ETV Bharat / state

2 ହଜାର ଟଙ୍କା ଲାଞ୍ଚ ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଆରଆଇ

2 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୋଳ ଜିଲ୍ଲା କଣଲୋଇର ଆରଆଇ ଜଗବନ୍ଧୁ ନାଏକ ।

author img

By

Published : Aug 7, 2019, 3:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସରକାରୀ କର୍ମଚାରୀ । ଅନୁଗୋଳ ଜିଲ୍ଲାରେ ରାଜସ୍ବ ନିରୀକ୍ଷକ(ଆରଆଇ) 2 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗିରଫ କର୍ମଚାରୀ ଜଣଙ୍କ ହେଉଛନ୍ତି କଣଲୋଇର ଆରଆଇ ଜଗବନ୍ଧୁ ନାଏକ । କଣଲୋଇ ଗାଁର ଘାସିରାମ ବେହେରାଙ୍କ ଏକ ଜାଗା ମାପ କରିବାର ଥିଲା । ମାପ ପାଇଁ ଆବେଦନ କରିଥିଲେ ମଧ୍ୟ ରାଜସ୍ବ ନିରୀକ୍ଷକ ଜଗବନ୍ଧୁ ଟଙ୍କା ଦାବି କରିବା ସହ ବାରମ୍ବାର ଦଉଡାଉ ଥିଲେ । ଏଥିପାଇଁ ଘାସିରାମ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ଆଜି ଜଗବନ୍ଧୁ ଘାସିରାମଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ । ତେବେ ଗିରଫ ଆରଆଇ ଜଗବନ୍ଧୁଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଡିଏସପି ପ୍ରଦୀପ ପ୍ରଧାନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପୁଣି ଲାଞ୍ଚୁଆ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ Body:ଅନୁଗୋଳ ଜିଲ୍ଲା ରେ ପୁଣି ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ଗିରଫ କର୍ମଚାରୀ ଜଣଙ୍କ ହେଉଛନ୍ତି କଣଲୋଇ ର ଆରଆଇ । ତାଙ୍କ ନାଁ ଜଗବନ୍ଧୁ ନାଏକ । କଣଲୋଇ ଗାଁର ଘାସିରାମ ବେହେରାଙ୍କ ଏକ ଜାଗା ମାପ କରିବାର ଥିଲା । ମାପ ପାଇଁ ଆବେଦନ କରିଥିଲେ ମଧ୍ୟ ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ଟଙ୍କା ଦାବି କରିବା ସହ ବାରମ୍ବାର ଦଉଡାଉ ଥିଲେ । ଏଥିପାଇଁ ଘାସିରାମ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ । ଆଜି ଜଗବନ୍ଧୁ ଘାସିରାମ ଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ ଭିଜିଲାନ୍ସ କାବୁ କରିଛି ।
Byte – ପ୍ରଦୀପ ପ୍ରଧାନ, ଡ଼ିଏସପି ଭିଜିଲାନ୍ସ
Conclusion:ଗିରଫ RI ଜଗବନ୍ଧୁ ଙୁ ଆଜି କୋର୍ଟ ଚାଲାଣ କରାଯିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.