ଅନୁଗୋଳ: ଦଳିତ ମହିଳାଙ୍କୁ ସରକାରୀ ଅଧିକାରୀ ମାଡ ମାରିଥିବା ଅଭିଯୋଗ । ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ ପରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ମାଡ ଖାଇଥିବା ଦଳିତ ମହିଳାମାନେ ।
ଅନୁଗୋଳ ଥାନା ନୂଆମୌଜା ଗାଁର କିଛି ଦଳିତ ମହିଳାଙ୍କୁ କୃଷି ବିଜ୍ଞାନ କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ପୀଡିତା ମହିଳାମାନେ ଅନୁଗୋଳ ଥାନାରେ ଅଭିଯୋଗ କରିଥିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳରେ ଆଜି ସେମାନେ ଏସପିଙ୍କୁ ଭେଟି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଅଭିଯୋଗ ଅନୁସାରେ , ଗତ ୧୦ ତାରିଖରେ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀମାନେ ଦଳିତ ମହିଳାମାନଙ୍କୁ ଡାକି କାର୍ଯ୍ୟାଳୟ ପରିସରରେ ପଡିଥିବା ଶୁଖିଲା କାଠଗୁଡିକୁ ନେଇଯିବା କହିଥିଲେ । ଏଥିପାଇଁ ଦଳିତ ମହିଳାମାନଙ୍କୁ 100 ଟଙ୍କା ଦେବାକୁ କହିଥିଲେ । ହେଲେ ଯେତେବେଳେ ମହିଳାମାନେ କାଠ ନେବାକୁ ଆସିଲେ ସେତେବେଳେ ଆଉ ୧୦୦ଟଙ୍କା ଅଧିକ ମାଗିଥିଲେ ଅଧିକାରୀମାନେ । ହେଲେ ଯେତେବେଳେ ମହିଳାମାନେ ଅଧିକ ଟଙ୍କା ଦେଇପାରିବେ ନାହିଁ କହିବାରୁ ସେମାନଙ୍କୁ ଗାଳି ଗୁଳଜ କରିବା ସହ ମାଡ ମାରିଥିଲେ । ଯାହାକୁ ନେଇ ମହିଳାମାନେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ