ETV Bharat / state

ଦେଖନ୍ତୁ, କେମିତି ରହିଛି ବଲଙ୍ଗୀରରେ ଲକଡାଉନର ପ୍ରଥମ ଦିନ - first day of Lock Down

ସାରା ଓଡିଶାରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗୀରରେ ମଧ୍ୟ ଲକ ଡାଉନ ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

watch-how-it-is-on-the-first-day-of-lock-down-in-balangir
ଦେଖନ୍ତୁ, କେମିତି ରହିଛି ବଲଙ୍ଗୀରରେ ଲକଡାଉନର ପ୍ରଥମ ଦିନ
author img

By

Published : Mar 25, 2020, 5:18 PM IST

ବଲାଙ୍ଗୀର: ଆଜିଠୁ ଦେଶର ସମସ୍ତ ରାଜ୍ୟ ଲକ ଡାଉନ । ସାରା ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗୀରରେ ମଧ୍ୟ ଲକ ଡାଉନ ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି । କେରୋନା ସତର୍କତା ପାଇଁ ପୋଲିସ ପ୍ରଶାସନ ଏହାକୁ କଡାକଡି ଭାବ ପାଳନ କରିବ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି ।

ଦେଖନ୍ତୁ, କେମିତି ରହିଛି ବଲଙ୍ଗୀରରେ ଲକଡାଉନର ପ୍ରଥମ ଦିନ

ତେବେ ଜିଲ୍ଲାର ସବୁ ପ୍ରବେଶ ପଥ ସିଲ କରାଯିବ ସହ ଜରୁରୀ କାମ ନଥିଲେ ଲୋକଙ୍କ ଯିବା ଆସିବାରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ସେହିପରି ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି ରହିଥିବା ବେଳେ ଦୋକାନ ବଜାର ଇତ୍ୟାଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ କିଛି ଜରୁରୀ ସାମଗ୍ରୀର ଦୋକାନ ତଥା ଫଳ ଓ ପନିପରିବା ଦୋକାନକୁ ଏଥିରୁ ବାଦ ଦିଆଯାଇଛି ।

ସେପଟେ ପୋଲିସ ପ୍ରଶାସନ ମିଳିତ ଭାବରେ ସବୁଠି ପେଟ୍ରୋଲିଂ କରି ଲୋକଙ୍କୁ ବାହାରେ ବୁଲିବାକୁ ବାରଣ କରିଛନ୍ତି । ସମାନ ଭାବରେ କିଛି ଆଇନ ଅମାନ୍ୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ଗୋଟିଏ ପଟେ ପ୍ରଶାସନ ଲକ ଡାଉନକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଅନ୍ୟପଟେ ଲୋକଙ୍କୁ ସଚେତନ କରିବାର କାମ ମଧ୍ୟ ଜାରି ରଖିଛି । ଏହି ଲାକଡାଉନକୁ ଲୋକଙ୍କ ସମର୍ଥନ ମଧ୍ୟ ମିଳୁଛି । ଆଜି ପ୍ରଥମ ଦିନରେ ଲକ ଡାଉନ ସମ୍ପୂର୍ଣ୍ଣ ସଫଳ ହୋଇଥିବାର ଜଣାପଡ଼ିଛି । ତେବେ ଆଗକୁ ମଧ୍ୟ ଲୋକ ଏହି ଭଳି ସମର୍ଥନ ଦିଅନ୍ତୁ ଓ ଲକଡାଉନକୁ ସଫଳ କରନ୍ତୁ ବୋଲି ପ୍ରଶାସନ ନିବେଦନ କରିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.