ETV Bharat / state

ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ

ସ୍କୁଲ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ ଉଦ୍ୟମ ବେଳେ ଆକ୍ରମଣ । ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା । ଅଧିକ ପଢନ୍ତୁ

author img

By

Published : Sep 22, 2022, 7:47 AM IST

ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ
ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ

ବାଲେଶ୍ବର: ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ ଉଦ୍ୟମ, ଧାରୁଆ ଅସ୍ତ୍ରରେ ମରଣାନ୍ତଙ୍କ ଆକ୍ରମଣ କରି ଲୁଟ କରିବାରେ ବିଫଳ ହେଲେ ଲୁଟେରା । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବାଇପାସ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ । ଶିକ୍ଷୟିତ୍ରୀ ଜଣଙ୍କ ହେଉଛନ୍ତି ଅଚ୍ୟୁତପୁର ଗ୍ରାମର ହରପ୍ରିୟା ନାୟକ । ସେ ଆମ୍ବୁଡ଼ିଆ ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।

ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ହରପ୍ରିୟା ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ, ଏହି ସମୟରେ ତିନିଜଣ ଦୁର୍ବୃତ୍ତ ଶିକ୍ଷୟତ୍ରୀଙ୍କୁ ପିଛା କରି ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ଏହା ପରେ ଏକ ଧାରୁଆ ମାରଣାସ୍ତ୍ର ସାହାଯ୍ୟରେ ଶିକ୍ଷୟତ୍ରୀଙ୍କ ଆକ୍ରମଣ କରିଥିଲେ, ଫଳରେ ତାଙ୍କ ଦୁଇ ହାତରେ ଆଘାତ ଲାଗିଥିଲା । ଶିକ୍ଷୟିତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ । ଏହାପରେ ତାଙ୍କୁ ରେମୁଣା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରୁ ଫେରିବା ପରେ ହରପ୍ରିୟା ଶିଳ୍ପାଞ୍ଚଳ ଥାନାରେ ଲୁଟ ଉ୍ୟମର ଶିକାର ହୋଇଥିବା ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଜିଲ୍ଲାରେ ଏମିତି ଅନେକ ଘଟଣା ଘଟୁଥିବା ବେଳେ ଏନେଇ ପୋଲିସ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ତେବେ ଏହି ଘଟଣା ନେଇ ଶିକ୍ଷୟିତ୍ରୀ ହରପ୍ରିୟା ନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ପୋଲିସ ତରଫରୁ ମଧ୍ୟ କିଛି ପ୍ରତିକ୍ରିୟା ମିଳିପାରି ନାହିଁ । ପୋଲିସର ତଦନ୍ତ ଜାରି ରହିଛି ।

ଏହା ମଦ୍ୟ ପଢନ୍ତୁ-କନିଷ୍ଠ କିରାଣୀଙ୍କ ଠାରୁ ଭ୍ୟାନିଟି ଝାମ୍ପି ନେଲେ ଲୁଟେରା

କିଛିଦିନ ତଳେ ଭଦ୍ରକ ଜିଲ୍ଲାରୁ ଏକ ଲୁଟ ଘଟଣା ସାମ୍ନାକୁ ଆସିଥିଲା, ଜ଼ିଲ୍ଲା ଜଜ କୋର୍ଟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମୋନାଲିସା ମହାନ୍ତି ଲୁଟର ଶିକାର ହୋଇଥିଲେ । କାର୍ଯ୍ୟସାରି ସେ ଘରକୁ ଫେରୁଥିବା ବେଳେ16 ନମ୍ବର ଜାତୀୟ ରାଜପଥ ଗୋପବନ୍ଧୁ ଛକ ନିକଟରେ କିଛି ଲୁଟେରା ବାଇକରେ ଆସି ତାଙ୍କ ବେକରେ ଥିବା ସୁନା ଚେନକୁ ଛିଡ଼ାଇବା ପାଇଁ ଉଦ୍ୟମ କରିଥିଲେ, ଏହି ସମୟରେ ମୋନାଲିସା ସ୍କୁଟିରୁ ପଡି ଆହତ ହୋଇଥିବା ବେଳେ, ଲୁଟେରା ମାନେ ସୁନା ଚେନ ନେଇ ନପାରି ତାଙ୍କ ଭ୍ୟାନିଟି ବ୍ୟାଗଟିକୁ ଛଡାଇ ନେଇଥିଲେ । ଭ୍ୟାନିଟିରେ ଟଙ୍କା ଓ ମୋବାଇଲ ଥିବା କହିଛନ୍ତି ମୋନାଲିସା । ତେବେ ଲୁଟେରା ମାନେ ମୋନାଲିସାଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ । ଏନେଇ ସେ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.