ETV Bharat / state

ବହୁ ପ୍ରତୀକ୍ଷିତ ଐତିହାସିକ ରାଜେନ୍ଦ୍ର ପାର୍କ ପୁଣି ନୂଆ ରୂପରେ ଉଦଘାଟିତ

author img

By ETV Bharat Odisha Team

Published : Sep 12, 2023, 10:37 AM IST

Updated : Sep 12, 2023, 12:53 PM IST

ବଲାଙ୍ଗୀର ବହୁ ପ୍ରତୀକ୍ଷିତ ଐତିହାସିକ ରାଜେନ୍ଦ୍ର ପାର୍କ ପୁଣି ନୂଆ ରୂପରେ ଉଦଘାଟିତ ହୋଇଛି । ଗତକାଲି ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହଦେଓ ଏହାର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

Inauguration of Rajendra park
Inauguration of Rajendra park
Inauguration of Rajendra park

ବଲାଙ୍ଗୀର: ନୂଆ ରୂପରେ ବଲାଙ୍ଗୀରର ବହୁ ପ୍ରତୀକ୍ଷିତ ଐତିହାସିକ ରାଜେନ୍ଦ୍ର ପାର୍କ । ସହରର ଏକ ମାତ୍ର ମନୋରଞ୍ଜନ ପାର୍କ 3 ବର୍ଷ ପରେ ପୁଣି ନୂଆ ରୂପରେ ଖୋଲିଛି । ଗତକାଲି ବଲାଙ୍ଗୀର ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହଦେଓ ଏହାର ଉଦ୍‌ଘାଟନ କରିଛନ୍ତି ।

ତେବେ ଏହି ପାର୍କରେ ବଡ଼ଙ୍କ ପାଇଁ ବ୍ୟାୟାମ ସାମଗ୍ରୀ ସହ ଶିଶୁଙ୍କ ଖେଳକୁଦ ପାଇଁ ରହିଛି ବିଭିନ୍ନ ଆକ୍ଟିଭିଟି ଉପକରଣ । ସେହିପରି ଏଠି ସୁନ୍ଦର ସବୁଜିମା ସହିତ ଶିଶୁଙ୍କ ପାଇଁ ଟୟ ଟ୍ରେନ ଓ ସାଇନ୍ସ ପାର୍କ ସହିତ ଖେଳିବା ପାଇଁ ଅନେକ ସାମଗ୍ରୀ ଲାଗିଛି । ଏଥିସହ ୱାଟର ଫାଉଣ୍ଟେନ୍‌, ମାଛ କୁଣ୍ଡ ରହିଛି ଯାହା ପାର୍କର ଶୋଭା ବଢ଼ାଇଛି । ତେବେ ସହରର ପୌରପାଳିକା ଅଧୀନରେ ଥିବା ଏହି ରାଜେନ୍ଦ୍ର ପାର୍କରେ 65 ଲକ୍ଷ ଟଙ୍କା ବ୍ୟୟ କରାଯାଇ ନୂଆ ରୂପ ସୁବିଧା ସୁଯୋଗ ଦିଆ ଯାଇଛି । ଯାହାକୁ ଗତକାଲି ପୂର୍ବତନ ସାଂସଦ ଉଦଘାଟନ କରିଥିବା ବେଳେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଲିକା ସାହୁ ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।

ଏନେଇ ବଲାଙ୍ଗୀର ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି ଯେ, ତାଙ୍କ ବାପା ଏୟୁ ସିଂହଦେଓ ମନ୍ତ୍ରୀ ଥିବା ବେଳେ ଏହି ପାର୍କ ପାଇଁ ସିଏସ୍‌ଆର ଫଣ୍ଡରୁ ଅନୁଦାନ ଦେଇଥିଲେ । ଯେଉଁଥିରେ ପାର୍କର ନବୀକରଣ କରାଯାଇଥିଲା । ଏବେ ପୁଣି କୋରୋନା ସମୟରୁ ଏହା ବନ୍ଦ ପଡିଥିବା ବେଳେ ପୌରପାଳିକା ଓ ରାଜ୍ୟ ସରକାଙ୍କ ଅନୁଦାନାରେ ଏହାକୁ ଏକ ସ୍ମାର୍ଟ୍‌ପାର୍କରେ ପରିଣତ କରା ଯାଇଛି । ଯାହା ସହରବାସୀଙ୍କ ପାଇଁ ମନୋରଞ୍ଜନର ଭଲ ମାଧ୍ୟମ ହେବ ଓ ଶିଶୁମାନେ ମଧ୍ୟ ଲାଭବାନ ହେବେ ବୋଲି ସେ କହିଛନ୍ତି ।

ସେପଟେ ପୌରାଧ୍ୟକ୍ଷ ଲିକା ସାହୁ କହିଛନ୍ତି ଯେ, କୋରୋନା ସମୟରୁ ଏହି ପାର୍କ ବନ୍ଦ ହୋଇ ପଡି ରହିଥିଲା । ଏଠି ଲାଗିଥିବା ସବୁ ସମସ୍ତ ଜିନିଷ ନଷ୍ଟ ହୋଇଥିଲା । ତେବେ ପୌର ପରିଷଦର ନିଜସ୍ୱ ପାଣ୍ଠି ଓ ରାଜ୍ୟ ସରକାରଙ୍କ ଅନୁଦାନ ମୋଟ 65 ଲକ୍ଷ ଟଙ୍କାରେ ଏହାର ନବୀନକରଣ କରା ଯାଇଛି । ଯେଉଁଥିରେ ଟୟ ଟ୍ରେନ, ସାଇନ୍ସ ପାର୍କ ସହିତ ବହୁ ସୁବିଧା ସୁଯୋଗ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି ଯାହାଦ୍ୱାରା ଲୋକେ ଏଥିରେ ଉପକୃତ ହେବେ ।

ଏହା ମଧ୍ୟ ପଢନ୍ତୁ- ପରିତ୍ୟକ୍ତ ଅବସ୍ଥାରେ ପାର୍କ, ରକ୍ଷଣାବେକ୍ଷଣରେ ଅବହେଳା କରୁଛି ପ୍ରଶାସନ

ପ୍ରକାଶ ଥାଉକି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ଏହି ପାର୍କର ରୂପ ରେଖ 1948 ମସିହାରେ ପ୍ରସ୍ତୁତ କରି ଲୋକଙ୍କ ଉଦ୍ୟେଶରେ ଲୋକାର୍ପିତ କରିଥିଲେ । ଏହି ଦିନ ଠାରୁ ଏହି ପାର୍କ ସହର ଏକ ମାତ୍ର ମନୋରଞ୍ଜନ ସ୍ଥାନ ଭାବରେ ବ୍ୟବହାର ହୋଇ ଆସୁଥିଲା । ତେବେ ଏହାର ଏବେ ରୂପାନ୍ତରିତ ରୂପ ଲୋକଙ୍କୁ ବେଶ ପସନ୍ଦ ଆସିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 12, 2023, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.