ETV Bharat / state

ବିପଦସଙ୍କୁଳ ଅବସ୍ଥାରେ ବରଗଡ ଶ୍ମଶାନଘାଟ ପୋଲ - crematorium pole in critical condition

ବରଗଡ ଟାଉନରେ ଥିବା ଶ୍ମଶାନ ଘାଟକୁ ଶବ ନେଇ ଯିବାକୁ ଭୟ କରୁଛନ୍ତି ଲୋକେ । ଶ୍ମଶାନକୁ ସଂଯୋଗ କରୁଥିବା ଏକ ଛୋଟିଆ ପୋଲ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଯାଆସରେ ଭୟ କରୁଛନ୍ତି ଲୋକେ ।

Bargarh
ବିପଦ ସଙ୍କୁଳ ଅବସ୍ଥାରେ ଶ୍ମଶାନଘାଟ ପୋଲ
author img

By

Published : Sep 3, 2020, 10:48 PM IST

ବରଗଡ: ବିପଦସଙ୍କୁଳ ଅବସ୍ଥାରେ ପୋଲ । ଯାହାକୁ ନେଇ ବରଗଡ ଟାଉନରେ ଥିବା ଶ୍ମଶାନ ଘାଟକୁ ଶବ ନେଇ ଯିବାକୁ ଭୟ କରୁଛନ୍ତି ଲୋକେ । ଶ୍ମଶାନକୁ ସଂଯୋଗ କରୁଥିବା ଏକ ଛୋଟିଆ ପୋଲ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଯାଆସରେ ଭୟ କରୁଛନ୍ତି ଲୋକେ ।

ଶବ ନେଇ ମାତ୍ର 4ଜଣ ବି ଏହି ପୋଲ ଉପରେ ଗଲେ ପୋଲଟି ଦୋହଲି ଯାଉଛି । ଯାହାକୁ ଦେଖିଲେ କୌଣସି ବି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି । ସେଥିପାଇଁ ଶବକୁ ଗାଡି ପରିବର୍ତ୍ତେ ବୋହିକି ନିଆଯାଉଛି । ଏପରିକି ଶ୍ମଶାନ ପର୍ଯ୍ୟନ୍ତ ଗାଡିରେ କାଠ ମଧ୍ୟ ପହଞ୍ଚି ପାରୁନାହିଁ । ଯାହାଫଳରେ ବରଗଡବାସୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ବିପଦ ସଙ୍କୁଳ ଅବସ୍ଥାରେ ଶ୍ମଶାନଘାଟ ପୋଲ

ଶବ ଦାହ ପାଇଁ ବ୍ୟବହାର କାଠ ସବୁ ବହୁ କଷ୍ଟରେ ବୋହିକି ନେବାକୁ ପଡୁଛି । ଏହି ପୋଲଟିର ଏପରି ବିପଦସଙ୍କୁଳ ଅବସ୍ଥାରେ ପଡିରହିଥିବା ବିଷୟ ସମସ୍ତଙ୍କୁ ଜଣାଥିଲେ ବି ଲୋକେ ବାରମ୍ବାର ନୂତନ ପୋଲ ନିର୍ମାଣ ପାଇଁ ଦାବି ମଧ୍ୟ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।

ଶେଷରେ ବରଗଡର ସ୍ଵେଚ୍ଛାସେବୀ ସଂଙ୍ଗଠନ ସଂକଳ୍ପ ପରିବାର ଗୁରୁବାର ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବରଗଡ ଜିଲ୍ଲାପାଳଙ୍କ ଠାରେ ଏହି ପୋଲର ଯଥାଶୀଘ୍ର ମରାମତି ପାଇଁ ଦାବି ଜଣାଇଛନ୍ତି । ତେବେ ବରଗଡ ବିଧାୟକ ଏହି ପୋଲ ନିର୍ମାଣ ବାବଦକୁ ୩୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇସାରିଥିବା ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.