ETV Bharat / state

ପରିବାର ଅଦାଲତ ଆଗରେ ହାଇଡ୍ରାମା, ସ୍ତ୍ରୀକୁ ହେଲମେଟ୍‌ରେ ପିଟିଲେ ସ୍ୱାମୀ

ବାଲେଶ୍ଵର ପରିବାର ଅଦାଲତ ସମ୍ମୁଖରେ ସ୍ବାମୀ ସ୍ତ୍ରୀଙ୍କ ହାଇଡ୍ରାମା । କ୍ୟାମେରାରେ କଏଦ ହେଲା ଭିଡିଓ । ଅଧିକ ପଢନ୍ତୁ

author img

By

Published : Feb 21, 2023, 4:14 PM IST

fight between husband and wife
fight between husband and wife
ପାରିବାରିକ ବିବାଦର କରୁଣ ପରିଣତି

ବାଲେଶ୍ବର: ସାତ ଜନ୍ମର ସାଥି ହୋଇ ଉଭୟ ରହିବେ ବୋଲି ପରସ୍ପରକୁ ଦେଇଥିଲେ କଥା। ହେଲେ ଗୋଟିଏ ଜନ୍ମ ବି ସାଥିରେ କାଟିବା ଆଗରୁ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଗଲା ଅନେକ ସନ୍ଦେହ । ସନ୍ଦେହ ଅଧିକ ବୃଦ୍ଧି ହୋଇ ତିକ୍ତତା ପୁଣି ଶେଷରେ ବିଚ୍ଛେଦ। ଏମିତି ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। କେତେବେଳେ ପରକିୟା ପ୍ରୀତି ତ ପୁଣି କେତେବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଓ ଆକ୍ଷେପ ଭିତରେ ଅନେକ ସୁନାର ସଂସାର ଭାଙ୍ଗି ଯାଉଛି। ବାହାଘର ଯେବେ ହୁଏ ସେବେ ଦୁଇଟି ମନ ଆଉ ଆତ୍ମାର ମିଳନ କୁହାଯାଉଥିବା ବେଳେ ବାହାଘରର କିଛିଦିନ ପରେ ପୁଣି ଆରମ୍ଭ ହୋଇଯାଇଥାଏ ବିଚ୍ଛେଦର କଥା। ଠିକ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱର ପରିବାର ଅଦାଲତ ସମ୍ମୁଖରେ ।

ସାତ ଜନ୍ମର ସାଥି ହୋଇ ଉଭୟ ରହିବେ ବୋଲି ପରସ୍ପରକୁ ଦେଇଥିଲେ କଥା। ହେଲେ ଗୋଟିଏ ଜନ୍ମ ବି ସାଥିରେ କାଟିବା ହୋଇଗଲା କଷ୍ଟକର। ଶେଷରେ ଛାଡପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ। କୋର୍ଟରେ ଛାଡପତ୍ର ମାମଲା ଚାଲିଥିବା ବେଳେ ହାତାହାତି ହୋଇଛନ୍ତି ସ୍ବାମୀ ସ୍ତ୍ରୀ। କୋର୍ଟ ସମ୍ମୁଖରେ ସ୍ବାମୀ ସ୍ତ୍ରୀ ମାଡରପିଟ ହେଉଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ବାଲେଶ୍ଵର ପରିବାର ଅଦାଲତ ସମ୍ମୁଖରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ଉଭୟ ସ୍ବାମୀ ସ୍ତ୍ରୀ ହେଉଛନ୍ତି ମଝିକିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ରଶ୍ମିରେଖା ପାଣିଗ୍ରାହୀ। ଛାଡପତ୍ର ମାମଲା ଚାଲିଥିବା ବେଳେ ଉଭୟ ଆଜି ବାଲେଶ୍ଵର ପରିବାର ଅଦାଲତକୁ ଆସିଥିଲେ। ଏହି ସମୟରେ ଉଭୟ ମାରପିଟ ହୋଇଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ସ୍ବାମୀ ସ୍ତ୍ରୀ ପରସ୍ପରକୁ ଚଣାଓଟାର କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇଥିଲେ। ପୁଣି କିଛି ସମୟ ପରେ ମହିଳା ଜମଙ୍କ ତାଙ୍କ ସ୍ବାମୀଙ୍କୁ ପଛପଟୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି। କୋରିଟ ପରିସସରେ ସ୍ବାମୀ ସ୍ତ୍ରୀଙ୍କ ଏପରି ହାଇଡ୍ରାମା ପରେ ସ୍ଥାନୀୟ ଲୋକେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ-Budget Session: ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପିର ବର୍ଜନ, କାଲି ଯାଏ ଗୃହ ମୁଲତବୀ

ସୂଚନା ଅନୁସାରେ ଗତ 3 ବର୍ଷ ଧରି ଚାନ୍ଦିପୁର ମଝିକିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ରଶ୍ମିରେଖା ପାଣିଗ୍ରାହୀଙ୍କ ମଧ୍ୟରେ ଛାଡପତ୍ର ମାମଲା ଚାଲିଥିଲା। ଆଜି ଉଭୟ ପରିବାର ଅଦାଲତ କୁ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ମାରପିଟ ଆରମ୍ଭ ହୋଇଥିଲା। ରତିକାନ୍ତ ହାତରେ ଧରିଥିବା ଏକ ହେଲମେଟରେ ରଶ୍ମିରେଖାଙ୍କୁ ପିଟିବାରୁ ସେ ଗୁରୁତର ହୋଇ ତଳେ ପଡିଯାଇଥିଲେ। ତାଙ୍କୁ 108 ଆମ୍ବୁଲାନ୍ସ ଦ୍ୱାରା ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ 3 ବର୍ଷ ଧରି ରଶ୍ମିରେଖା ବହୁତ ଦୁଃଖ କଷ୍ଟରେ ଚଳୁଥିବା କଥା କାନ୍ଦି କାନ୍ଦି କହିଥିଲେ। ଦୁଇ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପରଘରେ କାମ କରୁଛନ୍ତି ବୋଲି ଜଣାପଡିଛି। ଏହାରି ଭିତରେ ସ୍ୱାମୀ ରଶ୍ମିରେଖା ଓ ତାଙ୍କର ଦୁଇ ପିଲାଙ୍କ କୌଣସି କଥା ବୁଝୁ ନଥିବା ବେଳେ ଛାଡପତ୍ର ପାଇଁ ମାମଲା ଚାଲିଥିଲା। ମାତ୍ର 3 ବର୍ଷ ଧରି ଏହାର କୌଣସି ସମାଧାନ ରାସ୍ତା ବାହାରି ପାରୁନାହିଁ। ଆଜି ମାମଲା ପରିଚାଳନା ବେଳେ ଏମିତି ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଲାଗି ଶେଷରେ ହାତାହାତି ହୋଇଥିଲେ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.