ETV Bharat / state

Bulldozer Action: ଗ୍ୟାଙ୍ଗଷ୍ଟର ଟିମନର ବାସଭବନ ଓ ଅଫିସ ଉପରେ ଚଢିଲା ବୁଲଡୋଜର - ଅଫିସ ଉପରେ ଚଢିଲା ବୁଲଡୋଜର

ବଲାଙ୍ଗୀରରେ ୟୁପି ଷ୍ଟାଇଲରେ ଭାଙ୍ଗିଲା ଗ୍ୟାଙ୍ଗଷ୍ଟରର ଘର । ଜିଲ୍ଲା ପ୍ରଶାସନ ଗ୍ୟାଙ୍ଗଷ୍ଟର ଟିମନ ଘର ଓ ଅଫିସ ଉପରେ ବୁଲଡୋଜର ଚଢାଇ ଏହାକୁ ମାଟିରେ ମିଶାଇଛି । ଅଧିକ ପଢନ୍ତୁ

Gangster Timan
Gangster Timan
author img

By

Published : Mar 11, 2023, 5:03 PM IST

Updated : Mar 11, 2023, 5:43 PM IST

ଗ୍ୟାଙ୍ଗଷ୍ଟର ଟିମନର ବାସଭବନ ଓ ଅଫିସ ଉପରେ ଚଢିଲା ବୁଲଡୋଜର

ବଲାଙ୍ଗୀର: ଜିଲ୍ଲା ପ୍ରଶାସନର ଅପରାଧ ଦମନ ନୀତି ଜାରି । ଆଜି ବଲାଙ୍ଗୀରର ଚର୍ଚ୍ଚିତ ଅପରାଧୀ ଟିମନ ଓରଫ ଶ୍ରୀକାନ୍ତ କୁମ୍ଭାରର ସବୁ ଅବୈଧ ନିର୍ମାଣକୁ ଉଚ୍ଛେଦ କରିଛି ପୋଲିସ ପ୍ରଶାସନ । ସରକାରୀ ଜମି ଜବରଦଖଲ କରି ତା ଉପରେ ଆଲିଶାନ ଘର ଓ ଅଫିସ ତିଆରି କରି ଚଳାଇଥିଲା ଅପରାଧ । ଯାହାକୁ ଆଜି ମାଟିରେ ମିଶାଇଛି ପୋଲିସ ପ୍ରଶାସନ । ଘର ଓ ଅଫିସ କୋଠା ଉପରେ ବୁଲଡୋଜର ଚଲାଇ ୟୁପି ଷ୍ଟାଇଲରେ ଘର ଭାଙ୍ଗିଛି ପୋଲିସ ।

ଏହି ଘରଗୁଡ଼ିକ ଅବୈଧ ଭାବରେ ନିର୍ମାଣ ହୋଇଥିବା ବେଳେ ଏଠାରେ ଅପରାଧିକ କାମ ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଯାହା ପରେ ଆଜି ଏସବୁକୁ ଉଚ୍ଛେଦ କରାଯାଇଛି । ତେବେ ବଲାଙ୍ଗୀର ଲରକିପାଳିଠାରେ ସେ ୨୨ ଡିସମିଲରୁ ଅଧିକ ସରକାରୀ ଜମି ଜବରଦଖଲ କରି ତା' ଉପରେ ଏକ ଆଲିଶାନ ବଙ୍ଗଳା ତିଆରି କରିଥିଲା । ଯେଉଁଠି ସେ ରାଜା ଭଳି ଦରବାର ବସାଉଥିଲା ଏବଂ ଏଠୁ ହିଁ ଅପରାଧ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରୁଥିଲା ବୋଲି ପୋଲିସ କହିଛି । ଏହାକୁ ଆଜି ସକାଳୁ ବୁଲଡୋଜର ମାଧ୍ୟମରେ ଉଚ୍ଛେଦ କରାଯାଇଛି।

ଗ୍ୟାଙ୍ଗଷ୍ଟାର ଟିମନ ବଲାଙ୍ଗୀର ପଟଣାଗଡ ରୋଡର ଚେପାଠାରେ ୧୦ ହଜାର ବର୍ଗ ଫୁଟରୁ ଅଧିକ ସରକାରୀ ଜମି ଜବର ଦଖଲ କରି ତା' ଉପରେ ଅଫିସ ତିଆରି କରିଥିଲା ଏବଂ ସେଠି ଲୋକଙ୍କୁ ସେବା ନାଁରେ ଚଲାଇଥିଲା ଅପରାଧିକ କାର୍ଯ୍ୟ । ଏହି ଉଚ୍ଛେଦ ସମୟରେ ବ୍ୟାପକ ପୋଲିସ କର୍ମୀ ନିୟୋଜିତ ହୋଇଥିଲେ। ନିଜେ ଏସପି ଓ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନ ନେଇଥିବା ବେଳେ ଉଚ୍ଛେଦ ସ୍ଥାନରେ ଏସଡିପିଓ, ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ତଥା ତହସିଲଦାର ଉପସ୍ଥିତ ଥିଲେ। ତେବେ ଅପରାଧୀ ଟିମନ ବଲାଙ୍ଗୀରରେ ପ୍ରଥମେ ରାହଜାନିରୁ ଅପରାଧ ଆରମ୍ଭ କରି ପରେ ନିଶା କାରବାରରେ ଜଡିତ ଥିଲା ।

ଏହା ବି ପଢନ୍ତୁ- ଅସହ୍ୟ ହେଉଛି ଯନ୍ତ୍ରଣା, ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ସାରଥୀ

ସେହିପରି ପରବର୍ତ୍ତୀ ସମୟରେ ସେ ଟେଣ୍ଡର ଫିକ୍ସିଂ, ଦାଦାବଟି, ସରକାରୀ ଅଧିକାରୀ ଓ ସାଧାରଣ ଲୋକଙ୍କୁ ମରଣାନ୍ତକ ଆକ୍ରମଣ, ହତ୍ୟା ଓ ପରେ ଜମି ମାଫିଆ ଭାବରେ ନିଜର ଅପରାଧ ଦୁନିଆ ବିସ୍ତାର କରିଥିଲା । ତେବେ ସେ ଏଥିପାଇଁ ଅନେକ ଥର ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲା । ହେଲେ ତାର ଅଭ୍ୟାସରୁ ସେ ବିରତ ରହି ପାରିନଥିଲା । ସେ ପୂର୍ବରୁ ଜାତୀୟ ସୁରକ୍ଷା ଆଇନରେ ମଧ୍ୟ ବନ୍ଧା ହୋଇ ଜେଲ ଯାଇଥିଲା । କିଛି ବର୍ଷ ପୂର୍ବରୁ ତାର ଏହି ଭଳି ଅବୈଧ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା । ହେଲେ ସେ ପୁଣି ଅପରାଧିକ କାର୍ଯ୍ୟରେ ସକ୍ରିୟ ହେବା ପରେ ଏବେ ଧୂମାମରା ଗ୍ରାମରେ କୋଟି କୋଟି ଟଙ୍କାର ଜମି ଦୁର୍ନୀତିରେ ବଲଙ୍ଗୁର ଜେଲରେ ରହିଛି ।

ସେପଟେ ଉପଜିଲ୍ଲାପାଳ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, "ଟିମନ ବଲାଙ୍ଗୀର ସହର ମଧ୍ୟରେ ଥିବା ସରକାରୀ ଜମି ଜବର ଦଖଲ କରିଥିଲା । ସେଠି ସେ ସବୁ ଅପରାଧିକ କାର୍ଯ୍ୟକଳାପ କରୁଥିବାର ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଅପରାଧୀଙ୍କ ପ୍ରତି ଏହି ପଦକ୍ଷେପ ଜାରି ରହିବ।" ପୋଲିସ ଏସଡିପିଓ ତୁଫାନ ବାଗ ମଧ୍ୟ ସୂଚନା ଦେଇ କହିଛନ୍ତି, "ଟିମନ ଓରଫ ଶ୍ରୀକାନ୍ତ କୁମ୍ଭାର ଅନେକ ଅପରାଧିକ ମାମଲାରେ ଜଡିତ ଅଛି। ସେ ଦାଦାବଟି, ହତ୍ୟା, ହତ୍ୟା ଉଦ୍ୟମ, ଜମି ଦୁର୍ନୀତି ଭଳି ସଙ୍ଗୀନ ଅପରାଧରେ ଜଡିତ ଅଛି । ଅପରାଧୀଙ୍କ ପ୍ରତି ଜିରୋ ସହନଶୀଳତା ଅବଲମ୍ବନ କରାଯାଇ ଏହି ପଦକ୍ଷେପ ନିଆଯାଇଛି ।"

ଇଟିଭି ଭାରତ, ବଲାଙ୍ଗୀର

Last Updated : Mar 11, 2023, 5:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.