ETV Bharat / state

ଦରମା ବୃଦ୍ଧି ଦାବି: କନିଷ୍ଠ ଶିକ୍ଷକ ସଂଘଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - Bolangir Collector office

ବଲାଙ୍ଗୀରରେ କନିଷ୍ଠ ଶିକ୍ଷକମାନେ ଦରମା ବୃଦ୍ଧି ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

ଦରମା ବୃଦ୍ଧି ଦାବି: କନିଷ୍ଠ ଶିକ୍ଷକ ସଂଘଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Nov 2, 2021, 8:29 PM IST

ବଲାଙ୍ଗୀର: ଜିଲ୍ଲାରେ କନିଷ୍ଠ ଶିକ୍ଷକମାନେ ଦରମା ବୃଦ୍ଧି ଦାବି କରି ଆଜି(ମଙ୍ଗଳବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେଲେ ଏମାନେ ଭୁବନେଶ୍ବରରେ ଆନ୍ଦୋଳନ କରିବେ ବୋଲି ଚେତବାନୀ ଦେଇଛନ୍ତି । ଆନ୍ଦୋଳନରେ ପ୍ରାୟ ହଜାର ପାଖାପାଖି ଶିକ୍ଷକ ସାମିଲ ହୋଇଥିଲେ ।

ଦରମା ବୃଦ୍ଧି ଦାବି: କନିଷ୍ଠ ଶିକ୍ଷକ ସଂଘଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଏହି ଆନ୍ଦୋଳନରେ ଜିଲ୍ଲାର 923 ଜଣ କନିଷ୍ଠ ଶିକ୍ଷକ ସାମିଲ ହୋଇଥିଲେ ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ । ତେବେ ଏମାନଙ୍କୁ ଦିନକୁ 107 ଟଙ୍କା ଦରମା ଦିଆଯାଉଥିବାବେଳେ ଏମାନେ ମାସିକ 16 ହଜାର ଟଙ୍କା ଦରମା ଦାବି କରିଛନ୍ତି ।

ସେହିପରି ଓଡିଶା ବର୍ଗ ଚୁକ୍ତିନାମା 2013 ଅନୁଯାୟୀ ଶିକ୍ଷକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏମାନେ ଦାବି କରିଛନ୍ତି । ତେବେ ଦାବି ପୂରଣ ନ ହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବା ସହ ଭୁବନେଶ୍ବରରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.