ETV Bharat / state

କଲେଜ କ୍ୟାମ୍ପସ ପାଲଟିଛି ଦଳୀୟ ପ୍ରଚାର କେନ୍ଦ୍ର, ସଚେତନ କରିବ ଛାତ୍ର କଂଗ୍ରେସ - congress begin campaign

Congress Press meet: କଲେଜ କ୍ୟାମ୍ପସରେ ସଚେତନା କରିବା ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ । କଲେଜକୁ ଦଳୀୟ ପ୍ରଚାର କେନ୍ଦ୍ର ଓ ଛାତ୍ରଛାତ୍ରୀଙ୍କୁ ରାଜନୀତି ମୋହରା କରାଯାଉଛି ବୋଲି ଅଭିଯୋଗ କରିଛି ଦଳ । ଅଧିକ ପଢନ୍ତୁ

କଲେଜ କ୍ୟାମ୍ପସ ପାଲଟିଛି ଦଳୀୟ ପ୍ରଚାର କେନ୍ଦ୍ର , ସଚେତନ କରିବ ଛାତ୍ର କଂଗ୍ରେସ

author img

By ETV Bharat Odisha Team

Published : Jan 10, 2024, 4:39 PM IST

କଲେଜ କ୍ୟାମ୍ପସ ପାଲଟିଛି ଦଳୀୟ ପ୍ରଚାର କେନ୍ଦ୍ର , ସଚେତନ କରିବ ଛାତ୍ର କଂଗ୍ରେସ

ବାଲେଶ୍ୱର: କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ସଚେତନା କରିବ ଯୁବ କଂଗ୍ରେସ । ବିଜେଡିର ଦଳୀୟ ପ୍ରଚାରକୁ ଟାର୍ଗେଟ କରିବ ଦଳ । ନିର୍ବାଚନୀ ସମୟ ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନ୍ୟ ଦିଆଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ସରକାରୀ ଅର୍ଥରେ ଯୁବ ଭୋଟର ହାତେଇବା ପାଇଁ ସ୍କୁଲ କଲେଜର ଦଳୀୟ ପ୍ରଚାର କରୁଛି ବିଜେଡି । କେତେବେଳେ ବିଜୁ ଯୁବ ବହିନୀ ତ ପୁଣି କେତେବେଳେ ନୂଆ-ଓ ନାଁରେ କେବଳ ଭୋଟ ରାଜନୀତି କରୁଛି । ଏଭଳି ଅଭିଯୋଗ ଆଣିଛି ବାଲେଶ୍ଵର ଜିଲ୍ଲା ଛାତ୍ର କଂଗ୍ରେସ । ଏହାସହ ଆଗାମୀ ଦିନରେ କଲେଜ କ୍ୟାମ୍ପସରେ ଟିମ ଗଠନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବ ବୋଲି ସୂଚନା ମିଳିଛି ।

ଦଳ ଅଭିଯୋଗ କରିଛି, ‘‘କଲେଜକୁ ପ୍ରଚାର କେନ୍ଦ୍ର ଓ ଛାତ୍ରଛାତ୍ରୀଙ୍କୁ ରାଜନୀତି ମୋହରା କରାଯାଉଛି । ସରକାରୀ ଟଙ୍କାରେ ବିଜେଡି ନିଜର ପ୍ରଚାର ପ୍ରସାର କରୁଛି । କେହି ଏହାକୁ ବିରୋଧ ନକରନ୍ତୁ ବୋଲି ବିଜେଡ଼ି କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ୫ ବର୍ଷ ହେବ ବନ୍ଦ କରି ରଖୁଛି । ଖାଲି ସେତିକି ନୁହେଁ ପିଲାଙ୍କ ଦକ୍ଷତା ବିକାଶର ଦ୍ୱାହି ଦେଇ କଲେଜ ପିଲାଙ୍କ ପଢାରେ ଯେଉଁଭଳି ବ୍ୟାଘାତ ସୃଷ୍ଟି କରାଯାଉଛି । ତାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଆଯାଉଛି ।’’

ଅନ୍ୟପଟେ ଏଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପ୍ରସାର କରାଯାଉଛି । କିନ୍ତୁ ଜିଲ୍ଲାରେ ଖାଲି ପଡ଼ିଥିବା ହଜାର ହଜାର ଅଧ୍ୟାପକ ପଦବୀ ପୂରଣ କରାଯାଉନି । କିମ୍ବା ଅତିଥି ଅଧ୍ୟାପକମାନଙ୍କୁ ମଧ୍ୟ ନିୟମିତ କରାଯାଉନି । ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜ ଏବଂ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଗୁଡିକ ସ୍ଥଗିତ ରଖାଯାଉଛି । ତେବେ କୌଣସି ସାମ୍ବିଧାନିକ ପଦବୀରେ ନଥବା ଭିକେ ପାଣ୍ଡିଆନଙ୍କ ଉଦବୋଧନ ଶୁଣିବା ପାଇଁ ପିଲାଙ୍କୁ ନେଇ ସେମାନଙ୍କ ସମୟ ବର୍ବାଦ କରିବା ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସ କହିଛି ।

ଏହା ମଧ୍ୟ ପଢନ୍ତୁ....କଣାସରେ ଅର୍ପଣ ରଥକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା

ଗତ ଜୁନରେ ପାଣ୍ଡିଆନ ବାଲେଶ୍ୱର ଗସ୍ତରେ ଆସିଥିଲେ । ଫକୀରମୋହନ କଲେଜର ଛାତ୍ରଛାତ୍ରୀଙ୍କ ତରଫରୁ ଫକୀର ମୋହନ କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଏହାକୁ ଅନୁମୋଦନ ନକରିବା ବାଲେଶ୍ୱର ଜିଲ୍ଲାର ଶିକ୍ଷାକ୍ଷେତ୍ର ପ୍ରତି ବିଜେଡ଼ି ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହେଉଛି ବୋଲି ଛାତ୍ର କଂଗ୍ରେସ କହିଛି । ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି । ଏହାକୁ ନେଇ ଛାତ୍ର କଂଗ୍ରେସ ଟିମ ଗଠନ କରି କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବ । ଏହାସହ କ୍ୟାରିଅର ଉପରେ ଫୋକସ କରିବା ନେଇ ମଧ୍ୟ ସଚେତନ କରାଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.