ETV Bharat / state

ଡ୍ୟାମରେ ଭାସିଗଲେ ଯୁବକ, ମିଳୁନି ପତ୍ତା - ଡେରଜାଙ୍ଗ ଡ୍ୟାମରେ ଭାସିଗଲେ ଯୁବକ

ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଡ୍ୟାମରେ ବୁଡ଼ିଗଲେ ଯୁବକ । ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ମିଳିନାହିଁ । ଅଧିକ ପଢ଼ନ୍ତୁ

young man goes missing at derjang dam in anugul
ଡ୍ୟାମରେ ଭାସିଗଲେ ଯୁବକ, ମିଳୁନି ପତ୍ତା
author img

By

Published : Aug 9, 2022, 11:56 AM IST

ଅନୁଗୋଳ: ବନ୍ଧୁତ୍ବ ଦିବସରେ ଅଘଟଣ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଯୁବକ ନିଖୋଜ । ଅନୁଗୋଳ ଜିଲ୍ଲା ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡି ଜଣେ ଯୁବ ଇଞ୍ଜିନିୟର ନିଖୋଜ ହୋଇଛନ୍ତି । ଅଗ୍ନିଶମ ଓ ଓଡ୍ରାଫ ଟିମର ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ମିଳିନାହିଁ । ନିଖୋଜ ଯୁବକ ଜଣକ ହେଉଛନ୍ତି ବିଭାଂସୁ ହୋତା । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ବିଭାଂସୁ ତାଙ୍କ ଅନ୍ୟ ୩ ଜଣ ସାଙ୍ଗ ସହ ଡେରଜେଙ୍ଗ ପ୍ରୋଜେକ୍ଟଠାରେ ବନ୍ଧୁତ୍ବ ଦିବସ ପାଳନ କରିବା ପାଇଁ ଯାଇଥିଲେ ।

ଡ୍ୟାମରେ ଭାସିଗଲେ ଯୁବକ, ମିଳୁନି ପତ୍ତା

୪ ସାଙ୍ଗ ଖାଇ ସାରିବା ପରେ ବିଭାନ୍ସୁ ଡ୍ୟାମ ନିକଟକୁ ହାତ ଧୋଇବା ପାଇଁ ଯାଇଥିଲେ । ହଠାତ ତାଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଗଭୀର ପାଣିକୁ ଚାଲି ଯିବାରୁ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିପାରି ନଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅନେକ ଖୋଜା ଖୋଜି କରିଥିଲେ । ଆଜି ମଧ୍ୟ ଓଡ୍ରାଫ ଏକ ଟିମ ବହୁ ସମୟ ଧରି ଖୋଜା ଖୋଜି କରିଥିଲେ । ମାତ୍ର ତାଙ୍କର କୌଣସି ପତା ମିଳିନାହିଁ ।

ବିଭାଂସୁ ଏମ.ବି.ଏ ପାଠ ପଢା ସାରି ବିଭାଂସୁ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ ଓ ଏବେ ୱାର୍କ ଫ୍ରମ ହୋମରେ ଥିଲେ । ବିଭାଂସୁଙ୍କ ମାଆ ନାଲକୋ ଡିପିଏସ ସ୍କୁଲରେ ଗଣିତ ବିଭାଗର ଏଚଓଡି ଦାୟିତ୍ଵ ମଧ୍ୟ ଅଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.