ETV Bharat / state

Elephant Tusk Seized Case: 2 ଗିରଫ, ୨ ମାସ ତଳେ କଟାଯାଇଥିଲା ଦାନ୍ତ - ବଲାଙ୍ଗୀର ବନ ବିଭାଗ

ହାତୀ ଦାନ୍ତ(Elephant Tusk Seized) ତସ୍କରି ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା ବନ ବିଭାଗ । ଅଧିକ ପଢନ୍ତୁ

Elephant Tusk Seized Case: ମାମଲାରେ ସମ୍ପୃକ୍ତ 2 ଗିରଫ

author img

By

Published : Dec 9, 2021, 3:15 PM IST

ବଲାଙ୍ଗୀର: ହାତୀ ଦାନ୍ତ(Elephant Tusk Seized) ତସ୍କରି ମାମଲାରେ ଦୁଇ ଜଣ ଗିରଫ । ତଦନ୍ତ କରି ଆଜି(ଗୁରୁବାର) ଏମାନଙ୍କୁ ଗିରଫ କରିଛି ବନ ବିଭାଗ । ବଲାଙ୍ଗୀର ଜିଲ୍ଲା ବାହାରୁ ଏହି ତସ୍କରୀ ଚାଲିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଜିଲ୍ଲାରେ STF ଦ୍ବାରା ଗତକାଲି(ବୁଧବାର) ତୁଷୁରା ଥାନା ଅନ୍ତର୍ଗତ ଘୁନା ଗ୍ରାମ ରାସ୍ତାରେ ହାତୀ ଦାନ୍ତ ତସ୍କରି ସମୟରେ ଚଢାଉ କରିଥିଲା । ଏଥିରେ ସମ୍ପୃକ୍ତ ଥିବା ନିମୁଡ ସିଂହା ଗ୍ରାମର 2 ଜଣ ମଧୁ ଭୋଇ ଓ ବିପୁଳ ବାଗଙ୍କୁ ବନ ବିଭାଗ ଗିରଫ କରିବା ସହ 36 ଇଞ୍ଚର 8 କେଜି 9 ଶହ ଗ୍ରାମର ହାତୀ ଦାନ୍ତ ଜବତ କରିଛି । ଏହି ଦାନ୍ତ ଦୁଇ ମାସ ତଳେ କଟା ଯାଇଥିବାର ବନ ବିଭାଗ କହିଛି ।

Elephant Tusk Seized Case: ମାମଲାରେ ସମ୍ପୃକ୍ତ 2 ଗିରଫ

ହାତୀ ଦାନ୍ତ କେଉଁଠି ଆସିଲା, କେମିତି ଆସିଲା ତାହାର ତଦନ୍ତ ଚାଲିଥିବାବେଳେ ଜିଲ୍ଲା ବାହାରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି ବନ ବିଭାଗ । ଏହି ତସ୍କରିର ପର୍ଦ୍ଦାଫାଶ କରିବାକୁ ବନବିଭାଗ ତଦନ୍ତ କରୁଥିବା କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.