ETV Bharat / state

ମହଙ୍ଗା ଯୁଗରେ ମନ କିଣୁଛି ଶ୍ୟାମ ମଉସାଙ୍କ ୫ଟଙ୍କିଆ କଫି; କହିଲେ ଲୋକେ ପିଇଲେ ମୁଁ ବେଶ ଖୁସି

author img

By ETV Bharat Odisha Team

Published : Dec 7, 2023, 9:54 PM IST

ପରିଣତ ବୟସରେ 5 ଟଙ୍କାରେ ସୁଆଦିଆ କଫି ବିକି ଉଦାହାରଣ ସାଜିଛନ୍ତି ଶ୍ୟାମ ସୁନ୍ଦର ସାହୁ । ଅଧିକ ପଢନ୍ତୁ

ମହଙ୍ଗା ଯୁଗରେ ଶ୍ୟାମ ମଉସାଙ୍କ ୫ଟଙ୍କିଆ କଫି
ମହଙ୍ଗା ଯୁଗରେ ଶ୍ୟାମ ମଉସାଙ୍କ ୫ଟଙ୍କିଆ କଫି
ମହଙ୍ଗା ଯୁଗରେ ଶ୍ୟାମ ମଉସାଙ୍କ ୫ଟଙ୍କିଆ କଫି

ବାଲେଶ୍ୱର: ଆଜିର ଏହି ମହଙ୍ଗା ଯୁଗରେ ବି 5 ଟଙ୍କାରେ ମିଳୁଛି ସୁଆଦିଆ କଫି । ଆଜି କିମ୍ବା କାଲି ନୁହେଁ ବର୍ଷ ବର୍ଷ ଧରି ଅତି ଆଦରରେ ସେ ଲୋକଙ୍କୁ ପିଆଉଛନ୍ତି କଫି ଓ ଚା । ଅତ୍ୟନ୍ତ ମିଷ୍ଟଭାଷୀ ଓ ସରଳ ମଣିଷଟେ ସେ । ବୟସ ପାଖାପାଖି 70 ହେବ ମାତ୍ର ସେ ଥକି ଯାଇ ନାହାନ୍ତି କି ନିଜର କର୍ମମୟ ଜୀବନକୁ ଭୁଲି ଯାଇ ନାହାନ୍ତି । ଲୋକମାନଙ୍କୁ କପେ କଫି ପିଆଇ ସେ ବେଶ ଖୁସି ଅନୁଭବ କରନ୍ତି । ସେମିତି ଜଣେ ମଣିଷ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ସରସଙ୍ଖ ଗ୍ରାମର ଶ୍ୟାମ ସୁନ୍ଦର ସାହୁ ।

ସରସଙ୍ଖ ଛକରେ ଥିବା ମା' ତାରିଣୀଙ୍କ ମନ୍ଦିର ନିକଟରେ ରହିଛି ଶ୍ୟାମ ମଉସାଙ୍କ ଏହି କଫି ଦୋକାନ। ଯେଉଁଠି ସକାଳ ଏବଂ ସନ୍ଧ୍ୟା ହେଲେ ଶ୍ୟାମ ମଉସାଙ୍କ କଫି ଦୋକାନରେ କଫି ପିଇବାକୁ ଭିଡ଼ ଲାଗିଥାଏ । କେବଳ ସୋର ଅଞ୍ଚଳ ନୁହଁ ସୋରରୁ 20 କିମି ଦୂର ଖଇରା, ଗଣ୍ଡିବେଡ଼, ତୁଡ଼ି ଗଡିଆ, ଔପଦା, ଜାମୁଝାଡିରୁ ଅନେକ ଲୋକ ଶ୍ୟାମ ମଉସାଙ୍କ ନିକଟକୁ ଆସି କଫି ପିଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ....ସମନ୍ବିତ ଚାଷରୁ ସ୍ବାବଲମ୍ବୀ ସାଆନ୍ତା

ଏହି ଅଞ୍ଚଳରେ ଦୀର୍ଘ 21 ବର୍ଷ ହେବ ଶ୍ୟାମ ମଉସା କଫି ବିକ୍ରି କରି ଲୋକଙ୍କୁ ଖୁସି କରୁଛନ୍ତି । ଏ ମହଙ୍ଗା ଯୁଗରେ ଶ୍ୟାମ ମଉସାଙ୍କ ମନରେ ନା ଅଛି ଲୋଭ ନା ଅଛି କାହାଠୁ କିଛି ପାଇବାର ଆଶା । ଲୋକମାନେ ଆସି କଫି ପି ଖୁସି ହେଲେ ମଉସା ପାଇଥାନ୍ତି ଖୁବ ଆନନ୍ଦ । ବୟସ 70 ପାର ହୋଇଥିଲେ ବି ପରିଶ୍ରମ କରି ଆଜି ବି ନିଜ ପେଟ ନିଜେ ପୋଷୁଛନ୍ତି ।ପ୍ରତ୍ୟେକ ଦିନ 600ରୁ 700 ଟଙ୍କାର କଫି ବିକ୍ରି କରି ଯାହା ଲାଭ ମିଳେ ପରିବାର ସହ ନିଜ ଖର୍ଚ୍ଚ ତୁଲାଇଥାନ୍ତି ।

ପରିଣତ ବୟସକୁ ଖାତିର ନକରି କର୍ମ କରି ନିଜ ଖର୍ଚ୍ଚ ନିଜେ ଉଠାଉଥିବା ଶ୍ୟାମ ମଉସା ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା । ଅଳ୍ପ ଲାଭ ରଖି ଲୋକଙ୍କୁ ସେବା ଯୋଗାଇଲେ ନିଶ୍ଚୟ ଭଗବାନଙ୍କ କୃପା ମିଳେ ବୋଲି ଶ୍ୟାମ ମଉସାଙ୍କ ବିଶ୍ୱାସ ରହିଛି । ଯେଉଁଥିପାଇଁ ଆଜି ବି ସେ 5 ଟଙ୍କାରେ କଫି ପିଆଉଛନ୍ତି । ତାଙ୍କର ଏମିତି ଚିନ୍ତାଧାରା ଏବଂ ମାନସିକତା ନିଶ୍ଚୟ ହତୋତ୍ସାହିତ ହୋଇ ପଡୁଥିବା କିଛି ଯୁବକମାନଙ୍କୁ ନିଶ୍ଚୟ ଆଗକୁ ବଢିବାର ଖୋରାକ ଯୋଗାଇବ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.