ETV Bharat / state

ଦାଦନ ଖଟିବାକୁ ଯାଇ ଗଲା ଜୀବନ, ଅସହାୟ ପରିବାର ମାଗୁଛି ସହାୟତା

ପରିବାର ପ୍ରତି ପୋଷଣ ପାଇଁ ବହାର ରଜ୍ୟକୁ ଯାଇ ଦାଦନ ଖଟୁଥିଲେ । ହେଲେ ହଠାତ ଦେହ ଖରାପ ହେବାରୁ ଆରପାରି ଚାଲିଗଲେ ପରିବାର ଏକ ମାତ୍ର ରୋଜଗାରିଆ ପୁରୁଷ । ସହାୟତା ପାଇଁ ଆକୁଳ ନିବେଦନ କରିଛି ମୃତକଙ୍କ ପରିବାର । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 23, 2023, 10:10 AM IST

ଦାଦନ ହେଲା କାଳ, ଅସହାୟ ପରିବାର ମାଗୁଛି ସହାୟତା

ବାଲେଶ୍ୱର: ପରିବାର ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ରୋଜଗାର ଆଶାରେ ବାଲେଶ୍ୱର ଜିଲ୍ଲାର ନଟବର ସିଂଙ୍କ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିଲେ । ପରିବାର ଲୋକଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ଦିନରାତି ପରିଶ୍ରମ କରୁଥିଲେ । ଭଲରେ କେମିତି ପରିବାର ଚଳିବ, ପୁଅ ଝିଅ କେମିତି ଭଲ ପାଠ ପଢ଼ିବାର ସୁଯୋଗ ପାଇବେ ସେନେଇ ସେ ବେଶ ଚିନ୍ତିତ ରହୁଥିଲେ ।

ହେଲେ ବିଧାତାର ଖେଳ ଆଗରେ ସବୁକିଛି ମଳିନ ପଡ଼ିଲା ଭଳି ପରିବାର ଉପରକୁ ଘୋଟି ଆସିଲା କଳା ବାଦଲ ।ନଟବରଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା । ଆଉ ଛାଡି ଦେଇଗଲେ ଏକ ଦୁଃଖି ସଂସାର । ବର୍ତ୍ତମାନ ବେସାହାରା ହୋଇଯାଇଛି ପୁରା ପରିବାର । ସରକାରୀ ସହୟତା ଆଶାରେ ରହିଛନ୍ତି ନଟବର ସ୍ତ୍ରୀ ରୀନା ସିଂ ।

ସୂଚନା ଅନୁସାରେ ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ କୁଦମ୍ବଡିହ ଗ୍ରାମର ଜଗନ୍ନାଥ ସିଂଙ୍କ ସାନପୁଅ ନଟବର ପରିବାର ପ୍ରତିପୋଷଣ ପାଇଁ ଘର ଛାଡ଼ି ଚେନ୍ନାଇ ପଳାଇଥିଲେ । ସେଠାରେ ଏକ ଜୁସ ଦୋକାନରେ ରହି କାମ କରି ଯାହା ଦୁଇ ପଇସା ପାଉଥିଲେ ସେଥିରେ ପରିବାର ଚଳୁଥିଲା। ମାତ୍ର ବିଧିର ବିଧାନ କିଛି ଅଲଗାଥିଲା । ହଠାତ ନଟବରଙ୍କ ଦେହ ଖରାପ ହୋଇଯାଇଥିଲା । ସେଠାରେ ତାଙ୍କର ସାଙ୍ଗମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ନଟବର ୩ଦିନ ରହିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ...ସରୁନି ଦାଦାନ ଦୁଃଖ, ବାହାର ରାଜ୍ଯକୁ କାମ କରିବାକୁ ଯାଇ ସ୍ତ୍ରୀ ମୃତ-ସ୍ବାମୀ ନିଖୋଜ

ମୃତଦେହ ଚେନ୍ନାଇରୁ ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ ସାମର୍ଥ୍ୟ ନଥିବାରୁ ଗାଁ ଲୋକେ, କିଛି ସମାଜସେବୀଙ୍କ ପ୍ରଚେଷ୍ଠାରେ ମୃତଦେହ ଗାଁରେ ପହଞ୍ଚିଥିଲା । ନଟବରଙ୍କ ମୃତ୍ୟୁ ପରେ ଏବେ ପରିବାର ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ଏହାରି ଭିକେରେ ନଟବର ସ୍ତ୍ରୀ ରୀନା ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ଦୁଇ ପୁଅ କିଭଳି ପାଠ ପଢ଼ିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ରୀନା । ଏହି ଦୁଃଖି ପରିବାର ନିକଟରେ ସରକାରୀ କିମ୍ବା ବେସରକାରୀ ସ୍ତରରେ ସହାୟତା ମିଳିଲେ ହୁଏତ, ଏମାନେ ଟିକେ ଭଲରେ ଦୁଇଗୁଣ୍ଡା ଖାଇ ପାରିବେ ଏବଂ ଛୁଆ ଦୁଇଟି ନିଜର ଭବିଷ୍ୟତ ଗଢ଼ି ପାରିବେ ।

ଏହା ମଧ୍ୟ ପଢନ୍ତୁ...ପୁଣି ଦାଦନ ଦୁଃଖ, ରୋଜଗାର ପାଇଁ ଯାଇଥିଲେ ଗାଁକୁ ଫେରିଲା ମୃତଦେହ

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.