ମୋଟର ଭାଇକେଲ ଇନ୍ସପେକ୍ଟର ସୁଷମା ସାହୁ , ଟ୍ରାଫିକ ଇନ୍ସପେକ୍ଟର ଯୁଗଳ କିଶୋର ତରିଆ, ଟ୍ରାଫିକ ଇନ୍ସପେକ୍ଟର ମଙ୍ଗଳ କିସ୍କୋ ଯୋଗ ଦେଇଥିଲେ l ଏହି ସପ୍ତାହରେ ଜିଲ୍ଲାରେ ସମୁଦାୟ ୩ ଗୋଟି ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି । କୌଣସି ମୃତ୍ୟୁ ନେଇ ଏବେ ସୁଦ୍ଧା ସୂଚନା ମିଳିନାହିଁ ।

ଇଟିଭି ଭାରତ, ବରଗଡ଼

Last Updated : Dec 10, 2023, 3:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.