ETV Bharat / state

ପ୍ରତିନିଧିଙ୍କୁ ଅବହେଳା, ସରକାରୀ ଅଧିକାରୀ ଶୁଣୁନାହାନ୍ତି ଲୋକ ପ୍ରତିନିଧିଙ୍କ କଥା ! - କଥା ଶୁଣୁନାହାଁନ୍ତି ସରକାରୀ ଅଧିକାରୀ

ନିର୍ବାଚିତ ଲୋକ ପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି ସରକାରୀ ଅଧିକାରୀ । ବ୍ଲକସ୍ତରରେ କାମ କରୁଥିବା ଜେଇ ଓ ଅନ୍ୟ ଅଧିକାରୀ ସରପଞ୍ଚ ଓ ସମିତି ମେମ୍ବରଙ୍କ ଅଜାଣତରେ କରୁଛନ୍ତି କାମ । ଅଧିକ ପଢ଼ନ୍ତୁ

ପଞ୍ଚାୟତ ପ୍ରତିନିଧିଙ୍କୁ ଅବହେଳା, ସରକାରୀ ଅଧିକାରୀ ଶୁଣୁନାହାଁନ୍ତି ଲୋକ ପ୍ରତିନିଧିଙ୍କ କଥା

author img

By

Published : Dec 14, 2022, 12:36 PM IST

ପଞ୍ଚାୟତ ପ୍ରତିନିଧିଙ୍କୁ ଅବହେଳା, ସରକାରୀ ଅଧିକାରୀ ଶୁଣୁନାହାଁନ୍ତି ଲୋକ ପ୍ରତିନିଧିଙ୍କ କଥା

ଅନୁଗୋଳ: ନିର୍ବାଚିତ ଲୋକ ପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି ସରକାରୀ ଅଧିକାରୀ (Neglect of Panchayat representative)। ବ୍ଲକସ୍ତରରେ କାମ କରୁଥିବା ଜେଇ ଓ ଅନ୍ୟ ଅଧିକାରୀ ସରପଞ୍ଚ ଓ ସମିତି ମେମ୍ବରଙ୍କ ଅଜାଣତରେ କରୁଛନ୍ତି କାମ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଘଟଣା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଯଦି ସମାଧାନ ନହୁଏ ତେବେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ନୂଆ ନିର୍ବାଚିତ ହୋଇଥିବା ସରପଞ୍ଚ ଓ ସମିତି ସଭ୍ୟ ।

ଅନୁଗୋଳ ବ୍ଲକରେ ସରକାରୀ ଅଧିକାରୀମାନେ କରୁଛନ୍ତି ମନମୁଖୀ କାର୍ଯ୍ୟ । ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି । ଏନେଇ ଗତକାଲି ବହୁ ସଂଖ୍ୟକ ସରପଞ୍ଚ ଓ ସମିତି ସଭ୍ୟ ଅନୁଗୋଳ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ସେମାନଙ୍କ ଦାବି ପୂରଣ କରାନଯାଏ ତେବେ ଆଗାମୀ ଦିନରେ ସେମାନେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ ଓ ଅନ୍ୟ ନେତା ମାନଙ୍କ ନେତୃତ୍ୱରେ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି । ବିଶେଷ କରି ବ୍ଲକର ଜେଇମାନେ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବିଜେପି ନେତା ପ୍ରତାପଚନ୍ଦ୍ର ପ୍ରଧାନ କହିଛନ୍ତି ,''ଜିଲ୍ଲାପାଳଙ୍କ ପାଖରେ ଯେତେ ସରପଞ୍ଚ, ସମିତି ସଭ୍ୟ ଅନୁଗୋଳ ବ୍ଲକର ସମସ୍ତେ ମିଶି ଏକ ଦାବିପତ୍ର ଦେଇଛୁ । ଗତ ୮ ମାସ ହେଲା ସମିତି ସଭ୍ୟ ଓ ସରପଞ୍ଚଙ୍କ ମଧ୍ୟରେ ଯେଉଁ ବୈଠକ ହେବାକଥା ତାହା ଅନୁଗୋଳ ବ୍ଲକରେ ହୋଇନାହିଁ । ଫଳରେ ଅନୁଗୋଳ ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନି । ପଞ୍ଚାୟତରେ ପ୍ରତି ମାସରେ ବୈଠକ ଚାଲିଛି । ହେଲେ ବ୍ଲକରେ କୌଣସି ବୈଠକ ହେଉନାହିଁ । ଏଠି ଜେଇ ଓଡିଶାର ସର୍ବେସର୍ବା ।’’

‘‘ଜେଇ ମାନେ ଭାବୁଛନ୍ତି ଅନୁଗୋଳ ବ୍ଲକର ଯେଉଁ ସମ୍ପତ୍ତି ତାହା ତାଙ୍କର ପୈତୃକ ସମ୍ପତ୍ତି । ଜଦି ସେମାନଙ୍କ ପାଖକୁ କୌଣସି ଅନୁଗୋଳ ବ୍ଲକର କଥା ନେଇ ଆମେ ପହଞ୍ଚୁଛୁ ତାହାଲେ ସେମାନେ କହୁଛନ୍ତି ଆମ କାର୍ଯ୍ୟକାଳ ଏଠାରେ କମ ସମୟ ଅଛି । ତେଣୁ ଆମେ ଆଉ କାହିଁକି ଏଠିକାର ଉନ୍ନତି କଥା ଚିନ୍ତା କରିବୁ । ନା ଆମ କଥା ବିଡିଓ ଶୁଣୁଛନ୍ତି ନା ଦଲାଲ ନା ଜେଇ । ମନଇଚ୍ଛା ଚଳାଇଛନ୍ତି କାମ । ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ'' । ସେପଟେ ବିଜେପି ନେତା ପ୍ରଭାତ ପ୍ରଧାନ କହିଛନ୍ତି ''ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି କି ଜିଲ୍ଲାପାଳ ଆମ କଥା ଶୁଣିି ନାହାଁନ୍ତି ସେ ପର୍ଯ୍ୟନ୍ତ ଅନିଶ୍ଚିତତା ପାଇଁ ବ୍ଲକକୁ ବନ୍ଦ କରିଦିଆଯିବ''।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.