ETV Bharat / state

ବସ-ବାଇକ ଦୁର୍ଘଟଣା, ଗୋଟିଏ ଜୁଇରେ ଜଳିଲେ ବାପାମାଆ-ଝିଅ

author img

By

Published : Mar 5, 2021, 9:29 PM IST

ବସ ବାଇକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ମୃତ ଘଟଣା । ଗୋଟିଏ ଜୁଇରେ ଜଳିଲା ତିନି ମୃତଦେହ । ଅଧିକ ପଢନ୍ତୁ...

ବସ-ବାଇକ ଦୁର୍ଘଟଣା, ଗୋଟିଏ ଜୁଇରେ ଜଳିଲେ ବାପାମାଆ-ଝିଅ
ବସ-ବାଇକ ଦୁର୍ଘଟଣା, ଗୋଟିଏ ଜୁଇରେ ଜଳିଲେ ବାପାମାଆ-ଝିଅ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡା ଠାରେ ଗୁରୁବାର ବସ ଧକ୍କାରେ ତୁରେଛଡା ଗାଁର ବାପାମାଆ ଓ ଝିଅ ମୃତ୍ୟୁ ଘଟଣା । ସମସ୍ତ ମୃତକଙ୍କ ବ୍ୟବଚ୍ଛେଦ ପରେ ଶୁକ୍ରବାର ଅନ୍ତିମ ସଂସ୍କାର କରାଯାଇଛି । ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ଝିଅ ସହ ବାପାମାଆଙ୍କ ମୃତଦେହ ଜଳିଛି ।

ଗୁରୁବାର ତୁରେଛଡା ଗାଁ ପାଇଁ ଥିଲା ଅତି ଅଶୁଭ ଦିନ । ଝିଅ ସୁପ୍ରିୟା, ବାପା କୃଷ୍ଣଚନ୍ଦ୍ର ଓ ମାଆ ସୁକେସି ନୂଆପଡା ଜିଲ୍ଲା ଲିଟିଗୁଡାରୁ ସମ୍ପର୍କୀୟଙ୍କ ଭୋଜି ଖାଇ ଫେରୁଥିବାବେଳେ ଗାଁରୁ ଅଳ୍ପବାଟ ଡୁଙ୍ଗୁରିଗୁଡ ଠାରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ ଧକ୍କାରେ ସମସ୍ତେ ଆଖି ବୁଜିଥିଲେ । ଗୁରୁବାର ମୃତଦେହ ବ୍ୟବଚ୍ଛେଦ ହୋଇ ପାରିନଥିବାବେଳେ ଶୁକ୍ରବାର ବ୍ୟବଚ୍ଛେଦ ପରେ ମୃତଦେହକୁ ଗାଁକୁ ଅଣାଯାଇଥିଲା । ଯଦ୍ବାରା ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆତ୍ମୀୟ ଲୋକଙ୍କ ସହ ଗ୍ରାମବାସୀଙ୍କ କାନ୍ଦରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏମିତି ଦୁଃଖ ଦଇବ କାହାକୁ ନ ଦେଉ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.