ETV Bharat / state

ବାଲେଶ୍ବର BJD ଜିଲ୍ଲା ସଭାପତିଙ୍କ ଇସ୍ତଫା ପରେ ମାହୋଲ ସରଗରମ, କିଏ ହେବ ସାଂସଦ ପ୍ରାର୍ଥୀ ?

ବିଜେଡି ଜିଲ୍ଲା ସଭାପତି ପଦରୁ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ଦେବା ପରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଦଳ ଉପରେ ପ୍ରଭାବ ପଡିବା ନେଇ ଆଲୋଚନା ହେଉଛି । ଅଧିକ ପଢ଼ନ୍ତୁ

author img

By

Published : Jun 2, 2023, 5:03 PM IST

Updated : Jun 5, 2023, 4:10 PM IST

balasore district president Resignation
ବାଲେଶ୍ବର BJD ଜିଲ୍ଲା ସଭାପତିଙ୍କ ଇସ୍ତଫା ପରେ ସରଗରମ ମାହୋଲ

ବାଲେଶ୍ବର: ଜିଲ୍ଲା ବିଜେଡି ସଭାପତି ପଦରୁ ରବୀନ୍ଦ୍ର ଜେନା ଇସ୍ତଫା ଦେବାପରେ ଏବେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଜଣେ ଦକ୍ଷ ରାଜନେତା ସାଙ୍ଗକୁ 2014ରେ ବାଲେଶ୍ଵରର ସାଂସଦ ଭାବେ ନିର୍ବାଚିତ ହୋଇଥିବା ରବୀନ୍ଦ୍ର ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବର୍ତ୍ତମାନ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ଏହାରି ଭିତରେ ରବୀନ୍ଦ୍ର ଗତ 4 ଦିନ ହେଲା ଜିଲ୍ଲା ବିଜେଡି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ଏବେ ବାଲେଶ୍ଵରରେ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି । ବାଲେଶ୍ୱରରେ ଏବେ ଏକ ଚର୍ଚ୍ଚା ଲାଗି ରହିଛି ।

ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛନ୍ତି ରବିନ୍ଦ୍ର ଜେନା । ପ୍ରାୟ ଏକ ସପ୍ତାହ ହେବ ରବୀନ୍ଦ୍ର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏହାରି ଭିତରେ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚାକୁ ନେଇ ରବୀନ୍ଦ୍ର ଜେନା କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ବିଶେଷ ସୂତ୍ରରୁ ସେ ପଦ ଛଡିଥିବା କଥା କୁହାଯାଉଛି । ତେବେ ରବୀନ୍ଦ୍ରଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ପାରିଲାନି ନା ଜିଲ୍ଲାରେ ଥିବା ବିଧାୟକମାନଙ୍କ ପୁଞ୍ଜିଭୁତ ଅସନ୍ତୋଷ ଏହାର କାରଣ ତାହା ଏବେ ପ୍ରଶ୍ନବାଚୀ । ଗୋଟିଏ ପଟେ 2019 ନିର୍ବାଚନରେ ବିଜେଡି ପକ୍ଷରୁ ରବୀନ୍ଦ୍ର ଜେନା ଓ ବିଜେପିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାଂସଦ ଆସନ ପାଇଁ ଲଢ଼ୁଥିବା ବେଳେ ବାଜି ମାରି ନେଇଥିଲେ ପ୍ରତାପ ।

ଅନ୍ୟପଟେ ସଦର ଉପନିର୍ବାଚନ ବେଳେ ମଧ୍ୟ ସ୍ୱରୂପ ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ରବୀନ୍ଦ୍ରଙ୍କ ସମର୍ଥକମାନେ ହୋହଲ୍ଲା କରିଥିବା ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ବିଜେଡି ରବୀନ୍ଦ୍ରଙ୍କ ଏଭଳି କାର୍ଯ୍ୟକଳାପ ପାଇଁ ଅସନ୍ତୋଷ ବ୍ୟକ୍ତ କରିଥଲା । ଏମିତିକି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ମଧ୍ୟ ରବୀନ୍ଦ୍ର ଉପରେ ଅସନ୍ତୁଷ୍ଟ ଥିବା କଥା କୁହାଯାଉଛି । ଜିଲ୍ଲାରୁ ଅନେକ ମାତ୍ରାରେ ରବୀନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଯୋଗୁଁ ତାଙ୍କୁ ସଭାପତି ପଦରୁ ଇସ୍ତଫା ଦେବାପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା କଥା ମଧ୍ୟ ଆଲୋଚନା ହେଉଛି । ଦଳୀୟ ଶୃଙ୍ଖଳା ଏବଂ ନିଜ ମର୍ଯ୍ୟାଦା ଦୃଷ୍ଟିରୁ ରବୀନ୍ଦ୍ର ଜେନା ମୁହଁ ଖୋଲି ନାହାନ୍ତି । ଅନ୍ୟପକ୍ଷରେ ରବୀନ୍ଦ୍ର ଷଡ଼ଯନ୍ତ୍ରର ଶିକାର ହୋଇଥିବା କଥା ମଧ୍ୟ କୁହାଯାଉଛି ।

2024 ନିର୍ବାଚନକୁ ନେଇ ରବୀନ୍ଦ୍ର ପୁଣିଥରେ ବାଲେଶ୍ଵର ସାଂସଦ ପ୍ରାର୍ଥୀ ହେବାର ଲକ୍ଷ୍ୟ ରଖିଥିବା ବେଳେ ବସ୍ତା ନିର୍ବାଚନ ମଣ୍ଡଳୀରୁ ତାଙ୍କ ପତ୍ନୀ ସୁବାସିନୀ ଜେନା ବିଧାୟକ ପ୍ରାର୍ଥୀ ହେବାକୁ ଆଶା ରଖିଥିବା କଥା କୁହାଯାଉଛି । ଏହାସହ ରବୀନ୍ଦ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ବାଲେଶ୍ୱରରୁ ଜିଲ୍ଲା ସଭାପତି ଦାୟିତ୍ୱରୁ ହଟାଇ ଆଉ ଜଣଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଦିଆଯିବାକୁ ନେଇ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ବିଜେଡି ପକ୍ଷରୁ କୌଣସି ବିଦ୍ଧିବଧ ସୂଚନା ପ୍ରଦାନ କରାଯାଇନାହିଁ । ରବୀନ୍ଦ୍ର ଜେନା ଜିଲ୍ଲା ସଭାପତି ପଦରୁ ଏକ ସପ୍ତାହ ହେଲା ଇସ୍ତଫା ଦେଇଛନ୍ତି ତେବେ ନୂଆ ଜିଲ୍ଲା ସଭାପତି ନିଯୁକ୍ତିରେ ଏତେ ବିଳମ୍ବ କାହିଁକି ହେଉଛି ବୋଲି ମଧ୍ୟ ଏକ ପ୍ରକାର ସନ୍ଦେହ ଉପୁଜିଛି । ଜିଲ୍ଲା ସଭାପତି ପଦରୁ ରବୀନ୍ଦ୍ରଙ୍କ ଇସ୍ତଫା ପରେ ଏବେ କାହାକୁ ଦଳ କରିବ ସଭାପତି, କିଏ ହେବ ବାଲେଶ୍ଵର ସାଂସଦ ପ୍ରାର୍ଥୀ । ଏନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 5, 2023, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.