ETV Bharat / state

ବାଲେଶ୍ବରରେ ଅଜଣା ପୋକ ଆତଙ୍କ: ନିଆଁରେ ବି ମରୁ ନାହାନ୍ତି, କାମୁଡ଼ିଲେ ଫୁଲି ଯାଉଛି - ଅଜଣା ପୋକ ଆତଙ୍କ

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଜମ୍ବେଶ୍ୱରପୁର ଅଞ୍ଚଳରେ ଅଜଣା ପୋକ ଆତଙ୍କ, ଲୋକ ଭୟଭୀତ । ଅଧିକ ପଢ଼ନ୍ତୁ

unknown insect attack in balasore
ବାଲେଶ୍ବରରେ ଅଜଣା ପୋକ ଆତଙ୍କ
author img

By

Published : Mar 26, 2023, 8:40 PM IST

Updated : Mar 26, 2023, 8:52 PM IST

ବାଲେଶ୍ବରରେ ଅଜଣା ପୋକ ଆତଙ୍କ

ବାଲେଶ୍ବର: ଜିଲ୍ଲାରେ ଅଜଣା ପୋକ ଆତଙ୍କ । ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଜମ୍ବେଶ୍ୱରପୁର ଅଞ୍ଚଳରେ ମାତିଛନ୍ତି ଅଜଣା ପୋକ । ଘର ଓ ବାଡ଼ିରେ ସାଲୁବାଲୁ ହୋଇ ମାଡି ଯାଉଛନ୍ତି । କାମୁଡି ଦେଲେ ଲୋକଙ୍କ ହାତଗୋଡ଼ ଫୁଲି ଯାଉଛି । ଚାରିଆଡ଼େ ଆସି ଏହି ଅଜଣା ପୋକ ବସୁଥିବାରୁ ଲୋକେ ଖାଇବା ପିଇବା ମଧ୍ୟ କରିପାରୁନାହାନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଜମ୍ବେଶ୍ୱରପୁର ଅଞ୍ଚଳର ଡାକ୍ତର ପରମାନନ୍ଦ ସେଠୀଙ୍କ ଘର ଓ ବାଡ଼ିରେ ସକାଳେ କିଛି ଅଜଣା ପୋକ ଉଡି ଆସିଥିବା ଦେଖିବାକୁ ମିଳିଥିଲା । ଦେଖୁଦେଖୁ କିଛି ସମୟ ମଧ୍ୟରେ ପୋକଙ୍କ ସଂଖ୍ୟା ବହୁ ମାତ୍ରାରେ ବଢ଼ିବାରେ ଲାଗିଥିଲା । ଏତେ ମାତ୍ରାରେ ବଢିବାକୁ ଲାଗିଥିଲେ ଯେ, ଲୋକମାନେ ଘରୁ ବାହାରିବାକୁ ଡରିଥିଲେ । ଅପରାହ୍ନ ଯାଏଁ ଧୀରେଧୀରେ ପୋକଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢିବାକୁ ଲାଗିଥିଲା । ଯାହା ଫଳରେ ପୁରା ଅଞ୍ଚଳରେ ପୋକମାନେ ମାଡି ଯାଇଥିଲେ । ଲୋକଙ୍କୁ ଏହି ପୋକ କାମୁଡି ଦେଲେ ସେମାନଙ୍କୁ କୁଣ୍ଡାଇ ହେବା ସହ ବିନ୍ଧା ହେଉଛି । ଖାଲି ସେତିକି ନୁହେଁ ଆପେ ଆପେ ପୋକଙ୍କ ସଂଖ୍ୟା ବଢୁଥିବା ସ୍ଥାନୀୟ ବାସିନ୍ଦା ସୁଧାକର ସେଠି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ପୋକଙ୍କ ବିସ୍ତାର ବଢ଼ିବା ଯୋଗୁଁ ଅଞ୍ଚଳର ଲୋକମାନେ କେଉଁଆଡ଼େ ଚାଲି ଯାଇପାରୁନାହାନ୍ତି । ଏପରିକି ଖାଇବା ପିଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଘରୁ ବାହାରକୁ ଯାଇ ପାରୁନାହାନ୍ତି ।ଏପରି ପୋକ ଆଗରୁ କେବେ କେହି ଦେଖି ନଥିବା ବେଳେ ହଠାତ ଚାରିଆଡ଼େ ମାଡିଯିବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀୟ ଅବସ୍ଥାରେ ଅଛନ୍ତି ।"

ଜମ୍ବେଶ୍ୱରପୁର ଅଞ୍ଚଳରେ ଅଜଣା ପୋକ ଆତଙ୍କ ନେଇ ବିଶେଷଜ୍ଞଙ୍କୁ ଖବର ଦିଆଯାଇଛି । OUAT ପକ୍ଷରୁ ଏକ ବିଶେଷଜ୍ଞ ଟିମ ଉକ୍ତ ଅଞ୍ଚଳରେ ପହଞ୍ଚି ପୋକଙ୍କ ବିଷୟରେ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ପୋକଙ୍କୁ ଦମନ ପାଇଁ ସ୍ଥାନୀୟ ବାସିନ୍ଦା ନିଆଁ ଲଗାଇ, କିରାସିନ ଢାଳିବା ପରେ ମଧ୍ୟ ସେମାନେ ସେମିତି ଜୀବିତ ରହୁଥିବା କଥା ଅଞ୍ଚଳବାସୀ କହିଛନ୍ତି । ଯେ କୌଣସି ଉପାୟ ଅବଲମ୍ବନ କଲେ ମଧ୍ୟ ପୋକ ଦମନ ବଦଳରେ ବଢ଼ିବାରେ ଲାଗିଛନ୍ତି । ଏମିତି ଯଦି ପୋକଙ୍କ ବିସ୍ତାର ବଢ଼ିବାରେ ଲାଗେ, ତେବେ ଉକ୍ତ ଅଞ୍ଚଳରେ ଲୋକଙ୍କ ରହିବା ମୁସ୍କିଲ ହୋଇପଡ଼ିବ । ପୂର୍ବରୁ ଚାଷ ଜମିରେ ଚକଡ଼ା ପୋକ କିମ୍ବା କୌଣସି ଗଛପତ୍ରରେ ପୋକ ଲାଗିବା କଥା ଶୁଣିବାକୁ ମିଳୁଥିବା ବେଳେ ଏମିତି ଅଜଣା ପୋକଙ୍କ ଆତଙ୍କ ପାଇଁ ଅଞ୍ଚଳବାସୀ ଚିନ୍ତିତ ଅଛନ୍ତି । ପୋକ ଗୁଡିକ କେମିତି ଭାବେ ବଂଶ ବିସ୍ତାର କରୁଛନ୍ତି ଓ କେତେ ମାତ୍ରାରେ ହାନୀକାରକ ତାହା ବିଶେଷଜ୍ଞ ଟିମର ପରୀକ୍ଷା ନିରୀକ୍ଷା ପରେ ହିଁ ଜଣାପଡିବ ।

ଇଟିଭି ଭାରତ, ବାଲେଶ୍ବର

Last Updated : Mar 26, 2023, 8:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.