ETV Bharat / state

ପଣ୍ଡ ହେଲା ଡକାୟତି ଯୋଜନା, 6 ଜଣଙ୍କୁ କାବୁକଲା ବଲାଙ୍ଗୀର ପୋଲିସ - 6 ଜଣଙ୍କୁ କାବୁକଲା ବଲାଙ୍ଗୀର ପୋଲିସ

ଡକାୟତି ଯୋଜନା ହେଲା ପଣ୍ଡ । ବଡ ଧରଣର ଡକାୟତି କରିବା ପାଇଁ ବିଭିନ୍ନ ମାରଣାସ୍ତ୍ର ଧରି ଯୋଜନା କରୁଥିବା ବେଳେ ଗ୍ୟାଙ୍ଗ୍‌ର 6 ଜଣଙ୍କୁ କାବୁ କଲା ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ

ଡକାୟତି ଯୋଜନା ହେଲା ପଣ୍ଡ
ଡକାୟତି ଯୋଜନା ହେଲା ପଣ୍ଡ
author img

By

Published : Jul 16, 2023, 5:31 PM IST

ଡକାୟତି ଯୋଜନା ହେଲା ପଣ୍ଡ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ବଡ଼ ଧରଣର ଡ଼କାୟତି ଯୋଜନା ପଣ୍ଡ କଲା ପୋଲିସ । 6 ଜଣ ଡକାୟତ ଗିରଫ । ବନ୍ଧୁକ ସହ ମାରଣାସ୍ତ୍ର ଜବତ । ପୂର୍ବରୁ ଅନେକ ମାମଲରେ ଏହି 6 ଜଣ ଅପରାଧୀ ଥିଲେ ଜଡ଼ିତ । ଏଭଳି ସଫଳତା ମିଳିଛି ସଇଁତଳା ପୋଲିସକୁ । ତେବେ ସଇଁନ୍ତଲା ଥାନା ବିବିନା ମଦଭାଟିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଅପରାଧୀଙ୍କ ଯୋଜନା ପଣ୍ଡ ହୋଇଛି । ଏନେଇ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏସଡ଼ିପିଓ ଅଙ୍କିତା କୁମ୍ଭାର କହିଛନ୍ତି,"ଗତକାଲି(ଶନିବାର) ରାତିରେ ବିଶେଷ ସୂତ୍ରରୁ ଖବର ପାଇବା ପରେ ସଇଁତଳା ଥାନା ଅଧିକାରୀ ଅବନି ସାହୁଙ୍କ ନେତୃତ୍ୱରେ ରେଲୱେ ଷ୍ଟେସନ ଅଞ୍ଚଳର ଏକ ପଡ଼ିଆରେ ଚଢ଼ାଉ ହୋଇଥିଲା । 6 ଜଣ ଡକାୟତ ସେଠି ରହି ଏକ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ପୋଲିସ ଗାଡି ଦେଖି ଅଭିଯୁକ୍ତମାନେ ଚମ୍ପଟ ମାରିବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ସନ୍ଦେହ କରି ଉକ୍ତ ଯୁବକମାନଙ୍କୁ ଧରିବାରେ ସଫଳ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ତଦନ୍ତ ପରେ ସେମାନେ ମଦଭାଟିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଥିଲା । ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ପରେ ଆଜି 6ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।"

ସେ ଅହୁରି ମଧ୍ୟ କହିଛନ୍ତି, "ସଇଁତଳା ପୋଲିସ ରାତିରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି । କୌଣସି ପ୍ରକାର ସନ୍ଦିଗ୍ଧ ଲୋକେ କିମ୍ବା କାର୍ଯ୍ୟକୁ ପୋଲିସ ବରଦାସ୍ତ କରୁନାହିଁ । ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ । ତେବେ ଧରା ପଡ଼ିଥିବା ସମସ୍ତ ଅପରାଧି ସଇଁତଳା ଥାନା ଡେଙ୍ଗ ପଞ୍ଚାୟତ ଲକ୍ଷ୍ମୀପାଲି ଗ୍ରାମର ଦୁର୍ବାଦଳ ଭୋଇ, ରାଜା ଭୋଇ , ଲୋକନାଥ ଭୋଇ , ମନୋରଞ୍ଜନ ବାଗ , ଟିଟିଲାଗଡ଼ ଥାନା ପିଡ଼ବ୍ଲୁଡି କଲୋନୀର ସୁକାନ୍ତ ମିଶ୍ର (୨୫) ଓ ଆଉ ଜଣେ ନାବାଳକ ବୋଲି ଜଣା ପଡ଼ିଛି ।’’

ପୋଲିସ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଏସି, ବ୍ୟାଟେରୀ, ଇନର୍ଭଟର, ଢୋଲ ଓ ଅନ୍ୟାନ ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଗୋଟିଏ ପିସ୍ତଲ, ୨ଟି ଚାକୁ, ଗୋଟିଏ କଟୁରୀ ଅନ୍ୟାନ୍ୟ ମାରଣାସ୍ତ୍ର ଏବଂ ୨ ବାଇକ ଜବତ ହୋଇଛି । ସେହିପରି ସଇଁତଳା କେଶ୍ ନମ୍ୱର୍ 80ରେ ବେଅଇନ ଆର୍ମ ଏକ୍ଟରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଥିବା ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.